‘ରଜ ମୌଜ ୨୦୨୪’ ପ୍ରତିଯୋଗିତାର ବିଜେତାଙ୍କୁ ସମ୍ମାନିତ କଲା ଟ୍ରେଣ୍ଡସ୍ ।

0 18

ଭୁବନେଶ୍ୱର, ୨୯ ଜୁନ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ରିଲାଏନ୍ ରିଟେଲର ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍ସେସରି ବେଶିଆଲିଟି ଚେନ୍ ଟ୍ରେଣ୍ଡ୍ ପକ୍ଷରୁ ଏହାର ରଚ୍ଚ ମୌଜ ୨୦୨୪ ପ୍ରତିଯୋଗିତାର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି ଯାହାକୁ ଓଡିଶାରେ ରଚ୍ଚ ପର୍ବର ମହୋତ୍ସବ ସମୟରେ ଆୟୋଜନ କରାଯାଇଥିଲା । ବାଲେଶ୍ଵରର ଭାଗ୍ୟଶ୍ରୀ ଦାସ ଟ୍ରେଣ୍ଡ୍ ରଜ ମୌଜ ୨୦୨୪ ବେଷ୍ଟ ରଜ ଲୁକ୍‌ ସେଲ୍‌ କଂଟେଷ୍ଟରେ ପ୍ରଥମ ପୁରସ୍କାର ଜିତିଥିବା ବେଳେ ବେଷ୍ଟ ରଜ ଲୁକ୍‌ ରିଲ୍ସ କଂଟେଷ୍ଟରେ ଭଦ୍ରକର ରିଙ୍କିରାଣୀ ସାହୁ ପ୍ରଥମ ପୁରସ୍କାର ଜିତିଛନ୍ତି । ବେଷ୍ଟ ରଜ ଲୁକ୍‌ ସେଲ୍‌ କଂଟେଷ୍ଟରେ ଜଗତସିଂହପୁରର ଶ୍ରୁତି ମହାନ୍ତି ଓ ଭଦ୍ରକର ଶୁଭଲଗ୍ନା ଦାସ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଭୁବନେଶ୍ଵରର ଲିଙ୍କିତା ଦେହୁରୀ ଓ ଜଳେଶ୍ଵରର ପ୍ରିୟଙ୍କା ଡିଣ୍ଡା ବେଷ୍ଟ ରଜ ଲୁକ୍‌ ରିଲ୍‌ କଂଟେଷ୍ଟରେ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି ।

ଟେଣ୍ଟ୍‌ ରଚ୍ଚ ମୌଜ ୨୦୨୪ ପ୍ରତିଯୋଗିତାର ସମସ୍ତ ୬ ଜଣ ବିତେଜାଙ୍କୁ ଆଜି ଶନିବାର ଏକ ସ୍ଵତନ୍ତ୍ର ରଚ୍ଚ ମୌଜ ଫିନାଲେ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି ଯେଉଁଥିରେ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଶୀତଲ ପାତ୍ର ଅତିଥୁ ଭାବେ ଯୋଗ ଦେଇଥିଲେ । ଏଠାରେ ଏହା ଉଲ୍ଲେଖ କରିବା ଜରୁରୀ ଯେ, ଟ୍ରେଡ୍‌ସ ପକ୍ଷରୁ ରଜ ମହୋତ୍ସବକୁ ଅଧିକ ଉତ୍ସାହଜନକ ଓ ପୁରସ୍କୃତ କରିବା ପାଇଁ ଆକର୍ଷଣୀୟ ଅଫର୍ ଓ ବେଷ୍ଟ ରଜ ଲୁକ୍‌ କଂଟେଷ୍ଟ ସମେତ ଗ୍ରାହକଙ୍କ ପାଇଁ ସ୍ଵତନ୍ତ୍ର ପଦକ୍ଷେପଗୁଡିକର ଘୋଷଣା କରାଯାଇଥିଲା । ପ୍ରତିଯୋଗିତାର ଅଂଶ ଭାବେ ଟ୍ରେଣ୍ଟସ ଗ୍ରାହକଙ୍କୁ ଏଥରେ ଅଂଶଗ୍ରହଣ କରିବା ଓ ୧ ଲକ୍ଷ ଟଙ୍କାର ପୁରସ୍କାର ଜିତିବା ପାଇଁ ଏକ ସୁଯୋଗ ହାସଲ କରିବା ପାଇଁ ଆମନ୍ତ୍ରିତ କରିଥିଲା ଯେଉଁଠାରେ ସେମାନଙ୍କୁ ଅଫିସିଆଲ ହ୍ୟାଣ୍ଡେଲରେ ଟ୍ୟାଗ୍ କରି ସେଲ୍‌ କିମ୍ବା ରିଲ୍‌ ଆକାରରେ ନିଜର ସର୍ବୋତମ ରଜ ଲୁକ୍‌ଗୁଡିକୁ ସେୟାର କରିବାକୁ ପଡିଥିଲା । ହଜାର ହଜାର ଗ୍ରାହକ ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମରେ ରେ ଟ୍ୟାଗ୍ କରି ନିଜର ଏଂଟ୍ରି ଦାଖଲ କରିଥିଲେ ।

Leave A Reply

Your email address will not be published.