ଭୁବନେଶ୍ବରରେ ପ୍ରୟାଗରାଜ ମହାକୁମ୍ଭ-୨୦୨୫ ପାଇଁ ରୋଡ୍‌ ସୋ

0 56

ଭୁବନେଶ୍ଵର : ୦୮ / ୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) “ଉତ୍ତର ପ୍ରଦେଶ ସରକାର ଏକ ବିଶାଳ ଓ ଡିଜିଟାଲ କ୍ଷେତ୍ରରେ ଉନ୍ନତ ମହାକୁମ୍ଭର ଆୟୋଜନ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ଉତ୍ତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନିଲ ରଜଭାର ରବିବାର ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ମହାକୁମ୍ଭ ହେଉଛି ଭାରତର ବିବିଧତା ମଧ୍ୟରେ ଏକତାର ଚିରନ୍ତନ ଓ ସାମୁହିକ ଘୋଷଣାନାମା । ରାଜଭାର କହିଲେ ମହକୁମ୍ଭରେ ସ୍ଵଚ୍ଛ ପାନୀୟ ଜଳ ପାଇଁ ବ୍ୟବସ୍ଥା କରାଯାଇଛି, ଏକ ଇଂଟିଗ୍ରେଟେଡ କଂଟ୍ରୋଲ କମାଣ୍ଡ ସଂଟର ସ୍ଥାପନ କରାଯାଇଛି, ନଦୀକୂଳ ସମେତ ୪୪ଟି ଘାଟରେ ଆକାଶମାର୍ଗରୁ ଫୁଳ ବର୍ଷା କରାଯିବ । ମହାକୁମ୍ଭରେ ଯୋଗ ଦେବାକୁ ଥିବା ତୀର୍ଥଯାତ୍ରୀମାନଙ୍କର ସଂଖ୍ୟାକୁ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ଦକ୍ଷ ଭାବେ ପରିଚାଳନା କରାଯିବ । ସେ ପୁଣି କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତର ପ୍ରଦେଶ ସରକାର ମହାକୁମ୍ଭ ୨୦୨୫ କୁ ଭାରତର ସାଂସ୍କୃତିକ ଏକତାର ଏକ ଆନ୍ତର୍ଜାତୀୟ ପ୍ରତୀକରେ ପରିଣତ କରିବା ପାଇଁ ସମର୍ପିତ ରହିଛନ୍ତି । ଏହି ପ୍ରୟାସ ଓ ଲକ୍ଷ୍ୟର ଅଂଶ ଭାବେ ଉତର ପ୍ରଦେଶ ସରକାର ଓଡିଶାରେ ଏକ ବିଶାଳ ରୋଡ ଶୋର ନେତୃତ୍ବ ନେଇଛନ୍ତି। ସେ ମହାକୁମ୍ଭକୁ ଭାରତର ବିବିଧତା ମଧ୍ୟରେ ଏକତାର ଏକ ସ୍ଵତନ୍ତ୍ର ଉତ୍ସବ ଭାବେ ଆଲୋକିତ କରିଥିଲେ ଏବଂ ଓଡିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଓଡିଶାର ଲୋକମାନଙ୍କୁ ପ୍ରୟାଗରାଜ-ମହାକୁମ୍ଭ ୨୦୨୫ରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଥଲେ । ୟୁପିର ଶ୍ରମ ଓ ରୋଜଗାର ମନ୍ତ୍ରୀ ଶ୍ରୀଯୁକ୍ତ ରାଜରାର ଗୁରୁତ୍ବାରୋପ କରିଥିଲେ ଯେ, ସରକାର ଏହି କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି, ଯେଉଁଥରେ ଆନ୍ତର୍ଜାତୀୟ ଅଂଶଗ୍ରହଣ ଓ ଷ୍ଟେଟ୍‌-ଅଫ୍-ଦଆର୍ଟ ବ୍ୟବସ୍ଥା ସାମିଲ ରହିଛି ।

Leave A Reply

Your email address will not be published.