ଭୁବନେଶ୍ୱର : ୨୧ ମଇ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )ରାଜଧାନୀ ଭୁବନେଶ୍ଵରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚଳିତମାସ ୧୭ ତାରିଖ ଠାରୁ ଅକନ୍ତା ସର୍କସ ଆରମ୍ଭ ହୋଇଛି । ଦୀର୍ଘଦିନ ପରେ ଅଜନ୍ତା ସର୍କସ ରାଜଧାନୀରେ ତାର ଖେଳ ଆରମ୍ଭ କରିଥିବାରୁ ସର୍କସ ରାଜଧାନୀବାସୀଙ୍କ ଋହିଦା ବୃଦ୍ଧି ପାଉଥିବା ଦେଖା ଯାଉଛି। ସ୍କୁଲ କଲେଜ ଗ୍ରୀଷ୍ମ ଅବକାଶ ଜାରି ଥିବାରୁ ଭିଡ଼ ଜମୁଛି। ଦୈନିକ ତିନୋଟି ଶୋ ଅପରାହ୍ନ ୩ ଘଟିକା, ୫.୩୦ ମିନିଟ୍ ଏବଂ ରାତ୍ର ୮ଟାରେ ଆରମ୍ଭ ହେଉଛି ଏବଂ ଟିକେଟର ମୂଲ୍ୟ ଗ୍ୟାଲେରୀ–୧୦୦ ଟଙ୍କା, ଚେୟାର ୨୦୦ ଟଙ୍କା, ସୁପର ସର୍କଲ ୩୦୦ ଟଙ୍କା ଏବଂ ସେଶାଲ ସର୍କଲ ୪୦୦ ଟଙ୍କା ରଖାଯାଇଛି ବୋଲି ଅଜନ୍ତା ସର୍କସ ମ୍ୟାନେଜର ବୈକୁଣ୍ଠନାଥ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥୁସହିତ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ କୁଲରର ବ୍ୟବସ୍ଥା କରାଯାଇଛି । ଏଠାରେ ପ୍ରକାଶଥାଉକି, ସର୍କସ ହେଉଛି ଏକମାତ୍ର ପାରିବାରିକ ମନୋରଞ୍ଜନର ମାଧ୍ୟମ ହୋଇଥିବାରୁ ସାଧାରଣ ଜନତା ନିଜର ଦୈନନ୍ଦିନ କର୍ମମୟ ଜଞ୍ଜାଳ ଭିତରୁ ଟିକିଏ ମନୋରଞ୍ଜନ କରିବା ଏବଂ ବର୍ତ୍ତମାନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ସର୍କସ ଦେଖିବାର ସୁଯୋଗକୁ ଆଖୁ ଆଗରେ ରଖ୍ ବିଭିନ୍ନ ପ୍ରକାର କଳା କୌଶଳର ଖେଳ ପ୍ରଦର୍ଶନ କରାଯାଉଛି । ଏହି ସର୍କସରେ ଦକ୍ଷ ତଥା ଅଭିଜ୍ଞତାସମ୍ପନ୍ନ ଖେଳାଳିମାନେ ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରୁଛନ୍ତି ଯାହା ରାଜଧାନୀବାସୀ ବେଶ ପ୍ରଶଂସା କରୁଛନ୍ତି | ଏହି ସର୍କସରେ ବିଶେଷ ଆକର୍ଷଣ ଇଥୁଓପିଆନ ଏବଂ ବିଦେଶରୁ ପ୍ରଶିକ୍ଷିତ ମଣିପୁରୀ କଳାକାରମାନଙ୍କ ଆକର୍ଷଣୀୟ ଖେଳ ଯଥା ଗ୍ଲୋବ ରାଇଡିଂ, ୟୁନିକ୍ ସାଇକେଲ, ହାୱାଇ ଝୁଲା, ରିଙ୍ଗ ଡ୍ୟାନ୍ସ, ଫାୟାର ଡ୍ୟାନ୍ସ, ଗ୍ରାଉଣ୍ଡ ସାଇକେଲ ଋଳନା ସହିତ ଜୋକରମାନଙ୍କ ମଜାଦାର ଖେଳ ସମସ୍ତଙ୍କୁ ଆକୃଷ୍ଟ କରୁଛି ବୋଲି ଜଣାପଡ଼ିଛି । ଏହି ସର୍କସ ଆସନ୍ତା ଜୁନ୍ ମାସ ୧୫ ତାରିଖ ଯାଏ ତାର ଖେଳ ପ୍ରଦର୍ଶନ ଜାରି ରଖୁବ ବୋଲି ମ୍ୟାନେଜର ଜଣାଇଛନ୍ତି । ରାଜଧାନୀବାସୀ ଏହାର ସୁଯୋଗ ନେବାକୁ ଅଜନ୍ତା ସର୍କସ ତରଫରୁ ଅନୁରୋଧ କରାଯାଇଛି ।