ପାତ୍ରପଡ଼ାରେ ଶ୍ରୀଲେଦର୍ସର ନୂତନ ଶୋ’ରୁମର ଶୁଭାରମ୍ଭ ।

0 78

ଭୁବନେଶ୍ୱର, ୨୧ ମାର୍ଚ୍ଚ ୨୦୨୪: ( ପ୍ରତ୍ୟୁଷା ବ୍ୟୁରୋ ) : ଦୀର୍ଘ ୭୦ ବର୍ଷର ପୁରାତନ ଫୁଟୱେୟାର ତଥା ଜୋତା ଶିଳ୍ପ ବ୍ୟବସାୟରେ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ ଭୁବନେଶ୍ଵରସ୍ଥିତ ପାତ୍ରପଡ଼ାଠାରେ ଏହାର ଅନ୍ୟ ଏକ ନୂତନ ଶୋ’ରୁମ ଶୁଭାରମ୍ଭ କରିଛି l ସମଗ୍ର ଓଡ଼ିଶାରେ ଏହା ୯ମ ଶୋ’ରୁମ ଭାବେ ପରିଗଣିତ ହୋଇଛି । ଏହି ନୂତନ ଶୋ’ରୁମରେ ବିଶ୍ୱସ୍ତରୀୟ ଜୋତା, ଚମଡ଼ାରେ ନିର୍ମିତ ବ୍ୟାଗ୍, ଟ୍ରାଭେଲ ବ୍ୟାଗ୍, ସ୍ପୋର୍ଟ ଜୋତା ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ । ଲୋକମାନଙ୍କୁ ସୁଲଭମୂଲ୍ୟରେ ବିଶ୍ଵସ୍ତରୀୟ ଜୋତା ଏବଂ ଚମଡ଼ା କାରୁକାର୍ଯ୍ୟ ସମ୍ପନ୍ନ ହାତବ୍ୟାଗ୍ ଦେବା ଉଦ୍ଦେଶ୍ୟରେ ୧୯୫୨ ମସିହାରେ ‘ଶ୍ରୀଲେଦର୍ସ’ ସ୍ଥାପନା କରାଯାଇଥିଲା । ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ସୁରେଶ ଚନ୍ଦ୍ର ଦେ ଦେଶବାସୀଙ୍କୁ ଅପେକ୍ଷାକୃତ ସ୍ଵଳ୍ପ ମୂଲ୍ୟରେ ଆରାମଦାୟକ ଜୋତା ବ୍ୟବହାର କରିବା ଉଦ୍ଦେଶ୍ୟ ରଖି ଏହି ବ୍ୟବସାୟ ଆରମ୍ଭ କରିଥିଲେ । ‘ଗୁଣାତ୍ମକ ଉତ୍ପାଦ ଏବଂ ଗ୍ରାହକ ସନ୍ତୁଷ୍ଟୀକରଣ’ ସଫଳତା ସୂତ୍ର ଆଧାରରେ ସମସ୍ତ ବର୍ଗର ଗ୍ରାହକଙ୍କୁ ଆରାମଦାୟକ ଷ୍ଟାଇଲିସ୍ ଜୋତା, ବ୍ୟାଗ୍, ନିତ୍ୟ ବ୍ୟବହାର୍ଯ୍ୟ ଚମଡ଼ା ସାମଗ୍ରୀ ଯୋଗାଇବାରେ ‘ଶ୍ରୀଲେଦର୍ସ’ ଜୋତା ବଜାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆରାମ ଏବଂ ଷ୍ଟାଇଲିସ୍ ବିଭାଗରେ ‘ଏସ୍ଏଲ୍ ପ୍ରିମିୟମ’ ହେଉଛି ଏକ ନୂତନ ବର୍ଗ ଯାହାକୁ ଖୁଚୁରା ଏବଂ ଅନ୍‌ଲାଇନ୍ ଗ୍ରାହକମାନଙ୍କଠାରୁ ବେଶ୍ ଭଲ ଫିଡ୍‌ବ୍ୟାକ୍ ମିଳିଛି । ଏହି ପରିପ୍ରେକ୍ଷୀରେ ଶ୍ରୀଲେଦର୍ସର ଅଂଶୀଦାର ଶ୍ରୀ ଶେଖର ଦେ କହିଛନ୍ତି ଯେ, ‘ପ୍ରତ୍ୟେକ ନୂତନ ଡିଜାଇନ୍ ଏବଂ ବିଭିନ୍ନ ବର୍ଗର ଉତ୍ପାଦ ପ୍ରଥମେ ଆମ ଶୋ’ରୁମକୁ ଆସିଥାଏ । ଏହାର ଗୁଣବତ୍ତା ଏବଂ ଗ୍ରାହକଙ୍କ ଗ୍ରହଣୀୟତା ବିଷୟରେ ନିଶ୍ଚିତ ହେବା ପରେ ହିଁ ଆମେ ଏହାକୁ ଆମର ଅନ୍ୟାନ୍ୟ ଫ୍ରାଞ୍ଚାଇଜ୍‌ରେ ବଣ୍ଟନ କରୁ ।” ଗ୍ରାହକଙ୍କ ଦୃଢ ବିଶ୍ୱାସଭାଜନ ହୋଇପାରିଥିବା ଶ୍ରୀଲେଦର୍ସର ସର୍ବପୁରାତନ ଶୋ’ରୁମ ଜାମସେଦପୁରଠାରେ ରହିଛି ।

Leave A Reply

Your email address will not be published.