“ବିକଶିତ ଭାରତ ” ପାଇଁ ନିରନ୍ତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା” ଉପରେ ଜାତୀୟ ସମ୍ମିଳନୀ ।

0 37

ଭୁବନେଶ୍ବର, ୬ ମାର୍ଚ୍ଚ ୨୦୨୫ ,( ପ୍ରତ୍ୟୁଷା ବ୍ୟୁରୋ ) : ସିଏସ୍‌ଇଆର୍-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ସିଏସଆଇଆର-ଆଇଏମଏମଟି) ଏବଂ ଏହାର ଏସସି/ଏସଟି କର୍ମଚାରୀ କଲ୍ୟାଣ ସଂଗଠନର ମିଳିତ ସହଯୋଗରେ, “ବିକଶିତ ଭାରତ ପାଇଁ ନିରନ୍ତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା” ଉପରେ ଏକ ଜାତୀୟ ସମ୍ମିଳନୀ ଏସଏସଟିଭି ୨୦୨୫ ଆୟୋଜିତ ହୋଇଛି। ସିଏସଆଇଆର-ଆଇଏମଏମଟିର ହୀରକ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏହି ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀକୁ ଲୋକସଭା ସାଂସଦ, ଶ୍ରୀ ଡ଼କ୍ଟର ରବିନ୍ଦ୍ର ନାରାୟଣ ବେହେରା, ଲୋକସଭା ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଉଦଘାଟନ କରିଥିଲେ। ଏହି ସମ୍ମିଳନୀ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ବାରା ବିକଶିତ ଭାରତ ଗଠନର ଏକ ନୂତନ ଦୃଷ୍ଟିକୋଣ ଏବଂ ଅବସର ପ୍ରଦାନ କରିବାକୁ ଲକ୍ଷ୍ୟ ରଖୁଛି । ସିଏସ୍‌ଇଆର୍-ଆଇଏସ୍ଏମଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ସ୍ବାଗତ ଭାଷଣ ଦେଇଥ‌ିବା ବେଳେ ମୁଖ୍ୟ ବୈଜ୍ଞାନିକ ଡ. ଏଲ୍. ଡି ବେସ୍ରା ସମ୍ମିଳନୀ ସମ୍ପର୍କରେ ବକ୍ତବ୍ୟ ରଖୁଥିଲେ | ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରି ଭାରତ ସରକାରଙ୍କ ଲୋକ ସଭାର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା କହିଥିଲେ ଯେ, ଆମ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଦୃଷ୍ଟିକୋଣ ପ୍ରମାଣ କରୁଛି ଯେ ସେ କେବଳ ଜଣେ ନେତା ନୁହଁନ୍ତି ବରଂ ଜଣେ ପ୍ରକୃତ ଦୂରଦର୍ଶୀ | ଆମକୁ ଏହି ଦୃଷ୍ଟିକୋଣରେ ଠିଆ ହେବାକୁ ପଡିବ ଏବଂ ଏହାକୁ ହାସଲ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ | ଯଦିଓ ପାଶ୍ଚାତ୍ୟ ବିଶ୍ବ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଉପରେ ଆଧୂପତ୍ୟ ରଖୁଛି, କିନ୍ତୁ ଆମକୁ ମନେ ରଖୁବାକୁ ହେବ ଯେ ଆମର ମୂଳ- ବେଦ, ପୁରାଣ ଏବଂ ଉପନିଷଦରେ ପ୍ରଚୁର ବୈଜ୍ଞାନିକ ଜ୍ଞାନ ରହିଛି, ଯାହାକୁ ଆମେ ଦୀର୍ଘ ଦିନ ଧରି ଅଣଦେଖା କରିଆସୁଛୁ । ଏଥୁସହିତ ବୈଷୟିକ ପ୍ରଗତି ନିରନ୍ତରତା ସହ ଯୋଡ଼ି ହେବା ଦରକାର।

Leave A Reply

Your email address will not be published.