ନଭେମ୍ବର ୦୨ରୁ ଗୋ ନବରାତ୍ରୀ ମହୋତ୍ସବ – ୨୦୨୪ ।

0 57

ଭୁବନେଶ୍ଵର ୨୯/୧୦/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) : ଆନନ୍ଦ ଓ ସୌଭାଗ୍ୟର ବିଷୟ, ପରମପୁଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କର ଦିବ୍ୟ ମାର୍ଗଦର୍ଶନରେ ପବିତ୍ର ଗୋ ନବରାତ୍ରି ଚଳିତ ବର୍ଷ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ, ପୁରୀ ଠାରେ ଗୁରୁଗୋବିନ୍ଦ ଗୋସେବାଶ୍ରମ ଓ ଓଡିଶା ଗୋସେବା ସମିତିର ମିଳିତ ସହଯୋଗରେ ତା ୨.୧୧.୨୦୨୪ ରିଖ ଠାରୁ ତା ୧୦.୧୧.୨୦୨୪ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଏହି ପବିତ୍ର ଅବସରରେ ନବଦିନ ବ୍ୟାପି ଜ୍ଞାନଯଜ୍ଞ, ନାମଯଜ୍ଞ, ଘୃତଯଜ୍ଞ, ଜପଯଜ୍ଞ ଏବଂ ଅନ୍ନଯଜ୍ଞ7 ଅନୁଷ୍ଠିତ ହେବ । ଗୋସେବାଶ୍ରମ ପରିସରରେ ଥ‌ିବା ଗୋମାତାଙ୍କ ନିମନ୍ତେ ପ୍ରତ୍ୟେକ ଦିନ ଗୋ ଭଣ୍ଡାର ଓ ଗୋପାଷ୍ଟମୀ ଦିନ ଶ୍ରୀଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର ପୁରୀର ସମସ୍ତ ଅସହାୟ ଗୋବଂଶଙ୍କ ନିମନ୍ତେ ଗୋଭଣ୍ଡାରର ଆୟୋଜନ କରାଯାଉଛି । ବ୍ରହ୍ମର୍ଷି ବାଟିକା, ବୃନ୍ଦାବନର ପୂଜ୍ୟ ସନ୍ଥ ବାବାଜୀ ଶ୍ରୀ ଦୀନବନ୍ଧୁ ଦାସ ମହାରାଜଜୀ ତା୩.୧୧.୨୪ ଠାରୁ ତା୯.୧୧.୨୪ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି “ଗୋଭାଗବତ କଥା” ପ୍ରବଚନ କରିବାକୁ ସଦୟ ସ୍ବୀକୃତି ପ୍ରଦାନ କରିଛନ୍ତି । ଲବ୍ଧ ପ୍ରତିଷ୍ଠିତ ଗୋ ବିଜ୍ଞାନୀ ଏବଂ ଗୋ ଗବେଷକ ମାନଙ୍କୁ ନେଇ ଗୋ ଆଧାରିତ କୃଷି ଏବଂ ଗୋଜାତ ପଦାର୍ଥର ପ୍ରସ୍ତୁତି ପ୍ରଣାଳୀ ଉପରେ 3ତାରିଖ ଠାରୁ ୨ ତାରିଖ ପର୍ଯ୍ୟନ୍ତ କର୍ମଶାଳାର ଆୟୋଜନ ହେଉଅଛି । ଏହି ପବିତ୍ର ଗୋ ନବରାତ୍ରି ଗତ ୨୦୨୨ ମସିହାଠାରୁ “ଗୋ ସେବା ସପ୍ତାହ” ଭାବରେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ ଦ୍ବାରା ପାଳିତ ହେଉଅଛି ଏବଂ ଏହି ଅବସରରେ ଗୋମାତାଙ୍କର ସେବା ନିମନ୍ତେ ସ୍ୱତନ୍ତ୍ର ସ୍ବାସ୍ଥ୍ୟ ସେବା ଶିବିର ଓ ଗୋଭଣ୍ଡାର ର ଆୟୋଜନ କରାଯାଉଛି । ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ଙ୍କର ଦିବ୍ଯପ୍ରେରଣା ଓ ମାର୍ଗ ଦର୍ଶନ ଏବଂ ସମସ୍ତ ଗୋଭକ୍ତ ମାନଙ୍କର ଅକୁଣ୍ଠ ସାହାଯ୍ୟ ଓ ସହଯୋଗରେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ, ବାଲିଘାଇ ୧୩୫୦ ଅସହାୟ ଗୋବଂଶ ଏବଂ ୪୦୦ ଭାରତୀୟ ଦେଶୀ ଗୋମାତା ଙ୍କର ଏକ ସ୍ବର୍ଗୀୟ ଓ ମନୋରମ ଉପବନ ହୋଇପାରିଛି । ଏହି ପାବନ ଉତ୍ସବ ଅବସରରେ ଆପଣଙ୍କ ଦିବ୍ୟ ଉପସ୍ଥିତି ଓ ସଦୟ ସହଯୋଗ କାମନା କରାଯାଇଅଛି

Leave A Reply

Your email address will not be published.