ଭୁବନେଶ୍ୱର : ୧୧/୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଓଡ଼ିଶା ବିଧାନସଭା ଅଧିବେଶନ ଆଜି ପାଲଟିଛି ରଣକ୍ଷେତ୍ର। କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେପି ବିଧାୟକ ଜୟ ନାରାୟଣଙ୍କ ମଧ୍ୟରେ ହାତାହାତି ହେବା ପର୍ଯ୍ୟନ୍ତ ଯାଇଛି। ଏହାକୁ ନେଇ ଗୃହର ବାତାବରଣ ଉତ୍ତେଜନା ପୂର୍ଣ୍ଣ ହୋଇପଡ଼ିଥିଲା। ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟ ଚଳାଇବାକୁ ଉଦ୍ୟମ ଜାରି ରଖିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ କଂଗ୍ରେସ ଓ ବିଜେପିର ବିଧାୟକ ମାନେ ନିଜ ନିଜ ମଧ୍ୟରେ ବିରୋଧୀ ମନ୍ତବ୍ୟ ଦେଇ ଗୃହକୁ ସରଗରମ କରିଦେଇଥିଲେ। ଗତ ଦୁଇ ଦିନ ଧରି କଂଗ୍ରେସ ଓ ବିଜେଡ଼ି ପକ୍ଷରୁ ଗୃହକୁ ନାରୀ ଅତ୍ୟାଚାର ବୃଦ୍ଧି ଓ ବିଭାଜିତ ଓଡ଼ିଶା ନେ଼ଇ ଜୟନରାୟନଙ୍କ ଉତ୍ତେଜିତ ଭାଷଣ ବିରୋଧରେ ବିରୋଧ ପ୍ରଦର୍ଶନ କରି ଥିଲେ ।ପରିସ୍ଥିତି ଏପରି ସୃଷ୍ଟି ହୋଇଥିଲା ଯେ ଉତ୍ତେଜିତ ହୋଇପଡ଼ିଥିବା ବିଧାୟକ ମାନଙ୍କୁ ଶାନ୍ତ କରାଇବା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସିଦ୍ଧାନ୍ତ ମହାପାତ୍ର ହସ୍ତକ୍ଷେପ କରିଥିଲେ।ଏସବୁ ଭିତରେ ଦୁଇ ଦଳର ବିଧାୟକ ମାନେ ହାତାହାତି ହେବା ପରେ ଗୃହ ଗମ୍ଭୀର ହୋଇପଡ଼ିଥିଲା ।ବାଚସ୍ପତି ଏସବୁ ଭିତରେ ଗୃହକୁ ୧୨.୧୦ ଯାଏ ମୁଲତବୀ ଘୋଷଣା କରିଥିଲେ। ଗୃହ ପରିଚାଳନାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ତିନି ଦଳର ବିଧାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ୧୨.୧୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପବାଚସ୍ପତି ଗୃହକୁ ଆସି ଆଉ ୧୦ ମିନିଟ୍ ମୁଲତବୀ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ ଏବେ ବିଜେପି ପକ୍ଷରୁ ଗୃହ ପରିଚାଳନା ନେଇ ଆଲୋଚନା ଜାରି ରହିଛି।