କଳାମୋତିଆ ମୁକ୍ତ ବିଶ୍ଵ ପାଇଁ ହେବା ଏକତ୍ରିତ।

0 164

ଭୁବନେଶ୍ଵର ୧୪ ମାର୍ଚ୍ଚ ୨୦୨୪ , ( ପ୍ରତ୍ୟୁଷା ବ୍ୟୁରୋ ) : ଚିକିତ୍ସା ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ସାରା ବିଶ୍ବରେ ଏବେ ବି ୭ ନିୟୁତ ଲୋକ କଳା ମୋତିଆ ଚକ୍ଷୁ ରୋଗରେ ଆକ୍ରାନ୍ତ ଅଛନ୍ତି l ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତି ବର୍ଷ ସଚେତନତା ସୃଷ୍ଟି କରାଯାଇଛି l ଏହା କ୍ରମରେ ଭୁବନେଶ୍ୱର ୧୦ ଜନ ପଥ ରେ ଥିବା କର ଭିଜନ ଆଇ ହସ୍ପିଟାଲ ଆଜି ସକାଳେ ଏକ ସଚେତନତା ଅଭିଯାନ ଆରମ୍ଭ କରିଛି । ଏହା ଏକ ସପ୍ତାହ ବ୍ୟାପି ପାଳନ କରାଯାଇ ଜନ ସାଧାରଣଙ୍କୁ କଳା ମୋତିଆ କ ‘ଣ ଏହାର ପ୍ରଭାବ ଶରୀର ପାଇଁ କେତେ କ୍ଷତିକାରକ ତାହା ବୁଝାଇବେ l ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ l ଅନୁଷ୍ଠାନର ନିର୍ଦ୍ଦେଶକ ଅଶୋକ ନନ୍ଦ ଓ ବିଶେଷଜ୍ଞ ଡାକ୍ତର ସସ୍ମିତା ଦାସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଜନସାଧାରଣଙ୍କୁ ଗ୍ଲୁକୋମା ରୁ ମୁକ୍ତି ପାଇଁ ସଚେତନ କରାଇଥିଲେ l କାର୍ଯକ୍ରମକୁ ନିଳାଦ୍ରୀ ସ୍ଵାଇଁ ସଂଯୋଜନା କରିଥିଲେ ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କର ଭିଜନର ଡାକ୍ତର କ ‘ଣ ବାର୍ତ୍ତା ଦେଇଛନ୍ତି ଶୁଣିବା ।

Leave A Reply

Your email address will not be published.