ଗ୍ରାହକମାନଙ୍କ ପାଇଁ ରୁଚି ମସଲାର ବଡ଼ ପୁରସ୍କାର: ଅନୁଗୋଳ ଗ୍ରାହକଙ୍କୁ କାର୍ ସହିତ ୫ଜଣଙ୍କୁ ଇ-ସ୍କୁଟର ଉପହାର । ମୋବାଇଲ୍ ଆପ୍ ଜରିଆରେ ଘରେ ବସି ଗ୍ରାହକ ପାଇବେ ରୁଚି ମସଲା ।

0 98

ଭୁବନେଶ୍ବର, 22.06.24 ( ପ୍ରତ୍ୟୁଷା ବ୍ୟୁରୋ ) :ଦୀର୍ଘ ୪୯ ବର୍ଷ ଧରି ଖାଦ୍ୟପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଏକନମ୍ବର ମସଲା ବ୍ରାଣ୍ଡ ଭାବରେ ପରିଚିତ ରୁଚି ଫୁଡ୍‌ଲାଇନ୍ ତାର ଗ୍ରାହକମାନଙ୍କୁ ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଯୋଜନାରେ ଗୋଟିଏ ମୂଲ୍ୟବାନ କାର ଓ ୫ଟି ଇ-ସ୍କୁଟର ଉପହାର ପ୍ରଦାନ କରିଛି । ଭୁବନେଶ୍ଵରର ଏକ ତାରକା ହୋଟେଲରେ ଆଜି ଆୟୋଜିତ ଉତ୍ସବରେ ରୁଚି ମସଲା ପକ୍ଷରୁ ଅନୁଗୋଳ ସହରର ସାନୁ ବେହେରାଙ୍କୁ ପ୍ରଥମ ପୁରସ୍କାର ଭାବେ ମାରୁତି ସ୍ଵିଫ୍ଟ କାର୍ ଏବଂ କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ର ଇନ୍ଦୁମତୀ ସାହୁ, ବାଲେଶ୍ଵର ଜିଲ୍ଲା ସୋରର ତିଳେ ମା ନାୟକ, ମୟୂରଭଞ୍ଜ ଜିଲ୍ଲା ବିଶୋଇର ବାବୁଲା ପାତ୍ର, ବ୍ରହ୍ମପୁରର ବୈଷ୍ଣବୀ ସାମନ୍ତରା, ରାୟଗଡ଼ାର ବାର୍ଥଲୋମି ସେନାପତିଙ୍କୁ ଇ-ସ୍କୁଟର ପ୍ରଦାନ କରାଯାଇଛି । ରୁଚିର ଏହି ବଡ଼ ଉପହାର ସେମାନଙ୍କ ପାଇଁ ସବୁବେଳେ ଅଭୁଲା ଓ ସ୍ମରଣୀୟ ହୋଇ ରହିବ ବୋଲି ବିଜେତାମାନେ କହିଥିଲେ । ରୁଚି ମସଲାର ୧୨ଟି ସାମଗ୍ରୀ କିଣିଥିବା ଗ୍ରାହକମାନଙ୍କ ପାଇଁ ଏହି ଅଫର୍ ଯୋଜନା ରହିଥିଲା । ଏହା ସହିତ ଗ୍ରାହକମାନଙ୍କୁ ପ୍ରତି ମାସରେ ସ୍ଵର୍ଣ୍ଣ, ରୌପ୍ୟମୁଦ୍ରା ଓ ସ୍ମାର୍ଟୱାଚ୍ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା । ଓଡ଼ିଶାର ଏକନମ୍ବର ମସଲା ବ୍ରାଣ୍ଡ ଭାବେ ଅଶେଷ ଲୋକପ୍ରିୟତା ଅର୍ଜନ କରିଥିବା ରୁଚି ଉଦ୍ୟୋଗ ୪୯ ବର୍ଷର ଯାତ୍ରା ମଧ୍ୟରେ କୋଟିକୋଟି ଗ୍ରାହକମାନଙ୍କର ବିଶ୍ଵାସନୀୟତାକୁ ପାଥେୟ କରି ସଫଳତା ପାଇଛି ବୋଲି ଏକ ବା । ଜରିଆରେ କହିଥିଲେ ବିଶିଷ୍ଟ ଉଦ୍ୟୋଗୀ ତଥା ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଗ୍ରାହକମାନଙ୍କ ପାଇଁ ଓଡ଼ିଶାରେ ଏହା ଏକ ବଡ଼ ପୁରସ୍କାର ଏବଂ ଜାତୀୟସ୍ତରରେ ନିଜର ଗୁଣବ । ଓ ସଫଳତା ପାଇଁ ରୁଚି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ମୁଖ୍ୟଅତିଥି ଭାବେ ଯୋଗଦେଇ ରୁଚିର ନିର୍ଦ୍ଦେଶିକା ରଶ୍ମୀ ସାହୁ ଓ ସଲିନା ସାହୁ କହିଥିଲେ ।

Leave A Reply

Your email address will not be published.