ରାଉରକେଲା:୨୮/୦୨/୨୦୨୫: ( ପ୍ରତ୍ୟୁଷା ବ୍ୟୁରୋ ) ଦାୟିତ୍ଵସମ୍ପନ୍ନ ଜୁଏଲର ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଆନନ୍ଦର ସହିତ ଓଡ଼ିଶାର ରାଉରକେଲାରେ ତାଙ୍କର ଅତ୍ୟାଧୁନିକ ସୋ’ରୁମ୍ ଖୋଲିବା ସମ୍ପର୍କରେ ଘୋଷଣା କରୁଛନ୍ତି । ପ୍ରଶସ୍ତ ୬୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଉଦ୍ଘାଟିତ ଏହି ସୋ’ରୁମ୍ ଓଡ଼ିଶାରେ ୬ଷ୍ଠ ମାଲାବାର ଷ୍ଟୋର ହୋଇଛି । ପ୍ରଶସ୍ତ ଇଣ୍ଟେରିଅର ଏବଂ ସର୍ବାଧୁନିକ କାରିଗରୀ ସହିତ ଅନନ୍ୟ ଡିଜାଇନକୁ ନେଇ ଏହି ପ୍ରତିଷ୍ଠାନ ଗ୍ରାହକଙ୍କୁ ଅତୁଳନୀ ଗହଣା କିଣିବା ଅନୁଭୂତି ପ୍ରଦାନ କରିବାକୁ ଆଗ୍ରହ ରଖୁଛି । ଏହି ଷ୍ଟୋର ବହୁବିଧ ପ୍ରକାରର ସ୍ଵତନ୍ତ୍ର ଷ୍ଟାଇଲ ଏବଂ ସମ୍ଭାର ଉପଲବ୍ଧ କରାଉଛି, ଯାହା ପ୍ରଥମ ଶ୍ରେଣୀର ଅନୁଭୂତି ପ୍ରଦାନ ପ୍ରତିଶ୍ରୁତି ଦେଉଛି । ଏହି ଉଲ୍ଲେଖନୀୟ ସଫଳତା ଭାରତରେ ବ୍ରାଣ୍ଟର ଦୃଶ୍ୟମାନତାରେ ବୃଦ୍ଧି ଘଟାଇବା ନିମନ୍ତେ ପ୍ରଚଳିତ ପ୍ରୟାସକୁ ପ୍ରଦର୍ଶିତ କରୁଛି। ଏହି ସୋ’ରୁମ୍ ରାଷ୍ଟ୍ରର ଶୀର୍ଷ ରିଟେଲର ଏବଂ ପୂର୍ବାଞ୍ଚଳରେ ଏହାର ନବମ ସ୍ଥାନରେ ନିଜର ସ୍ଥିତିକୁ ସୁଦୃଢ କରୁଛି। ଶ୍ରୀ ସାରଦା ପ୍ରସାଦ ନାୟକ, ମାନ୍ୟବର ବିଧାୟକ, ରାଉରକେଲା; ଏହି ସୋ’ରୁମ୍କୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହିତ ପରିଚାଳନା ମଣ୍ଡଳୀ ସଦସ୍ୟବୃନ୍ଦ, ଗ୍ରାହକ ଏବଂ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ଭାରତ, ମଧ୍ୟପ୍ରାଚ୍ୟ, ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ୧୩ଟି ରାଷ୍ଟ୍ରରେ ୩୭୫ରୁ ଅଧିକ ସୋ’ରୁମ୍ ସହିତ ବୈଶ୍ଵକ ଉପସ୍ଥିତି ରହିଥିବା ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ତାହାର ବହୁବିଧ ବର୍ଗର ସମ୍ଭାର, ଅତୁଳନୀୟ ଗୁଣବତ୍ତା ଏବଂ ଗ୍ରାହକ- କେନ୍ଦ୍ରିକ ଆଭିମୁଖ୍ୟ ନିମନ୍ତେ ସୁପରିଚିତ। ୨୬ଟି ରାଷ୍ଟ୍ରରେ ନିଯୁକ୍ତ ୨୨,୦୦୦ ବହୁଭାଷୀ କର୍ମଚାରୀଙ୍କର ଏକ ଉତ୍ସର୍ଗୀକୃତ ଟିମ୍କୁ ନେଇ ଏହି ବ୍ରାଣ୍ଡ୍ ବିଶ୍ଵବ୍ୟାପୀ ୧୫ ନିୟୁତରୁ ଅଧିକ ସନ୍ତୁଷ୍ଟ ଗ୍ରାହକଙ୍କୁ ସେବା ଯୋଗାଇ ଦେଇଛି । ବହୁବିଧ ପସନ୍ଦ ଏବଂ କାର୍ଯ୍ୟକ୍ରମ ନିମନ୍ତେ ଉପଯୋଗୀ ହେଉଥିବା ସୁନା, ହୀରା, ପ୍ଲାଟିନମ୍ ଏବଂ ଜେମଷ୍ଟୋନ୍ର ବିଶାଳ ଗହଣା ସମ୍ଭାର l