ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଦେବ ପ୍ରସାଦ ଦାସ ।

0 223

ଭୁବନେଶ୍ୱର, ୨୪ ଏପ୍ରିଲ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) :ବରିଷ୍ଠ ପ୍ରଶାସନିକ ଅଧିକାରୀ ଦେବ ପ୍ରସାଦ ଦାସ ୨୪ ଅପ୍ରେଲ ୨୦୨୫ ଗୁରୁବାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଅବସରରେ ବିଭାଗ ପକ୍ଷରୁ ଶ୍ରୀ ଦାସଙ୍କୁ ଫୁଲ ତୋଡ଼ା ଦେଇ ଉଚ୍ଛସ୍ୱିତ ସ୍ୱାଗତ କରାଯାଇଥିଲା। ଦାୟିତ୍ୱ ଗ୍ରହଣ ପରେ ସେ ବିଭାଗର ଅଧିକାରୀ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସରକାରଙ୍କ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ। ଉଲ୍ଲେଖ ଯେ ପୂର୍ବ ନିର୍ଦେଶକ ଅବସର ନେବାର ପ୍ରାୟ ୫୦ ଦିନ ପରେ ଏହି ପଦ ପୂରଣ କରିଛନ୍ତି। ନୂଆ ନିର୍ଦେଶକ ଭାଷା ସଂସ୍କୃତି ବିଭାଗ ସହିତ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ।

Leave A Reply

Your email address will not be published.