ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍ଭି ଏରୋ; ୟୁଏସ୍ଏରେ ୧୪ କୋଟି ଟଙ୍କାର ପୁରସ୍କାର ଜିତିଛି ।
ଭୁବନେଶ୍ୱର, ୦୨/୭ (ପ୍ରତ୍ୟୁଷା ବ୍ୟୁରୋ) : ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ଡ୍ରୋନଗୁଡିକର ଏକ ଅଗ୍ରଣୀ ଡିପ୍-ଟେକ୍ ମାନୁଫ୍ୟାକ୍ଚରର ଭାବେ ବନ୍ଭିର ସ୍ଥିତିକୁ ସୁଦୃଢ କରିନାହିଁ ବରଂ ଏକ ୟୁଏସ୍ ଟିଭି ଶୋ’ରେ ୧୪ କୋଟି ଟଙ୍କାର ପୁରସ୍କାର ଜିତିଥିବା ଏକ ଭାରତୀୟ କମ୍ପାନୀ ଭାବେ ପ୍ରଥମ ହୋଇଛନ୍ତି । ଏହି ସଫଳତା ଉପରେ ବନ୍ଭି ଏରୋର ସହ-ପ୍ରତିଷ୍ଠାତା ଓ ସିଇଓ, ସତ୍ୟବ୍ରତ ଶତପଥୀ କହିଛନ୍ତିଯେ, “ଆମେ ମିଟ୍ ଦ ଡ୍ରେପର୍ସରେ ଶୀର୍ଷ ପୁରସ୍କାର ହାସଲ କରି ଉତ୍ସାହିତ ଅନୁଭବ କରୁଛୁ ଯାହା ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ଉତ୍କର୍ଷତା ଓ ଉଦ୍ଭାବନ ପ୍ରତି ଆମର ଉତ୍ସର୍ଗୀକୃତତାକୁ ରେଖାଙ୍କିତ କରୁଛି । ଏହି ସଫଳତା ଆମ ଟିମ୍ର କଠିନ ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଏକ ପ୍ରମାଣ ଅଟେ ଏବଂ ଏହା ଆନ୍ତର୍ଜାତୀୟ ଉଦ୍ୟୋଗିକ ମଂଚରେ ଓଡିଶାର ବର୍ଦ୍ଧିତ ପ୍ରାଧାନ୍ୟକୁ ସୁଦୃଢ କରିଛି ।” ମିଟ୍ ଦ ଡ୍ରେପର୍ସରେ ବିଚାରପତି ମଣ୍ଡଳୀରେ ଟେସ୍ଲା, ସ୍ପେଶ ଏକ୍ସ, ହଟ୍ମେଲ, ସ୍କାଇପ୍ ଭଳି ଅତ୍ୟାଧୁନିକ କମ୍ପାନୀ ଏବଂ ଓ ଅନ୍ୟ ୨୫ଟି ୟୁନିକର୍ଣ୍ଣରେ ନିଜର ପ୍ରାରମ୍ଭିକ ପର୍ଯ୍ୟାୟ ନିବେଶ ପାଇଁ ସୁପରିଚିତ ଭେଂଚର କ୍ୟାପିଟାଲିଷ୍ଟ ଟିମ୍ ଡ୍ରେପର୍ ଓ ତାଙ୍କ ପରିବାର ସାମିଲ ଥିଲେ । ଏସମ୍ପର୍କରେ ଶ୍ରୀ ଶ୍ରୀ ୟୁନିଭର୍ସିଟିର ଏସ୍ଏସ୍ୟୁ ଇନୋଭେଶନ ଫାଉଣ୍ଡେଶନର ସିଇଓ ଡଃ ବରଦା ପି. ପାଣିଗ୍ରାହୀ କହିଛନ୍ତି, “ଆମର ଅଭିନବ ଆଭିମୁଖ୍ୟ ଓ ଦୃଷ୍ଟିକୋଣକୁ ଟିମ୍ ଡ୍ରେପର୍ଙ୍କ ଅନୁମୋଦନ ଏକ ଅଦ୍ଭୁତପୂର୍ବ ସମ୍ମାନ ଅଟେ । ତାଙ୍କର ସ୍ୱୀକୃତି ଅତ୍ୟାଧୁନିକ ଡ୍ରୋନ ଟେକ୍ନୋଲୋଜି ମାଧ୍ୟମରେ ପରିବହନ କ୍ଷେତ୍ରକୁ ବୈପ୍ଳବିକ କରିବା ପାଇଁ ଆମର ଲକ୍ଷ୍ୟକୁ ବୈଧ କରିଛି ।” ବନ୍ଭି ଏରୋର ସଦ୍ୟତମ ସଫଳତା ଏହି ପ୍ରତିଯୋଗିତାର ବିଜୟ ଓ ଫଣ୍ଡିଙ୍ଗ୍ ସଫଳତାଠାରୁ ଆଗକୁ ବିସ୍ତାରିତ ହୋଇଛି । ବନ୍ଭିର ଏରିଏଲ ଯାନ କାର୍ବନ-ମୁକ୍ତ ଓ ଶୂନ ନିର୍ଗମନ ବିଶିଷ୍ଟ ଅଟେ ଏବଂ ୨୦୭୦ ସୁଦ୍ଧା ନେଟ୍ ଜିରୋ ପାଇଁ ଭାରତ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା । କମ୍ପାନୀର ସିଟିଓ ଓ ସହ-ପ୍ରତିଷ୍ଠାତା ଅବିନାଶ ସାହୁ କହିଛନ୍ତି, “କମ୍ପାନୀ ସଫଳତାର ସହ ଭାରତୀୟ ସେନାକୁ ଆଡ୍ଭାନ୍ସଡ ଲିଜିଷ୍ଟିକ୍ସ ଡ୍ରୋନ୍ ପ୍ରଦାନ କରିଛି, ଯାହା ୧୦,୦୦୦ ଫୁଟ୍ରୁ ଅଧିକ ଉଚ୍ଚତା ସମେତ ଅଧିକ ଉଚ୍ଚତା ବିଶିଷ୍ଟ ଓ ଆହ୍ୱାନପୂର୍ଣ୍ଣ ପରିବେଶଗୁଡିକରେ ପରିଚାଳନା କରିବା ପାଇଁ ଏହାର କ୍ଷମତାକୁ ପ୍ରଦର୍ଶିତ କରୁଛି ।” ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ଓମକାର ରାୟ କହିଛନ୍ତି ଯେ, “ ଏହା କେବଳ ବନ୍ଭି ଏରୋ ପାଇଁ ନୁହେଁ ବରଂ ଆମ ରାଜ୍ୟର ସମସ୍ତ ଷ୍ଟାର୍ଟଅପ୍ଗୁଡିକ ପାଇଁ ମଧ୍ୟ ଏକ ବଡ ସଫଳତା ଅଟେ । ଆମେ ବହୁତ ଖୁସି ଯେ, ଷ୍ଟାର୍ଟଅପ୍ ଓଡିଶା ବିକଶିତ ହେଉଛି ଏବଂ ଆମେ ବନ୍ଭି ଏରୋର ସଫଳତାକୁ ଆମର ସଫଳତା ଭାବେ ବିବେଚନା କରୁଛୁ । ମୁଁ ଆପଣଙ୍କ ସହ ଏହା ସେୟାର କରି ଖୁସି ଅନୁଭବ କରୁଛି ଯେ, ଓଡିଶାରେ ମାନବ ସମ୍ବଳ ଓ ବୈଷୟିକ ସହଯୋଗର ଏକ ମଜବୁତ ଆଧାରକୁ ବିକଶିତ କରାଯାଉଛି ଯାହା ଡ୍ରୋନ ଟେକ୍ନେଲୋଜି ଓ ଆଭିଏଶନ କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡିକୁ ଆଗକୁ ବଢିବାରେ ସାହାଯ୍ୟ କରିବ ।” “ଏଆଇସି-ସିଜିୟୁ ଏବଂ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ମିଟ ଦ ଡ୍ରେପର୍ସ ସିଜନ-୬ରେ ସେମାନଙ୍କ ଷ୍ଟାର୍ଟଅପ୍ର ବିଜୟକୁ ଗର୍ବର ସହ ପାଳନ କରୁଛନ୍ତି, ଯାହା ଅନ୍ତର୍ଜାତୀୟ ମଂଚରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଚିହ୍ନ୍ିତ କରୁଛି । ପ୍ରମୋଟର ଶ୍ରୀ ସଞ୍ଜିବ କୁମାର ରାଉତ କହିଛନ୍ତି, “ଆମେ ଏକ ସୁଦୃଢ ଡ୍ରୋନ ଇକୋସିଷ୍ଟମର ପରିକଳ୍ପନା କରିଛୁ ଯାହା ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ଏବଂ ଆଶାୟୀ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ମେଂଟରିଂ, ପ୍ରୋଟୋଟାଇପିଂ / ମାନୁଫ୍ୟାକ୍ଚରିଂ ଫ୍ୟାସିଲିଟି ଓ ଫଣ୍ଡିଙ୍ଗ୍ ସୁଯୋଗ ପ୍ରଦାନ କରିବ । ଆମେ ବିନ୍ଭି ଏରୋକୁ ପରବର୍ତୀ ପର୍ଯ୍ୟାୟଗୁଡିକ ପାଇଁ ପାଣ୍ଠି ହାସଲ କରିବା ଏବଂ ଭାରତର ୟୁନିକର୍ଣ୍ଣଗୁଡିକ ମଧ୍ୟରେ ଅବସ୍ଥାପିତ କରିବା ପାଇଁ ଷ୍ଟାର୍ଟଅପ୍ର ମୁଲ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିବା ପାଇଁ ଆଶାବାଦୀ ରହିଛୁ ।” ବିପର୍ଯ୍ୟୟ ପରିଚାଳନା, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ସରକାର ସମ୍ମୁଖୀନ ହେଉଥିବା କିଛି ସ୍ୱତନ୍ତ୍ର ସମସ୍ୟାଗୁଡ଼ିକର ସମାଧାନ ପାଇଁ ବୋନଭି ଏରୋ ପ୍ରତିଶ୍ରୁତିବଦ୍ଧ । କମ୍ପାନୀର ଲକ୍ଷ୍ୟ ହେଉଛି ସାମଗ୍ରୀ ଏବଂ ଜନ ପରିବହନରେ କାର୍ବନ ମୁକ୍ତ ଏରିଅଲ ମୋବିଲିଟି ସମାଧାନରେ ନିଜକୁ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ପ୍ରତିଷ୍ଠିତ କରିବା ଏବଂ ପରିଚାଳନା ଦକ୍ଷତା, ବିଶ୍ୱସନୀୟତା ଏବଂ ନିରନ୍ତର ଅଭିନବତା ଉପରେ ଗୁରୁତ୍ୱ ଦେବା । ଏହାବ୍ୟତୀତ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସି ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ସିଓଓ, ସ୍ଥିତ ପ୍ରଜ୍ଞା ଓ କିଟ୍ର ଭାଗବତୀ ପଟ୍ଟନାୟକ ଉପସ୍ଥିତ ଥିଲେ ।