ହୋଟେଲ ଦ ନ୍ୟୁ ମାରିୟନ୍‌ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ ।

0 31

ଭୁବନେଶ୍ବର : ୧୮/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଂହ ଇଣ୍ଡିଆ-ୱେଡିଙ୍ଗ୍ କଲେଜନ୍” ଥମ୍ ମହିତ ପାର୍ବଣ ଋତୁର ଚାହିଁବାକୁ ପୂରଣ କରିବା ପାଇଁ ନିଜର ଏଥେନିକ୍ ଷ୍ଟେଟସ୍, ପାରମ୍ପରିକ ସିହ ଓ କଟନ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ଏହି ପ୍ରଦର୍ଶନୀ ତଥା ସେଲ୍‌ ଭୁବନେଶ୍ଵର ଜନପଥସ୍ଥିତ ହୋଟେଲ ବ ନ୍ୟୁ ମାରିୟନଠାରେ ଆଜି ଠାରୁ ଆସନ୍ତା ୨୭ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ସକାଳ ୧୦ଟା ୩୦ରୁ ରାତି ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଦର୍ଶନୀ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଛି । ପାରମ୍ପରିକ ସିଦ୍ଧ, କଟନ ଓ ବୁଣାକାରମାନଙ୍କ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ସମସାମୟିକ ଓ ଅର୍ଥିକ ଦୃଷ୍ଟିରୁ ପ୍ରାସଙ୍ଗିକ କରିବା ଲାଗି କାରିଗର, ଡିଜାଇନର, ସାମାଜିକ କାର୍ଯ୍ୟକର୍ତା, ଶିକ୍ଷାନୁଷ୍ଠାନ, ପରିବେଶବିତ୍ର ଆଦିକ ଏକ ଗୋଷ୍ଠୀ ଦ୍ଵାରା ଓଡ଼ିଶା କଳା ଓ ହଉଶିକ ସମିତିର ପ୍ରତିଷ୍ଠା କରା ଯାଇଥିଲା । ବିଭିନ୍ନ ରାଜ୍ୟର ବୁଣାକାରମାନେ ଚଳିତ ବର୍ଷର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି ଯେଉଁଥରେ ଅକର୍ଷଣୀୟ ଜଗଦା, ବନାରସି ସିଂହ, ଗଭ୍ୟାନ, ଧରମାଇରମ, ନାମ୍‌ନି, ଜମାର ଓ ସମ୍ବଲପୁରୀ ଆଦି ସାମିଲ ରହିଛି । ଏଠାରେ ଦେଶର ପ୍ରତ୍ୟେକ ଅଂଚଳରୁ ଶାଢୀଠାରୁ ଆରମ୍ଭ କରି ଗ୍ରେସ୍ ମ୍ୟାଟେରିଆଲା, ସିଦ୍ଧ ଓ କଟନ ଶାଢୀ, ସୁଟ୍ ଡ୍ରେସ୍ ମ୍ୟାଟେରିଆଲ, ଫ୍ୟାଶନ ହୁଏଲାରୀ,ହୋମ୍ ଫଣ୍ଡିସିଙ୍ଗ୍ ଡିଜାଇନର ପୋଷାକ ଆଦି ସାମିଲ କରାଯାଇଛି । ଏହି ପ୍ରଦର୍ଶନୀ ଗ୍ରାହକମାନଙ୍କୁ ଭାରତର ରଙ୍ଗ, ବିବିଧତା ଓ ପ୍ରତିଭାର ଏକ ଜନ୍ନତ ସୁଯୋଗ ପ୍ରଦାନ କରିଛି । ୧୪ଟି ହସ୍ତତନ୍ତ ବୁଣାକାର ରାଜ୍ୟ ଯେପରିକି ଆସାମ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣାଟକ, ବିହାର, ଓଡ଼ିଶା, ଛତିଶଗଡ, ଗୁଜରାଟ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ ଏବଂ ବୁଣାକାରମାନଙ୍କ ସହ ସହରାଗିତାରେ କାର୍ଯ୍ୟ କରୁଥିବା ମେଟ୍ରୋ ସହରଗୁଡିକର ଅନେକ ଡିଜାଇନର ଏଠାରେ ନିଜ କାର୍ଯ୍ୟର ୫୦,୨୦୦ରୁ ଅଧ୍ବକ ବିବିଧତା ପ୍ରଦର୍ଶନ କରିଛନ୍ତି ।

Leave A Reply

Your email address will not be published.