ମାର୍ଚ୍ଚ ପର୍ଯ୍ୟନ୍ତ ଗଞ୍ଜେଇ ଚାଷ ମୂଳୋତ୍ପାଟନ ଅଭିଯାନ ।

0 67

ଭୁବନେଶ୍ୱର,୨୫/୧୧( ପ୍ରତ୍ୟୁଷା ବ୍ୟୁରୋ ) : ସାଂପ୍ରତିକ ସମୟରେ, ଓଡ଼ିଶାର କେତେକ ଜିଲ୍ଲାରେ ବଡ଼ ଜଙ୍ଗଲ ଏବଂ ପାହାଡ଼ିଆ ଭୂମି ଅଛି, ଯେପରିକି କନ୍ଧମାଳ, ବୌଦ୍ଧ, ଗଜପତି,ରାୟଗଡା, ମାଲକାନଗିରି, କୋରାପୁଟ ଏବଂ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାଗୁଡ଼ିକ ଗଞ୍ଜେଇ ଚାଷର କେନ୍ଦ୍ର ପାଲଟିଛନ୍ତି | ଆମ ଯୁବପିଢୀଙ୍କ ଭବିଷ୍ୟତକୁ ବଞ୍ଚାଇବା ପାଇଁ ଓଡିଶା ପୋଲିସ ଏହି ବିପଦକୁ ଦୂରକରିବାକୁ ପ୍ରତିଶୃତିବଦ୍ଧ ବୋଲି ଡିଜିପି ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ସାମ୍ବାଦିକ ସମ୍ମିଳନୀରେ କହିଛନତି। ସେ କହିଛନ୍ତି ଓଡିଶା ପୋଲିସ ନଭେମ୍ବର ପ୍ରଥମରୁ ଏକ ବିଶାଳ ଅଭିଯାନ ଆରମ୍ଭ କରିଛି, ଯାହା ଅମଳଋତୁ ଯଥା ନଭେମ୍ବର ମାସରୁ ଆରମ୍ଭ କରି ମାର୍ଚ୍ଚ -2025 ପର୍ଯ୍ୟନ୍ତ ଜାରି ରହିବ। ଏହି ଅଭିଯାନ ର ପ୍ରଥମ 24 ଦିନ ମଧ୍ୟରେ, ଆମେ ଉପର ବର୍ଣିତ ଜିଲ୍ଲା ଗୁଡିକରେ ପ୍ରାୟ ୨୩୭୫ ଏକର ଗଞ୍ଜେଇ ଚାଷ ହୋଇଥିବା ଜମିକୁ ନଷ୍ଟ କରିବାରେ ସକ୍ଷମ ହୋଇଛୁ ଏବଂ ଏପର୍ଯ୍ୟନ୍ତ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗତ ବର୍ଷ ଓଡିଶା ପୋଲିସ ପ୍ରାୟ ୧୦୫୦୦ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରି ଥୁଲା ବେଳେ,ଏହି ବର୍ଷ ଆମେ ପୂର୍ବ ବର୍ଷକୁ ଅତିକ୍ରମ କରିବା ପାଇଁ ଆମର ପ୍ରୟାସ ଜାରି ରଖୁବୁ ଗଞ୍ଜେଇ ଚାଷ ବ୍ୟତୀତ ଓଡ଼ିଶା ପୁଲିସ ଗଞ୍ଜେଇ ବ୍ୟବସାୟୀଙ୍କ ଉପରେ ମଧ୍ୟ ଚଢାଉ ଜରି ରଖୁଛି । ମାସକ ମଧ୍ୟରେ ଏପର୍ଯ୍ୟନ୍ତ ୫୪ ଟି ମାମଲାରେ ୫୩୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ପରିବହନ ସମୟରେ ଏହି ସବୁ ଜବତ କରାଯାଇଛି ଏବଂ ଟ୍ରକ୍, ପିକ୍‌ଅପ୍ ଭ୍ୟାନ୍, ଇନୋଭା କାର୍ ଇତ୍ୟାଦି ବିଭିନ୍ନ ପ୍ରକାରର ପ୍ରାୟ 20 ଟି ଯାନ ଜବତ କରାଯାଇଛି ଏବଂ 15 ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଏପର୍ଯ୍ୟନ୍ତ ୫୦ ଜଣ ଗଞ୍ଜେଇ ବେପାରୀ ଙ୍କୁ ମଧ୍ୟ ଗିରଫ କରାଯାଇଛି। ଲୋକ ମାନଙ୍କୁ ଏହି ବେଆଇନ ଗଞ୍ଜେଇ ଚାଷ ରୋକିବା ପାଇଁ ଆମର ଏହି ସ୍ବତନ୍ତ୍ର ଅଭିଯାନ ଉଦ୍ଦିଷ୍ଟ ।

Leave A Reply

Your email address will not be published.