ମିଡ଼୍ ପ୍ରିମିୟମ ସିଗ୍‌ମେଣ୍ଟରେ ସାମସଙ୍ଗ ଗାଲାକ୍ସି ଏ୫୫ ୫ଜି ଏବଂ ଗାଲାକ୍ସି ଏ୩୫ର ଉନ୍ମୋଚନକୁ ଦୃଢ଼ କରିପାରିଛି ।

0 133

ଭୁବନେଶ୍ଵର, ଭାରତ – ମାର୍ଚ୍ଚ ୧୯, ୨୦୨୪( ପ୍ରତ୍ୟୁଷା ବ୍ୟୁରୋ) : ସାମସଙ୍ଗ, ଭାରତର ସର୍ବବୃହତ୍ ଗ୍ରାହକ ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ, ଆଜି ଗାଲାକ୍ସି ଏ୫୫ ୫ଜି ଏବଂ ଗାଲାକ୍ସି ଏ୩୫ ୫ଜି ଶୁଭାରମ୍ଭ ଅଭିନବୀକରଣର ଉଦ୍ଦିପନା ସହିତ ଘୋଷଣା କରିଛି । ଏହି ନୂତନ ଏ ଶୃଙ୍ଖଳ ଉପକରଣରେ ଅନେକ ଗୁଡ଼ିଏ ଫ୍ଲାକ୍‌ସିପ୍ ବିଶେଷତ୍ଵ ରହିଛି ସେଗୁଡ଼ିକ ହେଉଛି ଗରିଲା ଗ୍ଲାସ ଭିକଟସ୍‌କ୍ତ ସୁରକ୍ଷା, ଏଆଇ ଦ୍ବାରା କ୍ୟାମେରା ବିଶେଷତ୍ଵ ବୃଦ୍ଧି, ଏକ ଗୋଳମାଳିଆ ନିରୋଧକ ସୁରକ୍ଷାର ସମାଧାନ, ସାମସଙ୍ଗ କୃକ୍ତି ଭଲ୍ଟ ତଥା ଏଥୁସହିତ ଅନ୍ୟାନ୍ୟ ନୂତନ ବିଶେଷତ୍ଵର ସମାହାର । “ ଭାରତରେ ଶେଷ ଦୁଇବର୍ଷରେ ଗାଲାକ୍ସି ଏ ଶୃଙ୍ଖଳ ସ୍ମାର୍ଟଫୋନ ଶୃଙ୍ଖଳ ମଧ୍ୟରେ ସବୁଠାରୁ ଅଧ‌ିକ ବିକ୍ରୟ ହୋଇଥିବା ବେଳେ ଏହା ଭାରତରେ ରହିଥିବା ଏମଜେଡ଼ ଗ୍ରାହକଙ୍କ ମଧ୍ୟରେ ସବୁଠାରୁ ଅଧ‌ିକ ଲୋକପ୍ରିୟ ଭାବରେ ନିଜକୁ ପ୍ରଦର୍ଶିତ କରିପାରିଛି । ଗାଲାକ୍ସି ଏ୫୫ ୫ଜି ଏବଂ ଗାଲାକ୍ସି ଏ୩୫ ୫ଜିର ଶୁଭାରମ୍ଭ ଆମକୁ ପୁଣି ଥରେ ଆମର ଫ୍ଲାଗସିପ୍ – ଅଭିନବୀକରଣର ଜାଗ୍ରତାର ପ୍ରତିଶ୍ରୁତିବଦ୍ଧତାକୁ ଦୃଢ଼ ମଜବୁତ୍ କରିପାରିଛି । ଗାଲାକ୍ସି ଏ୫୫ ୫ଜି ଏବଂ ଗାଲାକ୍ସି ଏ୩୫ ୫ଜି ଆମକୁ ୫ଜି ସ୍ମାର୍ଟଫୋନ ବିଭାଗରେ ତଥା ଏକ ଦ୍ରୁତଗାମୀ ବୃଦ୍ଧିପ୍ରାପ୍ତ ମିଡ଼-ପ୍ରିମିୟମ (୩୦,୦୦/-ଟଙ୍କାରୁ ୫୦,୦୦୦/-ଟଙ୍କା) ବିଭାଗରେ ଦେଶରେ ଆମର ନେତୃତ୍ୱକୁ ଆହୁରି ଦୃଢ଼ କରିବାରେ ସାହାଯ୍ୟ କରିବ” ଏଭଳି ମତବ୍ୟକ୍ତ କରି କହିଛନ୍ତି ଶ୍ରୀ ଋଷି କୁଲଶ୍ରେଷ୍ଠ, ନିର୍ଦ୍ଦେଶକ, ଏମଏକ୍ସ ବିଜିନେସ୍, ସାମସଙ୍ଗ ଇଣ୍ଡିଆ । ଗଠନ ତଥା ଦୀର୍ଘସ୍ଥାୟୀତ୍ଵ ଭଳି ଫ୍ଲାଗସିପ୍ ପ୍ରଥମ ଥର ପାଇଁ ଗାଲାକ୍ସି ଏ୫୫ ୫ଜି ଏକ ଧାତବ ଫ୍ରେମରେ ପାଇପାରିବେ ତଥା ଗାଲାକ୍ସି ଏ୩୫ ୫ଜି ପ୍ରିମିୟମ ପଛ ପାର୍ଶ୍ଵ ଗ୍ଲାସରେ ପାଇପାରିବେ ।

Leave A Reply

Your email address will not be published.