ତନିସ୍କ ପକ୍ଷରୁ ଓଡ଼ିଶାରେ ୩ଟି ନୂଆ ଷ୍ଟୋରର ଶୁଭାରମ୍ଭ ।

0 47

ଭୁବନେଶ୍ୱର, ୧୮/୧୦/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) : ଟାଟାର ସଂସ୍ଥା ତଥା ଭାରତର ସର୍ବବୃହତ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଓଡ଼ିଶାରେ ୩ଟି ଭବ୍ୟ ନୂଆ ଷ୍ଟୋରର ଶୁଭାରମ୍ଭ କରି ନିଜର ଖୁଜୁରା ଉପସ୍ଥିତି ବିସ୍ତାର କରିଛି। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ଵର ଓ କଟକ ଷ୍ଟାରକୁ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପୁର ସିଂହ, ପୂର୍ବ କୁଷ୍ଠର ବ୍ୟବସାୟ ମୁଖ୍ୟ ଆଲୋକ ରଞ୍ଜନ, ବିଜନେସ ଆସୋସିଏଟ ମଳଜିତ ସିଂହ ଓ ବିଜନେସ ଆସୋସିଏଟ ଅବିନାଶ ଛପୋଲିଆ ଉଦ୍‌ଘାଟନ କରିଥିଲେ। ଗୁରୁବାର ଅପରାହ୍ନ ୩ଟାରେ ଢେଙ୍କାନାଳ ଷ୍ଟାରକୁ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ପୂର୍ବ କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ଆଲୋକ ରଞ୍ଜନ ଓ ବିଜନେସ ଆସୋସିଏଟ ଅଙ୍କିତ ପୋଦ୍ଦାର ଉଦ୍‌ଘାଟନ କରିଥିଲେ। ରବ୍ୟ ଉଦଘାଟନର ଅଂଶ ଭାବରେ କମ୍ପାନୀ ପକ୍ଷକୁ ଏକ ଅତୁଳନୀୟ ଅଫର ପ୍ରଦାନ କରାଯାଉଛି ଯେଉଁଥିରେ ଗ୍ରାହକମାନେ ସୁନା ଅଳଙ୍କାର ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ଏବଂ ଭାରତର କୌଣସି ଗହଣା ବ୍ୟବସାୟୀଙ୍କଠାରୁ କିଣାଯାଇଥିବା ପୁରୁଣା ସୁନା ଉପରେ ୧୦୦% ମୂଲ୍ୟ ପାଇପାରିବେ । ଅତିରିକ୍ତ ଭାବେ, ଗ୍ରାହକମାନେ ସୁନା ଅଳଙ୍କାର କ୍ରୟ ଉପରେ ପ୍ରତି ଗ୍ରାମରେ ୧୦୧ ଟଙ୍କା ରିହାତି ପାଇପାରିବେ । ଏହି ଅଫର ୨୦୨୪ ଅକ୍ଟୋବର ୧୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ବୈଧ ରହିବ। ମୋଟ ୧୪, ୨୦୦ ବର୍ଗଫୁଟ ପରିମିତ ଏହି ବୃହତ ଫର୍ମାଟ ଷ୍ଟୋରଗୁଡ଼ିକ ଚମତ୍କାର ସୁନା, ଚମତ୍କାର ହୀରା, କୁନ୍ଦନ ଏବଂ ପୋଇକି ସମେତ ଐତିହାସିକ ତନିସ୍କ ଅଳଙ୍କାର ଡିଜାଇନର ବ୍ୟାପକ ଚୟନ ଉପସ୍ଥାପନ କରୁଛନ୍ତି । ଏହି ଷ୍ଟାରଗୁଡ଼ିକରେ ହିନ୍ଦୁ ବିବାହର ପବିତ୍ର ଉପାଦାନରୁ ପ୍ରେରିତ ମଙ୍ଗଳସୂତ୍ର ‘ଦୋର” ସହିତ ରାଜଦରବାର, ଭବ୍ୟ ମହଲ ଓ ଐତିହ୍ୟର ମହିମାରେ ଅନୁପ୍ରାଣିତ ହୋଇ ତନିସ୍କର ସ୍ଵତନ୍ତ୍ର ପର୍ବ ସଂକଳନ ‘ନବ-ରାନୀ’କୁ ଗର୍ବର ସହ ପ୍ରଦର୍ଶିତ କରାଯାଇଛି। ଏହାବ୍ୟତୀତ ଏହି ଷ୍ଟାରଗୁଡ଼ିକରେ ଆଧୁନିକ, ହାଲୁକା ସଂଗ୍ରହ ‘ଷ୍ଟିଙ୍ଗ୍ ଇଟ୍” ସହିତ ସମସାମୟିକ ଦୈନନ୍ଦିନ ପୋଷାକ ଅଳଙ୍କାର ‘ଗ୍ରାମଡେକ’ର ଏକ ଚମତ୍କାର ଏବଂ ବହୁମୁଖୀ ଶୃଙ୍ଖଳା ଉପଲବ୍ଧ ହେଉଛି।

Leave A Reply

Your email address will not be published.