ଭୁବନେଶ୍ୱର : ୦୭ ଏପ୍ରିଲ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍ ହକି ଗ୍ରାଉଣ୍ଡରେ ଆଜି ଠାରୁ ଆରମ୍ଭ ହୋଇଛି ଅଖିଳ ଭାରତୀୟ ପୋଲିସ ଉଭୟ ପୁରୁଷ ଓ ମହିଳା ହକି ଚାମ୍ପିୟାନସିପ ୨୦୨୫। ସପ୍ତମ ବାଟାଲିୟନ ପୋଲସ ପଡିଆରେ ଏହାକୁ ରାଜ୍ୟ ପୋଲିସ ମହାନିର୍ଦେଶକ ଯୋଗେଶ ବହାଦୁର ଖୁରାନିଆ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଖେଳରେ ଦେଶର ୨୬ ଟି ପୁରୁଷ ଓ ୯ ଟି ମହିଳା ଦଳ ଅଂଶ ଗ୍ରହଣ କରିଛନ୍ତି। ମୋଟ ୪୮ ଟା ମ୍ୟାଚ ଖେଳାଯିବ। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ଖେଳାଳି ମାନଙ୍କର ସଫଳତା କାମନା କରିଛନ୍ତି।