୨୨ରେ ବିଜେବି କଲେଜ ପଡ଼ିଆରେ ଶ୍ୟାମବାବାଙ୍କ ଭବ୍ୟ ଭଜନ ସନ୍ଧ୍ୟା ।

0 80

ଭୁବନେଶ୍ଵର : ତା: ୧୩.୧୨. ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ )ନାଦାନ ପରିନ୍ଦେ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଭୁବନେଶ୍ଵର ବିଜେବି କଲେଜ ପଡିଆ ଠାରେ ଆସନ୍ତା ୨୨ ତାରିଖ ରବିବାର ଦିନ ଅପରାହ୍ନ ୩ ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଆଧ୍ୟାତ୍ମିକ ଗୁରୁ ଶ୍ୟାମବାବାଙ୍କ ଭବ୍ୟ ଭଜନ ସଂଧ୍ୟା ଆୟୋଜିତ ହେଉଅଛି । ଏହି ଉତ୍ସବ ପାଳନ ଶେଷ ରେ ଆଳତୀ ହେବ । ଏଥୁରେ ଦେଶର ପ୍ରସିଦ୍ଧ କଳାକାରମାନେ ଯଥା ଶ୍ରୀ ହଂସରାଜ ରଘୁବଂଶୀ, ରାଜ୍ ପାରିକ୍, ପୂଜା ନାଥାନି, କେଶବ କୌଶିକ, ନରେଶ ପୁନି ଏବଂ ରାଜେଶ ଗୋଏଲଙ୍କର ମଧୁର ସ୍ଵରରେ ଖାଟୁ ଶ୍ୟାମ ବାବାଙ୍କ ମହିମାକୁ ବର୍ଣ୍ଣନା କରିବା ସହ ଭଜନ ଗୁଡିକ ପରିବେଷଣ କରିବେ । ଏହି ଉତ୍ସବକୁ ପ୍ରତି ବର୍ଷ ପରି ପ୍ରାୟ ୧୫ ହଜାର ଶ୍ରଦ୍ଧାଳୁ ମାନଙ୍କର ଉପସ୍ଥିତ ହେବ ବୋଲି ଆଶା କରାଯାଉଛି । ଏଠାରେ ଖାଟୁ ଶ୍ୟାମ ବାବାଙ୍କର ମହିମାକୁ ବର୍ଣ୍ଣନା କରୁଥିବା ଭଜନ ସହ ଅନ୍ୟାନ୍ୟ ଭଜନର ମଧ୍ୟ ଆନନ୍ଦ ନେବେ । ଏହାର ଆୟୋଜକ ଏଠାରେ ସଂମ୍ପୂର୍ଣ୍ଣ ସୁରକ୍ଷା ଏବଂ ସ୍ଵଚ୍ଛତା ପ୍ରଦାନ ପାଇଁ ପ୍ରତିଶ୍ରୁତି ବଦ୍ଧ । ତା ସହ ଉପସ୍ଥିତ ଜନତାଙ୍କ ପାଇଁ ଗାଡି ରଖିବା, ଦେୟ ଯୁକ୍ତ ଖାଦ୍ୟ ଏବଂ ପାନୀୟର ମଧ୍ୟ ବନ୍ଦୋବସ୍ତ କରାଯାଇଛି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମହାରାଜ ମାନବେନ୍ଦ୍ର ଚୌହାନ ( ସେବାଦାର ଏବଂ ମନ୍ତ୍ରୀ ଖାଟୁ ଶ୍ୟାମ ମନ୍ଦିର କମିଟି ରାଜସ୍ଥାନ) ଆମ ଉତ୍ସବରେ ଯୋଗ ଦେବା ସହ ତାଙ୍କର ଚିନ୍ତାଧାରା ଏବଂ ଆର୍ଶୀବାଦରୁ ଆମେ ପ୍ରେରଣା ପାଇପାରିବା ଏବଂ ଆମ ଉତ୍ସବକୁ ସଫଳ କରିବାରେ ସହାୟତା ମିଳିବ । ଏହି ଉତ୍ସବକୁ ସଫଳ କରିବା ପାଇଁ ଆମ ମାନଙ୍କ ସହ ନୱାହ , ତୃପ୍ତି କିଆ, ଚଲୋ ଓଡିଶା, ଅଜନ୍ତା ଆଡଭରଟାଇଜିଙ୍ଗ, ଶ୍ୟାମ କ୍ରିଏସନ ଏବଂ ବିଏନଆଇ ଭଳି ପ୍ରତିଷ୍ଠିତ ସଂଗଠନ ମାନେ ଆମକୁ ସହଯୋଗ କରୁଛନ୍ତି । ଏହି ଉତ୍ସବକୁ ଆୟୋଜକ ନାଦାନ ପରିନ୍ଦେ (ଦିଲ କି ବାତ୍ ସଁୱରେ କେ ସାଥ୍) ତରଫରୁ ଅଭିଷେକ ଅଗ୍ରୱାଲ, ଦୀପକ ବାଜୋରିଆ, ସନ୍ଦିପ ଅଗ୍ରୱାଲ, ମୁନା ଲାଲ ଅଗ୍ରୱାଲ ,ବଳରାମ ଗୋଏଙ୍କା, ଶୁଭମ ସିଂଘାନିଆ ଏବଂ ସମସ୍ତ କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି |

Leave A Reply

Your email address will not be published.