ଭୁବନେଶ୍ଵର ୦୨/୦୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ):ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ଭୁବନେଶ୍ଵର ପକ୍ଷରୁ ଆୟୋଜିତ ହୋଇଥିବା କୋଲ୍ ଇଣ୍ଡିଆ ଭୁବନେଶ୍ଵର ହାଫ୍ ମାରାଥନ୍କୁ କଲିଙ୍ଗ ଷ୍ଟାଡିୟମ୍ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍। ରାଜସ୍ବ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଦୌଡ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିବା କ୍ରୀଡା ପ୍ରତିଯୋଗିଙ୍କୁ ଉତ୍ସାହିତ କରିଥିଲେ। ମାରାଥନ୍ ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ।