ବିବା ପକ୍ଷରୁ ଆକର୍ଷଣୀୟ ସମର୍ କଲେକ୍ସନ ୨୦୨୪କୁ ଉନ୍ମୋଚନ କଲେ ସେଲିବ୍ରେଟି ଅଭିନେତ୍ରୀ ଅର୍ଚ୍ଚିତା ।

0 62

ଭୁବନେଶ୍ୱର, ୨୨ ମାର୍ଚ୍ଚ ୨୦୨୪: ( ପ୍ରତ୍ୟୁଷା ବ୍ୟୁରୋ ) : ଭାରତର ଅଗ୍ରଣୀ ଓ ଘରୋଇ ଫ୍ୟାଶନ ବିବା ପକ୍ଷରୁ ଭୁବନେଶ୍ୱରସ୍ଥିତ କମ୍ପାନୀର ଫ୍ଲାଗ ସିପ ଷ୍ଟୋର ରେ ଏହାର ନୂଆ ସମର କଲେକ୍ସନ ୨୦୨୪ ର ଗ୍ରାଣ୍ଡ୍ ଲଞ୍ଚ ସମ୍ପର୍କରେ ଘୋଷଣା କରାଯାଇଛି ଯାହାର ବିଷୟବସ୍ତୁ ରହିଛି ହର୍ ନଜର ମେଁ କୁଛ ନୟା । ଏହି ନୂତନ କଲେକ୍ସନ ଭାରତର କେନ୍ଦ୍ରକୁ ଅତୁଳନୀୟ ଫ୍ୟାଶନ ଆଣିବାର ଏହାର ଯାତ୍ରାରେ ଆଉ ଏକ ସଫଳତାକୁ ଚିହ୍ନିତ କରିଛି । ଉତ୍ସାହକୁ ବୃଦ୍ଧି କରି ଏହି ଲଂଚ୍ ଇଭେଣ୍ଟ ରେ ଓଡିଶାର ଲୋକପ୍ରିୟ ସେଲିବ୍ରିଟି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ ଯିଏକି ଫେମିନା ମିସ୍ ଇଣ୍ଡିଆ, କୋଲ୍‌କତାର ପ୍ରଥମ ଉଟର୍-ଅପ୍ ଟାଇଟଲ ଜିତିଥିଲେ । ଏହି ଇଂର ଇଭେଟ୍ ଉପଭୋକ୍ତାଙ୍କୁ ଅତିଥ ସେଲିବ୍ରିଟିଙ୍କ ଦ୍ଵାରା ଷ୍ଟାଇଲ୍‌ କରାଯିବାର ସୁଯୋଗ ପ୍ରଦାନ କରିଛି ଯିଏକି ନିଜର ଫ୍ୟାଶନ ଟିପ୍‌ସ ମଧ ସେୟାର କରିଥିଲେ । ଗ୍ରୀଷ୍ମ ଋତୁ ଆସୁଥିବାରୁ ବିବା ପକ୍ଷରୁ ଏହାର ନୂତନ କଲେକ୍ସନରେ ଜୀବନ୍ତ ରଙ୍ଗ, ସୂକ୍ଷ୍ମ ଶୈଳୀ ଓ ସରଳ ଷ୍ଟାଇଲ୍‌ର ଏକ ପରିଦୃଶ୍ୟ ଉପସ୍ଥାପନ କରାଯାଇଛି । ପ୍ରତ୍ୟେକ ପୋଷାକକୁ ଏକ ସ୍ଵତନ୍ତ୍ର କାହାଣୀ ବ୍ୟାଖ୍ୟା କରିବା ପାଇଁ ଯତ୍ନର ସହିତ ନିର୍ମାଣ କରାଯାଇଛି ଯାହା ଗ୍ରୀଷ୍ମ ଋତୁର ମହତ୍ଵକୁ କ୍ୟାପ୍‌ଟର କରୁଛି । ଚଳିତ ଋତୁରେ ବିବା କେବଳ ଏକ କଲେକ୍ସନ ଉପସ୍ଥାପନ କରିବାଠାରୁ ଆଗକୁ ବଢିଛି; ଏହା ଫ୍ୟାଶନରେ ନୂତନତ୍ଵ ଓ ବିବିଧତାର ଏକ ସେଲିବ୍ରେଶନ ପ୍ରଦାନ କରୁଛି । ଚିକ୍ କଂଟେମ୍ପରାରୀ ଡିଜାଇନଠାରୁ ଆରମ୍ଭ କରି କାଳଜୟୀ କ୍ଲାସିକ୍ ପର୍ଯ୍ୟନ୍ତ ସମର କଲେକ୍‌ନ ୨୦୨୪ ଫ୍ୟାଶନ ଉତ୍ସାହୀମାନଙ୍କ ବିବିଧ ପସନ୍ଦକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଉଛି । ସମର୍ କଲେକ୍ସନ ୨୦୨୪ର ଗ୍ରାଣ୍ଡ ଉନ୍ମୋଚନ ସହିତ ବିବା ଗ୍ରାହକଙ୍କୁ ନୂତନ ସୂର୍ଯ୍ୟକିରଣକୁ ଗ୍ରହଣ କରିବା ଓ ଷ୍ଟାଇଲ୍‌ର ନୂତନ ଦିଗଗୁଡିକୁ ଅନ୍ଵେଷଣ କରିବା ପାଇଁ ଆମଷ୍ଠିତ କରୁଛି । ଏହି ନୂଆ କଲେକ୍ସନ ଗ୍ରାହକମାନଙ୍କୁ ବିକାର ୨୦୨୪ କଲେକ୍ସନର ପୋଷାକଗୁଡିକର ଏକ ସ୍ଵତନ୍ତ୍ର ଶୃଙ୍ଖଳା ପ୍ରଦାନ କରୁଛି ।

Leave A Reply

Your email address will not be published.