ସୈନିକ ସ୍କୁଲ-ଓଏମ୍ସି ମରାଥନ ଅନୁଷ୍ଠିତ : ସିନିୟର ବିଭାଗରେ ବି.ପ୍ରସାଦ ଦୋରା ଏବଂ ମାଷ୍ଟର ବିକାଶ ହେଲେ ଜୁନିୟର ବିଜେତା
ଭୁବନେଶ୍ଵର, ୧୫/୧୨/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ): ସୈନିକସ୍କୁଲ ଏବଂ ଓ.ଏମ୍.ସି ର ମିଳିତ ଆନୁକୂଲ୍ୟରେ ଅଷ୍ଟମ ବିଜୁ ମାରାଥନ ଚଳିତ ମାସ ୧୫ ତାରିଖ ସକାଳ ୬ଟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୈନିକସ୍କୁଲର ୫୦୦ କ୍ୟାଡ଼େଟ୍, ୨୦୦ ପୂରାତନ ଛାତ୍ର, ସହୋଦୟ ସ୍କୁଲ ଓ ସରକାରୀ ସ୍କୁଲ ମାନଙ୍କରୁ ୪୦୦ ରୁ ଉର୍ଷ ପ୍ରତିଯୋଗୀଙ୍କୁ ମିଶାଇ ସମୁଦାୟ ୧୨୦୦ ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତା ରେ ସିନିୟର ବିଭାଗ ୧୦ କିମି ଓ କନିଷ୍ଠ ବିଭାଗର ସମସ୍ତ ପ୍ରତିଯୋଗି ୭ କିମି ପଥ ଅତିକ୍ରମ କରିଥିଲେ। ଏହି ଗଣ ଦୌଡ଼କୁ କମୋଡ଼ର ମହେଶ ରହଙ୍ଗଡ଼ାଲେ, ଡ଼େପୁଟୀ ଡ଼ାଇରେକ୍ଟର ଜେନେରାଲ, ଏନ୍.ସି.ସି, ନାଇରେକ୍ଟୋରେଟ୍, ଓଡ଼ିଶା, କର୍ସଲ୍ ବାଲୁଭରତ, ପ୍ରିନ୍ସିପାଲ, ସୈନିକସ୍କୁଲ ଓ ଶ୍ରୀ ମଧୁସୂଦନ ପାଢ଼ି ଆଇ.ଏ.ଏସ୍ (ଅବସର ପ୍ରାପ୍ତ) ପୁରାତନ ଛାତ୍ର ସଂସଦର ସଭାପତି ପତାକା ଦେଖାଇ ମାରାଥନ ଦୌଡ଼ର ଶୁଭ ଉଦ୍ଘାଟନ କରିଥିଲେ । ଏହାଛଡ଼ା କମାଣ୍ଡର୍ ଦିନେଶ ସ୍ଵାଇଁ, ଓ.ବି.ଏ. ସଂପାଦକ, ଲେ.କର୍ସଲ୍ ଅମିତ ତିୱାରୀ, କମାଣ୍ଡର ମନୋରମା ପୋଖେରିୟା, ଓ.ଏମ୍.ସି ର ବରିଷ୍ଠ ଅଫିସର ଗଣ, ପୂରାତନ ଛାତ୍ର ଶ୍ରୀ ଅମିତାଭ ସ୍ଵାଇଁ, ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀଗଣ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ସୈନିକସ୍କୁଲ୍ର ସିନିୟର ମାଷ୍ଟର ଶ୍ରୀ ବିଶ୍ଳେଶ୍ଵର ପ୍ରଧାନ ଓ ଶ୍ରୀ ଏ.କେ. ମୂଖାର୍ଜୀ ଏହି ଦୌଡ଼ର ପରିଗଳନା କରିଥିଲେ। ଉକ୍ତ ଦୌଡ଼ର ସିନିୟର ବିଭାଗରେ ଶ୍ରୀ ବି. ପ୍ରସାଦ ଦୋରା ବିଜେତା ହେବାବେଳେ ଶ୍ରୀ ଅଭିଶେଷ କୁମାର ଉପବିଜେତା ହୋଇଥିଲେ। କନିଷ୍ଠ ବିଭାଗରେ ଶ୍ରୀ ମାଷ୍ଟର ବିକାଶ ବିଜେତା ଓ ଶ୍ରୀ ଶିବମ୍ ଯାଦବ ଉପବିଜେତା ହୋଇଥିଲେ। ପୂରାତନ ଛାତ୍ରଙ୍କ ମଧ୍ୟରୁ ଶ୍ରୀ ରଞ୍ଜିତ ସାହାଣୀ ବିଜୟୀ ହୋଇଥିବା ବେଳେ ବାଳିକା ବିଭାଗରେ ଆକାଂକ୍ଷା ପ୍ରିୟା ବିଜୟିନୀ ହୋଇଥିଲେ। ଶେଷରେ ମୂଖ୍ୟ ଅତିଥ୍ ବିଜେତା ମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ।