ଭୁବନେଶ୍ଵର: ୧୮ ମଇ ୨୦୨୫ ( ପି ଏନ ଏସ୍ ) ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଅଧୀନରେ ପରିଚାଳିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଗୁଡ଼ିକ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ପ୍ରବେଶ ସ୍ତରରେ ପ୍ରଥମ ୧୦ଟି ସ୍ଥାନରେ ଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ଵର ପରିସରରେ ସମ୍ବଦ୍ଧିତ କରାଯାଇଛି। ଉକ୍ତ ଉତ୍ସବରେ ମଞ୍ଚାସୀନ ବିଦ୍ୟା ଭାରତ ଅଖଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ଗୋବିନ୍ଦଚନ୍ଦ୍ର ମହାନ୍ତ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ବରର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏବଂ ଅଧକ୍ଷ ଭାବେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଭାପତି ଡ. କିଶୋରଚନ୍ଦ୍ର ମହାନ୍ତି ଉପସ୍ଥିତ ରହି ୫୮୪ ନମ୍ବର ଗଳ୍ପ ଓଡ଼ିଶାର ଯୁଗ୍ମ ଟପର ହୋଇଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବରଗଡ଼ (ଓଡ଼ିଆ ବିଭାଗ)ର ଛାତ୍ରୀ ସୁଶ୍ରୀ ବବିତା ରଥ ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁଳସୀପୁର, କଟକର ଛାତ୍ର ଚନ୍ଦନ କୁମାର ମହାନ୍ତ ସମେତ ଅନ୍ୟ ସମସ୍ତ ମେଧାନୀ ଛାତ୍ରଛାତ୍ରୀ, ସେମାନଙ୍କର ମାତାପିତା ଓ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ୬୦%ରୁ ଅଧିକ ନମ୍ବର ରଖୁ ସମସ୍ତ ଛାତ୍ରଛାତ୍ରୀ ପାସ କରିଥିବା ଶିଶୁ ବିଦ୍ୟା ମନ୍ଦିରଗୁଡ଼ିକୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ଡ. ଆନନ୍ଦ ରାଓ ପାରଧା, ପୂର୍ବ କ୍ଷେତ୍ର କାର୍ଯ୍ୟକାରିଣୀ ସଦସ୍ୟ ଦିବାକର ଘୋଷ ଏବଂ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ରହି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି, ଓଡ଼ିଶା ସମ୍ପାଦକ ଡ. ସରୋଜ କୁମାର ହାତୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠନ ସମ୍ପାଦକ ତାରକ ଦାସ ସରକାର ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଶେଷରେ ପୂର୍ବ ସମ୍ଭାଗ ସମ୍ପାଦକ ଶ୍ରୀ ପଙ୍କଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ l ଉଲ୍ଲେଖ ଯେ ମୋଟ ୩୧ ଜଣ କୃତୀ ସନ୍ତାନଙ୍କୁ ଏହି ଅବସରେ ସମ୍ବର୍ଦ୍ଧିତ ହୋଇଥିଲେ।