ଆଇ ଏ ଏସ ସ୍ତରରେ ଅଦଳବଦଳ କୁଳାଙ୍ଗେ ବିଜୟ ଅମୃତ ଵି ଏମ ସି ନୂଆ କମିଶନର

0 178

ଭୁବନେଶ୍ୱର 16/6 (ପ୍ରତ୍ୟୁଷl ବ୍ୟୁରୋ):

ରାଜ୍ୟ ସରକାର ଆଜି ଆଇ ଏ ଏସ ସ୍ତରରେଵ ଡ଼ ଅଦଳ ବଦଳ କରିଛନ୍ତି I ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲପାଳ କୁଳାଙ୍ଗେ ବିଜୟ ଅମୃତଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଅବସ୍ଥାପିତ କରାଯାଇଛି I ସେହିପରି ସୁଧାଂଶୁ ମୋହନ ସାମଲଙ୍କୁ ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି I ପୂର୍ବରୁ ସେ ଦେବଗଡ଼ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ I ସେହିପରି କନ୍ଧମାଳ ଜିଲ୍ଲପାଳ ଡ଼. ବୃନ୍ଦା ଓଡିଶା ରାଜ୍ୟ ଖଣି ନିଗମ ଲିଃର ପରିଚାଳନା ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି I ସେହିପରି ପ୍ରେମ ଚନ୍ଦ୍ର ଚୌଧୁରୀ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି l ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲପାଳ ଭାବେ ନିଯୁକ୍ତହୋଇଥିବା ବେଳେ ସଂଗ୍ରାମ କେଶରୀ ମହାପାତ୍ର ପିଡି ଓଏଭି ନିଯୁକ୍ତି ପାଇଛନ୍ତି I ସୁନ୍ଦରଗଡ଼ ଜିଲ୍ଲପାଳ ନିଖିଳ ପୱନ କଲ୍ୟାଣ କଟକ ମହାନଗର ନିଗମର କମିଶନର ଭାବେ ନିଯୁକ୍ତ ହୋଇଛନ୍ତି l ଆଇ ଏ ଏସ ମଧୁସ୍ମିତା ସାହୁଙ୍କୁ ରାଜସ୍ବ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି l

Leave A Reply

Your email address will not be published.