ସ୍ୱାଧୀନ ସାମ୍ବାଦିକତା ଆଣେ ନିରପେକ୍ଷତା ।

0 103

ଭୁବନେଶ୍ଵର ,୦୩ ମଇ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) :ଉତ୍କଳ ସାମ୍ୱାଦିକ ସଂଘ ସହ ବନ୍ଧିତ ଭୁବନେଶ୍ଵର ସାମ୍ୱାଦିକ ସଂଘ ପକ୍ଷରୁ ଏହାର ବାର୍ଷିକ ଉତ୍ସବ ପାଳିତ ଅବସରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମଞ୍ଚ ମଣ୍ଡନ କରିଥିଲେ ଉତ୍କଳ ସାମ୍ୱାଦିକ ସଂଘର ସଭାପତି ବିଭୁତି ଭୂଷଣ କରଙ୍କ ସମେତ ବିଶିଷ୍ଟ ସାମ୍ୱାଦିକ ଅତିଥି ଦିଲ୍ଲୀପ ବିଶୋଇ, ସମରେଦୁ ଦାସ , ବେଣୁଧର ପଣ୍ଡା,ପ୍ରତାପ ପ୍ରଧାନ l କାର୍ଯ୍ୟକ୍ରମରେ ଗଣ ମାଧ୍ୟମର ସ୍ଵାଧୀନତା ଓ ବିଶ୍ଵ ଜଳବାୟୁ ପରିବର୍ତ୍ତନ ସମ୍ପକରେ ଆଲୋଚନା ହୋଇଥିଲା l

ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ବୃତ୍ତି ଉପରେ ଆଲୋକପାତ କରିଥିଲେ l ସାମ୍ବାଦିକତା କ୍ଷେତ୍ରରେ ସତ୍ୟ ଖବର ପରିବେଷଣ କରିବା କେତେ କଷ୍ଟକର ସେ କହିଥିଲେ l ସେ କହିଥିଲେ କାହା ବିରୋଧରେ କଲମ ଚଳାଇବା ସମ୍ଭବ ହେଉନି l ଏଥିରେ ପରିବର୍ତ୍ତନ ଆଣିବା ପାଇଁ ପ୍ରାୟାସ ହେବା ଦରକାର l ଉତ୍ସବରେ ଅନ୍ୟ ଅତିଥି ମାନେ ସମ୍ବାଦପତ୍ର ପ୍ରକାଶ ଓ ନିରପେକ୍ଷତା ଅବଲମ୍ବନ କରିବା ସମ୍ପର୍କରେ ଉଦ୍ୟମ ଆଣିବାକୁ ପରାମର୍ଶ ଦେଇଥିଲେ l ସ୍ୱାଧୀନ ସାମ୍ବାଦିକତା ନିରପେକ୍ଷତା ଆଣିପାରିବ ବୋଲି ମତ ପ୍ରକାଶ ପାଇଥିଲା l କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପପୁ ମହାନ୍ତି ରମେଶ ମହାନ୍ତି, ବିମଳ ଭଞ୍ଜଦେଓ, ମାଧବ ବେହୁରା, ବଙ୍କିମ ନାୟକ, ଯଜ୍ଞାସିଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ lକାର୍ଯକ୍ରମର ଶେଷ ପର୍ଯ୍ୟାୟରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ ସାମଲ ସାମିଲ ହୋଇ ସାମ୍ୱାଦିକମାନେ ସମ୍ବାଦ ପାଠକ ପାଠିକା ମାନଙ୍କ ପାଇଁ ଉପଯୋଗ ହେଵା ଭଳି ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.