ସି.ବି.ଏସ୍.ଇ. ଦଶମ ପରୀକ୍ଷା-୨୦୨୫ରେ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ସୋମେଶ ପ୍ରଧାନ ରାଜ୍ୟ ଟପ୍ପର ।
ଭୁବନେଶ୍ୱର : ୧୪ ମଇ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )ଚଳିତ ବର୍ଷ ସି.ବି.ଏସ୍.ଇ. ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୁବନେଶ୍ଵରର ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ସୋମେଶ ପ୍ରଧାନ ଦଶମ ପରୀକ୍ଷାରେ ୫୦୦ ରୁ ୪୯୮ (୯୯.୬ ପ୍ରତିଶତ) ନମ୍ବର ରଖ୍ ରାଜ୍ୟ ଟପ୍ପର ହୋଇ ବିଦ୍ୟାଳୟ, ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି । ସେ, ପିତା ଭୁପେଶ ପ୍ରଧାନ ଏବଂ ମାତା ସୌମ୍ୟା ଶୁଭଦର୍ଶିନୀ ରାଉଳଙ୍କ ପୁତ୍ର । ତାଙ୍କର ଏହି ସଫଳତା ନିମନ୍ତେ ବିଦ୍ୟାଳୟର ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା ମାନେ ଗର୍ବିତ । ସେମାନେ ତାଙ୍କର ଉତ୍ତମ ଭବିଷ୍ୟତ କାମନା ପୂର୍ବକ ଅଭିନନ୍ଦନ ଜଣାଇଛନ୍ତି ।