ଆମ୍ରା ର ତିନି ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ

0 163

ଭୁବନେଶ୍ୱର 17/6 ( ପ୍ରତ୍ୟୁଷା ବ୍ୟୁରୋ ) ରକ୍ତ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ ( ଆମ୍ରା )ଦ୍ୱିତୀୟ ବର୍ଷରେ ତିନି ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଏହାର ସଭାପତି ବିଶିଷ୍ଟ ମୋବାଇଲ ବିତରକ ମଦନଲାଲ ଅଗ୍ରୱାଲ I ଜୁନ 17 ତାରିଖ ଶୁକ୍ରବାର ୟୁନିଟ -9 ରୋଟାରି ଭବନ ଠାରେ ଆୟୋଜିତ ଆମ୍ରା ମେଗା ରକ୍ତ ଦାନ ଶିବିରରେ ପ୍ରାୟ 200ଜଣ ରକ୍ତଦାନ କରିଥିଲେ I ଶିବିରରେ ଉପସ୍ଥିତ ଥିବା ସଂଘର ସାଧାରଣ ସମ୍ପାଦକ ପ୍ରଦୀପ୍ତ ପାତ୍ର କହିଲେ ଆମ୍ରା ର ରକ୍ତଦାନ ଶିବିର ଆଜି ରାଜ୍ୟର ସବୁ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ବେଳେ ଦେଶର କୋଡିଏଟି ରାଜ୍ୟରେ ଏକା ସାଙ୍ଗରେ ଅନୁଷ୍ଠିତ ହେଉଛି I ସଂଘ ନିଜସ୍ୱ ଅର୍ଥରୁ ଏହି ମହତ କାର୍ଯ୍ୟ କରି ସରକାରଙ୍କ ରକ୍ତଦାନ ଅଭିଯାନକୁ ସଶକ୍ତ କରିବାକୁ ଉଦ୍ୟମ କରିବ I

Leave A Reply

Your email address will not be published.