ମାଛ ଉତ୍ପାଦନରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଚତୁର୍ଥ ।

0 33

ଭୁବନେଶ୍ୱର,୨୧/୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ମାଧ୍ୟମରେ ଓଡ଼ିଶାକୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ଵାବଲମ୍ବୀ କରାଯାଇପାରିବ । ମତ୍ସ୍ୟଚାଷୀଙ୍କ ରୋଜଗାର ବୃଦ୍ଧ, ଜୀବିକାରେ ଉନ୍ନତି, ଲାଭଦାୟକ ନିଯୁକ୍ତି ସୃଷ୍ଟି, ପୁଷ୍ଟି ସୁରକ୍ଷା ଓ ରପ୍ତାନି ବୃଦ୍ଧିରେ ମତ୍ସ୍ୟ ଓ ଜଳକୃଷିର ପ୍ରମୁଖ ଭୂମିକା ରହିଥିବାବେଳେ ରାଜ୍ୟ ସରକାର ମତ୍ସ୍ୟ କ୍ଷେତ୍ରର ଅଭିବୃଦ୍ଧି ଉପରେ ଗୁରୁତ୍ଵ ଦେଇଛନ୍ତି । ଏହି କ୍ଷେତ୍ରରେ ମତ୍ସ୍ୟଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ ଓ ଯୁବଗୋଷ୍ଠୀ ଅଧ‌ିକ ସଂପୃକ୍ତ ହେବା ଉପରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଏସ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୁରୁତ୍ୱାରୋପ କରିଛନ୍ତି । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆନୁକୂଲ୍ୟରେ ବିଶ୍ଵ ମତ୍ସ୍ୟ ଦିବସ ପାଳନ ଅବସରରେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଂଜିନିୟର୍ସରେ ଆୟୋଜିତ ଏକ ବର୍ଣ୍ଣାଢ଼ୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରୁ ଆଗାମୀ ୨୦୨୮–୨୯ ବର୍ଷ ପାଇଁ ୨୨୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ୧୭ଟି ଉପଯୋଜନାବିଶିଷ୍ଟ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ରାଜ୍ୟରେ ମତ୍ସ୍ୟକ୍ଷେତ୍ର ଅଭିବୃଦ୍ଧି ଦିଗରେ ସହାୟକ ହେବ । ମତ୍ସ୍ୟ କ୍ଷେତ୍ରରେ ରାଜ୍ୟର ସଫଳତା ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ୨୦୨୩-୨୪ ବର୍ଷରେ ୧୧.୩୩ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ କରି ଓଡ଼ିଶା ସର୍ବଭାରତୀୟ ସ୍ତରରେ ସର୍ବାଧ‌ିକ ମାଛ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ସେହିପରି ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୧୨ଗୁଣ ବୃଦ୍ଧି ପାଇବା ସହ ୪୫୪୬ କୋଟି ଟଙ୍କାର ବୈଦିଶିକ ମୁଦ୍ରା ଅର୍ଜନ ହୋଇପାରିଛି । ସେହି ସମୟ ମଧ୍ୟରେ ମାଛ ଜାଆଁଳ ଉତ୍ପାଦନ ଦଶଗୁଣ ବୃଦ୍ଧି ପାଇଛି ଓ ୨୦୨୩-୨୪ରେ ୩୧୦ କୋଟି ମାଛ ଜାଆଁଳ ଉତ୍ପାଦିତ ହୋଇଛି ।

Leave A Reply

Your email address will not be published.