ବିଧାନ ସଭାରେ ବିଜୁ ଝଡ ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ ।

0 56

ଭୁବନେଶ୍ଵର ୦୭/୩/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ):ବିଧାନ ସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସ ହାତରେ ପ୍ଳା କାର୍ଡ ଓ ଦେହରେ ଫେକ୍ସ ଜ୍ୟାକେଟ ପରିଧାନ କରି ଗୃହ ମଧ୍ୟ ଭାଗକୁ ଆସି ନରା ବାଜି ଆରମ୍ଭ କରିଥିଲେ। ବିଜେଡ଼ି ବିଜୁଙ୍କୁ ଅସମ୍ମାନ ଓ କଂଗ୍ରେସ ମହିଳା ଅତ୍ୟାଚାର ବୃଦ୍ଧି ପାଇବା ବିରୋଧରେ ପାଟି ତୁଣ୍ଡ କରୁଥିବା ବେଳେ ବାଚସ୍ପତି ସୁରମା ପାଢ଼ୀ ପୂର୍ବାହ୍ନ ୧୦.୩୦ରେ ଗୃହ ମଧ୍ୟ ପାଇଁ ପହଞ୍ଚି ଥିଲେ।ସେ ଗୃହରେ ପ୍ରଶ୍ନ କାଳ ଆରମ୍ଭ କରିବାକୁ ପରାମର୍ଶ ଦେବା ସହ ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଏକାମ୍ର ବିଧାୟକ ଵାବୁ ସିଂହଙ୍କ ପ୍ରଶ୍ନ ଉତ୍ତର ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ।

ମନ୍ତ୍ରୀ ଏହାର ଉତ୍ତର ରଖୁଥିବା ସତ୍ତ୍ୱେ ବିରୋଧୀ ଦଳଙ୍କ ହଟ୍ଟଗୋଳ ମଧ୍ୟରେ ସ୍ୱର ମିଳାଇ ଯାଇଥିଲା। ବାଚସ୍ପତିଙ୍କ ପରାମର୍ଶ ବିରୋଧୀ ଗ୍ରହଣ ନ କରିବାକୁ ସେ ଗୃହକୁ ୧୦.୦୬ ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୃହ ମୁଲତବୀ ପରେ ସମାନ ପ୍ରସଙ୍ଗ ନେଇ ଗୃହ ବାହାରେ କଂଗ୍ରେସ ଗାନ୍ଧୀ ମୂର୍ତ୍ତି ଓ ବିଜେଡ଼ି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ।ପରେ ବାଚସ୍ପତି ୧୨ ଟାରେ ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଅଚଳାବସ୍ଥା ଜାରି ରହିବାରୁ ଅପରାଂହ୍ ୪ ଟା ଯାଏ ଗୃହକୁ ପୁଣି ମୁଲତବୀ ଘୋଷଣା କରିଥିଲେ।

Leave A Reply

Your email address will not be published.