ବିବିଧ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ନିକଟରେ ଅଲ୍ ଓଡିଶା ମିନି ଟ୍ରକ ସଂଘର ନିବେଦନ ।

0 235

ଭୁବନେଶ୍ଵର: ୦୬ /୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) ଜନ ସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ଅଲ୍ ଓଡିଶା ମିନି ଟ୍ରକ ଆସୋସିଏସନ୍ ବିବିଧ ପ୍ରସଙ୍ଗରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ପ୍ରୋତ୍ସାହନରେ ଏହାର ସମାଧାନର ବାଟ ବାହାରିବ ବୋଲି ସଂଘ ପକ୍ଷରୁ ଆଶା କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ସଂଘ ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏଥିରେ ସଂଘର ସଧାରଣ ସମ୍ପାଦକ ସୁଶାନ୍ତ ରଣା କହିଲେ ସଂଘ ୯ ଟି ବିନ୍ଦୁରେ ଅସୁବିଧାର ସମ୍ମୁଖୀନ ହେଉଛି।ବିଶେଷ କରି ଘରୋଇ ଫାଇନସ କମ୍ପାନୀର ଦୌରାତ୍ମ୍ୟ ବିନା ନୋଟିସରେ ବେଆଇନ ଭାବେ ରାସ୍ତା ଘାଟରେ ଗାଡିକୁ ଅଟକାଇ ଡ୍ରାଇଭରକୁ ମାରଧର କରି ଗାଡିକୁ ଛଡାଇ ନେଉଛନ୍ତି । ଫାଇନସ କମ୍ପାନୀ ଆଇନ ଅନୁଯାୟୀ ଗାଡି ସିଜ କରନ୍ତୁ । ଗାଡି ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଇଲେ ଆଇନ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ଦିଆଯାଉ : ଆଜିକା ସମୟରେ ଗାଡି ବାହାରିବା ବେଳେ ମାଲିକ ବାରମ୍ବାର ଡ୍ରାଇଭରକୁ ତାଗିଦ କରିଥାଏ ମଦ୍ୟପାନ କରି ଗାଡି ନଚଳାଇବାକୁ। ଏହା ସତ୍ତ୍ୱେ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରକୁ ଛାଡି ଗାଡିକୁ ସିଜ କରାଯାଉଛି । ମାଲିକ କୋର୍ଟ ଯାଇ ଗାଡି ଆଣିବା ସମୟରେ ଶାରୀରିକ, ଆର୍ଥିକ, ମାନସିକ ଦଣ୍ଡ ଭୋଗୁଛନ୍ତି । ଅନ୍ୟରାଜ୍ୟ ଗାଡି ଗୁଡିକ ଆମ ରାଜ୍ୟରେ ବ୍ୟବସାୟ କରୁଛନ୍ତି ତାଙ୍କ ପାଖରେ ଜାତୀୟ ପରିମିଟ ରହିଛି । ମାତ୍ର ସେମାନେ ଆମ ରାଜ୍ୟକୁ ଆସି ରାଜ୍ୟ ଭିତରେ ମଧ୍ଯ ବେଆଇନ ଭାବେ ବ୍ୟବସାୟ ଚଳାଇଛନ୍ତି । ତାଙ୍କୁ ବ୍ୟାନ କରାଯାଉ । ଭୁବନେଶ୍ବରରୁ ବାଲେଶ୍ବର, ବ୍ରହ୍ମପୁରରୁ କଟକ ଇତ୍ୟାଦି । ଗାଡି ଚାଲିବା ସମୟରେ ଛୋଟ ଛୋଟେ ଭୁଲ ହୋଇଥାଏ (ଗାଡି ଚଳିବ ସମୟରେ ଇଣ୍ଡିକେଟର ଫ୍ୟୁଜ ହେବା, ବ୍ରେକ ଲାଇଟ ବେଳେବେଳେ ଫ୍ୟୁଜ ହେବା ଇତ୍ୟାଦି) ତାକୁ ନେଇ ଫିଟନେସ କ୍ୟାନସେଲ ନକରି ଫାଇନ ସହ ଚେତାବନୀ ଦିଆଯାଉ ।ଫଟନେସ କ୍ୟାନସେଲ ନକର ଫାଇନ ସହ ଚେତାବନୀ ଦିଆଯାଉଛି । ଗାଡ଼ିରେ ଅଭର ଲୋଡ଼ ନେବାକୁ କେଉଁ ମାଲିକ କିମ୍ବା ଡ୍ରାଇଭର ଚାହାନ୍ତି ନାହିଁ କାରଣ ଅଧିକ ଟ୍ରିପ ହେଲେ ଆମେ ଅଧୂକ ବ୍ୟବସାୟ କରିବୁ ମାତ୍ର କିଛି ବ୍ୟକ୍ତି/ମାଲିକ/ କମ୍ପାନୀ ଆମକୁ ବାଧ୍ୟ କରନ୍ତି ଅଭର ଲୋଡ଼ ନେବାକୁ ନନେଲେ ଆମ ସହ ବ୍ୟବସାୟ ଛିନ୍ନ କରନ୍ତି । କିନ୍ତୁ ଫାଇନ ଆମକୁ ଦେବାକୁ ପଡିଥାଏ । ଯଦି ଉକ୍ତ ଫାଇନ ଅଭର ଲୋଡ଼ ପାଇଁ ବାଧ୍ୟ କରୁଥ‌ିବା ବ୍ୟକ୍ତି ବା କମ୍ପାନୀ ପାଖରୁ ନିଆଯାଏ ସେ ଅଭର ଲୋଡ଼ ପାଇଁ ବାଧ୍ଯ କରିବ ନାହିଁ । ଯାହାଦ୍ବାରା ଅନେକ ବିପଦ ଟଳିଯାଇ ପାରେ। ରାଜ୍ୟରେ ଗାଡି ମାନଙ୍କ ଠାରୁ ଅନେକ ସମୟରେ ଚାନ୍ଦା ବା ବଟି ନିଆଯାଉଛି । ଏହାକୁ ବନ୍ଦ କରାଯାଉ । ଜାତୀୟ ରାଜପଥରେ ଲେନଡ୍ରାଇଭିଂକୁ କଡାକଡି ପାଳନ କରାଯାଉ। ଯାହାଫଳରେ ଗାଡି ସୁରୁଖୁରରେ ଓ ଶୀଘ୍ର ନିଜ ଗନ୍ତବ୍ୟ ସ୍ଥଳରେ ପହଂଚି ପାରିବ । ଅନେକ ସମୟରେ ଜିନିଷପତ୍ର ଲୋଡିଂ ଅନଲୋଡିଂ ପାଇଁ ଗାଡି ମାଲିକଙ୍କୁ ହାତରୁ ଖର୍ଚ୍ଚ କରିବାକୁ ପଡୁଛି, ତାହା ବନ୍ଦ ହେବା ନିତ୍ୟାନ୍ତ ଆବଶ୍ୟକ। ଆଶା ଓ ବିଶ୍ବାସ ଏହିସବୁ ପ୍ରସଙ୍ଗରେ ସରକାର ଆଲୋଚନା କରିବାସହ ସମାଧାନର ବାଟ ଫିଟାଇବେ । ଏହି ସମ୍ମିଳନୀରେ ସଂଘ ସଭାପତି ବଳରାମ ମହାପାତ୍ର, ତ୍ରିଲୋଚନ ରାଉତରାୟ, ଉମେଶ ସାହୁ କାର୍ଯୟନିର୍ବାହୀ ସଭାପତି ବିରଞ୍ଚି ସାହୁ ଉପସ୍ଥିତ ଥିଲେ।

Leave A Reply

Your email address will not be published.