ଅଗଷ୍ଟ ୯ରେ ରିଲିଜ୍ ହେବ ‘ଭଗିଆ ଭାରିଯା’ ।

0 52

ଭୁବନେଶ୍ଵର, ୧୭ ଜୁଲାଇ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ):ଏକ ଦୃଢ଼ ଆତ୍ମବିଶ୍ବାସ ନେଇ ଆସୁଛି ହରିବୋଲ ଏଣ୍ଟରତେନମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ନିର୍ମିତ ନୂଆ ସିନେମା ‘ଭଗିଆ ଭାରିଯା ‘। ‘ଦମନ ‘, ‘ ପ୍ରତୀକ୍ଷା ‘, ଓ ‘ପାବାର ” ପରେ ଏହାକୁ ସେମିତି ଏକ ପ୍ରତିନିଧି ଶ୍ରେଣୀୟ ଏବଂ ମୌଳିକ କାହାଣୀର ଦର୍ଜା ଦିଆଯାଇପାରେ । ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ଆଗାମୀ ଅଗଷ୍ଟ ୯ ତାରିଖରେ ଏହା ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ଚଳଚ୍ଚିତ୍ରର ଅନ୍ୟତମ ପ୍ରଯୋଜକ ଡ . ଭୀଷ୍ମ ରଥ । ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡିଆ ସିନେମାର ସ୍ଥିତି ସୁଧାରିବା ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଏଣୁ ‘ଭଗିଆ ଭାରିଯା’ ଟିମ୍ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ ଚଳଚିତ୍ର ସାମ୍ବାଦିକଙ୍କୁ ଭେଟି ସେମାନଙ୍କ ସହାୟତା ଲୋଡା ଯିବ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ, ଏହି ଚଳଚିତ୍ରର ଦର୍ଶକଙ୍କ ପାଇଁ ରହିଛି ବିଦେଶ ଭ୍ରମଣର ସୁଯୋଗ । ସିନେମା ଦେଖି ସବୁଠାରୁ ଉତ୍ତମ ମତାମତ ଦେଇଥିବା ସୌଭାଗ୍ୟଶାଳୀ ବିଜେତା ଏବଂ ତାଙ୍କ ପରିବାରକୁ ମାଲେସିଆ ଯିବାର ସୁଯୋଗ ମିଳିବ। ବୋଧହୁଏ ଓଲିଉଡ ଇତିହାସରେ ଏପରି ଘଟଣା ପ୍ରଥମ। ଏହି ସାମ୍ୱାଦିକ ସମ୍ମିଳନୀରେ ନାୟକ ହରି, ନାୟିକା ଦେବଯାନୀ, ବବି ମିଶ୍ର, ପୁପିନ୍ଦର ଏବଂ ଅନ୍ୟତମ ପ୍ରଯୋଜକ ଡ. ଭୀଷ୍ମ ରଥ ଓ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁଙ୍କ ସମେତ ଚଳଚ୍ଚିତ୍ର ସହ ସମ୍ପୃକ୍ତ ବହୁ କଳାକାର ଓ ତେକ୍ନିସିଆନ ଯୋଗ ଦେଇଥିଲେ । ଆଜିକାଲି ରିଲ୍ସ୍ ବନେଇ ସୋସିଆଲ ମିଡିଆରେ ଛାଡ଼ିବା ଏକ ଫ୍ୟାସନ ହେଇଗଲାଣି । ସାତ ରୁ ସତୁରୀ ସମସ୍ତେ ଏବେ ରିଲ୍ସ ମାୟାରେ ବାୟା। ସମସ୍ତେ ଯେ ଏଥିରେ ମାତି ଖରାପ ବାର୍ତ୍ତା ଦେଉଛନ୍ତି ତାହା ନୁହେଁ, ଅନେକ ଭଲ ବାର୍ତ୍ତା ବି ଦେଉଚ୍ଚନ୍ତି। ସେହିପରି ଏକ ନିପଟ ମଫସଲରେ ରହୁଥିବା ଅଟୋ ଚାଳକ ଭଗିଆର ଭାରିଯାକୁ ଏହି ନିଶା ଘାରିଛି। ରିଲ୍ସ୍ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି ପାଇଁ ସେ ଲକ୍ଷ୍ୟ ରଖିଛି। ହେଲେ ସେ ଲକ୍ଷ୍ୟ କେବେ ପୂରଣ ହେଉଛି ତାହା ଫିଲ୍ମ ରିଲିଜ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ରିଲିଜ୍ ତାରିଖ ଘୋଷଣା ସାରିଛି। ଅଗଷ୍ଟ ୯ ରେ ମୁକ୍ତିଲାଭ କରିବାକୁ ଯାଉଛି ଭଗିଆ ଭାରିଯା। ହରିବୋଲ ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ପ୍ରଯୋଜିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି ଓଲିଉଡର ଲୋକପ୍ରିୟ ହାସ୍ୟଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ହରିହର ମହାପାତ୍ର। ଏଥିରେ ସେ ନାୟକ ଭଗିଆ ଚରିତ୍ରରେ ଅଭିନୟ କରିବା ସହିତ ପ୍ରଯୋଜନାର ଗୁରୁ ଦାୟିତ୍ବ ସମ୍ଭାଳିଛନ୍ତି । ଏଥିରେ ତାଙ୍କର ନାୟିକା ଅଛନ୍ତି ଦେବଯାନୀ ଯିଏକି ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି। ଅନ୍ୟାନ୍ୟ ଚରିତ୍ରରେ ବବି ମିଶ୍ର ଓ ପୂପିନ୍ଦରଙ୍କୁ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ସେ ବାପି ନାଁରେ ଓଲିଉଡରେ ବେଶ୍ ଜଣାଶୁଣା। ପ୍ରଯୋଜନା ଦାୟିତ୍ବ ନିର୍ବାହ କରିଛନ୍ତି ଡ. ଭୀଷ୍ମ ରଥ ଓ ହରିହର ମହାପାତ୍ର । ଡିଓପିରେ ମୁମ୍ବାଇରେ ରହୁଥିବା ଓଡ଼ିଆ କ୍ୟାମେରାମ୍ୟାନ୍ ମାନସ ମିଶ୍ର ଥିବା ବେଳେ ସଙ୍ଗୀତ ଦେଇଛନ୍ତି ମେଲୋଡି ମେକର ମଳୟ ମିଶ୍ର। ଚଳଚିତ୍ରର ଟାଇଟଲ ଟ୍ରାକଟି ଏବେ ଟ୍ରେଣ୍ଡିଙ୍ଗରେ ରହିଛି । ସମ୍ପାଦନାରେ ଅଛନ୍ତି ରାଜେଶ ଦାଶ । ଚଳଚିତ୍ରଟିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଛି । ଡିଆଇ ଚେନ୍ନାଇ ଠାରେ କରାଯାଇଥିବା ବେଳେ ବିଜିଏମ୍କ କରାଯାଇଛି ମୁମ୍ବାଇ ଠାରେ । ସବୁ ବର୍ଗ ର ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସିନେମାରେ ମନୋରଞ୍ଜନର ଭରପୂର ଉପାଦାନ ରହିଛି । ‘ଭଗିଆ ଭାରିଯା” ସମୁଦାୟ ୪୦ଟି ହଲରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ପ୍ରଯୋଜନା ସଂସ୍ଥା ଏହାର ମୁକ୍ତିଲାଭକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି।

Leave A Reply

Your email address will not be published.