ଫେବୃଆରୀ ୧୦ ରୁ ୧୯ ଫେଲେରିଆ ନିରାକରଣ ଅଭିଯାନ ସାମୁହିକ କରିବା ଔଷଧର ସେବନ ।

0 77

ଭୁବନେଶ୍ଵର ୦୬/୦୨/୨୪( ପ୍ରତ୍ୟୁଷା ବ୍ୟୁରୋ ) : ଫେଲେରିଆ ନିରାକରଣ ଅଭିଯାନ ସଂକଳ୍ପ ନେଇ ରାଜ୍ୟ ସରକାର ଫେବୃଆରୀ ୧୦ ତାରିଖ ରୁ ୧୯ ପର୍ଯ୍ୟନ୍ତ କାର୍ଯକ୍ରମ ଆୟୋଜନ କରିଛନ୍ତି l ଏହାକୁ ସଫଳ କରିବାକୁ ଆୟୋଜକ ରାଜ୍ୟ ସରକାରଙ୍କ ସହ ଗ୍ଲୋବାଲ ହେଲଥ ଷ୍ଟାଟେଜି ଏଵଂ ପି ସି ଆଇ ସହଯୋଗ କରୁଛନ୍ତି l କାର୍ଯ୍ୟକ୍ରମ ଅନୁଯାୟୀ ସାମୁହିକ ଔଷଧ ସେବନ କରିବାକୁ ସଚେତନତା ସୃଷ୍ଟି କରାଯିବ l ଉଲ୍ଲେଖ ଯେ ଓଡିଶାର ୩୦ ଟି ଜିଲ୍ଲା ମଧ୍ୟରୁ ୭ଟି ଜିଲ୍ଲା ଯଥା- ବଲାଙ୍ଗିର, ଖୋର୍ଦ୍ଧା, କଟକ, କନ୍ଧମାଳ, କଳାହାଣ୍ଡି, ନୟାଗଡ ଓ ରାୟଗଡା ଜିଲ୍ଲାରେ ବାତଜ୍ଵର ନିରାକରଣ ପାଇଁ ସାମୂହିକ ଔଷଧ ସେବନ (ଏମ୍‌ଡିଏ) କାର୍ଯ୍ୟକ୍ରମ ଆସନ୍ତା ୧୦-୧୯ ଫେବୃଆରୀ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି । ଉପରୋକ୍ତ ୭ଟି ଜିଲ୍ଲାରେ ୫୬ଟି ବ୍ଲକ ତଥା ସହରାଞ୍ଚଳର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଯେଉଁଠି ବାତଜ୍ଵରର ଅଧିକ ପ୍ରଭାବ ରହିଛି, ସେହି ସ୍ଥାନମାନଙ୍କରେ ହେବ । ୩ଟି ଜିଲ୍ଲା ଯଥା ବଲାଙ୍ଗିର, କଳାହାଣ୍ଡି ଓ ରାୟଗଡାରେ ତିନି ପ୍ରକାର ବଟିକା ଯଥା (ଡି.ଇ.ସି, ଆଲବେଣ୍ଡାଜୋଲ ଓ ଆଇଭରମେକ୍ଟିନ) ଖାଇବାକୁ ଦିଆଯିବ ଏବଂ ୪ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ନୟାଗଡ ଓ କନ୍ଧମାଳରେ ଦୁଇ ପ୍ରକାରର ଔଷଧ (ଡି.ଇ.ସି ଓ ଆଲବେଣ୍ଡାଜୋଲ) ଖାଇବାକୁ ଦିଆଯିବ । ଉପରୋକ୍ତ ୭ଟି ଜିଲ୍ଲାରେ ପ୍ରାୟ ୪୫ ଲକ୍ଷ ୮୯ ହଜାର ୭୯୪ ଲୋକଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ୧୬୭୪୭ ଡ୍ରଗ ଆଡମିନିଷ୍ଟ୍ରେଟର ବା ସ୍ୱେଚ୍ଛାସେବୀଙ୍କୁ ତାଲିମ ଦିଆଯାଇ ନିୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଠିକ୍ ଭାବରେ ତଦାରଖ କରିବା ପାଇଁ ୧୭୧୨ ଜଣ ତଦାରଖକାରୀ ବା ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ତାଲିମପ୍ରାପ୍ତ ସ୍ଵେଚ୍ଛାସେବୀମାନେ ଘରକୁ ଘର ଯାଇ ଏହି ଔଷଧ ଖୁଆଇବେ । ଭ୍ରାମ୍ୟମାଣ ଟିମ୍ ଗୁଡିକ ବିଭିନ୍ନ ସ୍କୁଲ, କଲେଜ ଓ ଅଫିସକୁ ଯାଇ ଖୁଆଇବେ । ଦୁଇବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଲୋକମାନଙ୍କୁ ଛାଡି ସମସ୍ତଙ୍କୁ ଆଶା ତଥା ଅନ୍ୟ ସ୍ଵେଚ୍ଛାସେବୀଙ୍କ ସାମ୍ନାରେ ଫାଇଲେରିଆ ନିରାକରଣ ଔଷଧଗୁଡିକ ସେବନ କରିବାକୁ ହେବ । ଆଇଭରମେକ୍ସିନ ବଟିକା ୬ ବର୍ଷରୁ ଊର୍ଦ୍ଧ ବୟସର ଲୋକମାନଙ୍କୁ ଉଚ୍ଚତା ଅନୁଯାୟୀ ଦିଆଯିବ । ଏହି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ସମନ୍ୱୟ ଲୋଡାଯାଇଛି । ଏହି ଅଞ୍ଚଳର ଲୋକମାନେ ଫାଇଲେରିଆ ନିରୋଧ ଔଷଧ ସେବନ କରିବା ସହ ସରକାରଙ୍କୁ ଫାଇଲେରିଆ ମୁକ୍ତ ଓଡିଶା ଗଠନ ପାଇଁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.