ଭୁବନେଶ୍ୱର , ୧୨ ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ଡାଇ କିନ ଇଣ୍ଡଷ୍ଟିଜ ଲିମିଟେଡ, ଜାପାନର ପୂର୍ବ ମାଲିକାନାଧୀନ ସହଯୋଗୀ କମ୍ପାନୀ ଏବଂ ଭାରତରେ ଏୟାର-କଣ୍ଡିସନିଂ ବଜାରରେ ମାର୍କେଟ ଲିଡର ହୋଇଥୁବା ଡାଇକିନ ଏୟାର କଣ୍ଡିସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଡିଏଆଇପିଏଲ୍) ବ୍ୟାପକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଓଡ଼ିଶା ବଜାର ପାଇଁ ଏକାଧିକ ନୂତନ ଏୟାର କଣ୍ଡିସନିଂ ଉତ୍ପାଦ ପ୍ରବେଶ କରାଇଛି । ଜାଇକିନ ଓଡ଼ିଶାକୁ ଏକ ସମ୍ଭାବନାପୂର୍ଣ୍ଣ ବଜାର ଭାବରେ ବିବେଚନା କରୁଛି, ସେଥୁପାଇଁ ଏହା ରୁମ୍ ଏସି ବଜାରରେ ଆଧୁପତ୍ୟ ବିସ୍ତାର କରିବା ନିମନ୍ତେ ବଜାରର ବିକାଶ ଦିଗରେ ପୁଞ୍ଜିନିବେଶ କାରି ରଖୁବ। ଡାଇକିନ ଉତ୍ପାଦଗୁଡିକ ତାହା ସହିତ ଡାଇକିନ ଗ୍ଲୋବାଲର ମଜଭୂତ ପ୍ରଯୁକ୍ତି ନେଇ ଆସୁଛି, ଯାହା କମ୍ ଖର୍ଚ୍ଚରେ ମାଲିକାନା ସୁଯୋଗ ପ୍ରଦାନ କରୁଛି ଏବଂ ସେଥିରେ ଅତୁଳନୀୟ ଗୁଣବରା ଏବଂ ଦୀର୍ଘସ୍ଥାୟିତ୍ଵ ସନ୍ନିବେଶିତ ହୋଇଛି । ଏହି ଅବସରରେ ଶ୍ରୀ କୁଲଦୀପକ ବିରମାନି, ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ଡାଇକିନ ଇଣ୍ଡିଆ କହିଥିଲେ, “ ଭାରତରେ ମଜଭୁତ ଏବଂ ନିରନ୍ତର ଅଭିବୃଦ୍ଧି ଘଟୁଥିବାବେଳେ ଆମେ ସମଗ୍ର ଓଡ଼ିଶାରେ ଆମର ସମ୍ପ୍ରସାରଣ ତ୍ଵରାନ୍ଵିତ କରିବାକୁ ଉଦ୍ୟତ ହେଉଛୁ, ଆମ ବଢାର ଉପସ୍ଥିତି ସୁଦୃଢ କରିବାକୁ ଅଧିକ ମହତାକାଂକ୍ଷୀ ଆଭିମୁଖ୍ୟ ଗ୍ରହଣ କରୁଛୁ । ନୂତନ ଉତ୍ପାଦଗୁଡିକର ଶୁଭାରମ୍ଭ ଡାଇକିନର ବଜାର ଅଂଶ ବୃଦ୍ଧି କରିବା ଏବଂ ଶିଳ୍ପର ନେତୃତ୍ୱ ନେବା ଦିଗରେ ଡାଇକିନର ଏକ ରଣକୌଶଳାତ୍ମକ ପଦକ୍ଷେପ ହୋଇଛି। ଏକ ଅତୁଳନୀୟ ଗ୍ରାହକ ଅନୁଭୂତି ପ୍ରଦାନ ନିମନ୍ତେ ଆମର ପ୍ରତିବଦ୍ଧତା ଅତୁଟ ରହିଛି, ଯାହା ପଛରେ ଉଚ୍ଚ କୁଶଳୀ ବିକ୍ରୟ ଏବଂ ରକ୍ଷଣାବେକ୍ଷଣ ନେଟୱର୍କର ସମର୍ଥନ ରହିଛି ଏବଂ ତାହା ସହିତ ଆମର ଉତ୍ସର୍ଗୀକୃତ ଜିଲର ଅଂଶୀଦାରସମୂହ ଏବଂ କର୍ମଚାରୀମାନଙ୍କର ପୂର୍ଣ୍ଣ ସମର୍ଥନ ରହିଛି ।” ଗତବର୍ଷ ପୂର୍ବାଞ୍ଚଳ ବଜାର ୩୨% ଅଭିବୃଦ୍ଧି ହାସଲ କରିଛି ଏବଂ ଡାଇକିନ ଇଣ୍ଡିଆ ୨୦୨୬ ସୁଦ୍ଧା ୧୬୦୦ କୋଟି ଟଙ୍କାରେ ପହଞ୍ଚିବା ଅନୁମାନ କରୁଛି ।