୧୧ରେ ୧୦୦ କ୍ୟୁବ ଷ୍ଟାର୍ଟ – ଅପ ଅଭିଯାନ ହେବ ଆରମ୍ଭ ।

0 61

ଭୁବନେଶ୍ୱର ୦୫/୦୨( ପ୍ରତ୍ୟୁଷା ବ୍ୟୁରୋ ) ଆଇଆଇଟି ଭୁବନେଶ୍ବରର ଗବେଷଣା ଓ ଉଦ୍ୟମିତା ବିକାଶ ପାର୍କ ଆସନ୍ତା ଫେବ୍ରୁଆରି ୧୧ ତାରିଖରେ ୧୦୦ କ୍ୟୁବ୍ ଷ୍ଟାର୍ଟ-ଅପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ୨୦୩୬ ମସିହାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ସୁଦ୍ଧା ୧୦୦ କୋଟି ଟଙ୍କାର ମୂଲ୍ୟାଙ୍କନ ବିଶିଷ୍ଟ ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାକୁ ଏହି ଦୂରଦର୍ଶୀ କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି। ପାର୍କ ଅତ୍ୟାବଶ୍ୟକ ସମ୍ବଳ, ପରାମର୍ଶ, ପୁଞ୍ଜି ଏବଂ ସମ୍ଭାବ୍ୟ ନିବେଶକଙ୍କ ନିକଟରେ ପହଞ୍ଚିବ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପାର୍କ ଅତ୍ୟାବଶ୍ୟକ ସମ୍ବଳ, ପରାମର୍ଶ, ପ୍ରାରମ୍ଭିକ ପୁଞ୍ଜି ଏବଂ ସମ୍ଭାବ୍ୟ ନିବେଶକମାନଙ୍କ ସହ ଯୋଗାଯୋଗ ସୁବିଧା ଉପଲବ୍ଧ କରାଇବ। ଶିକ୍ଷା ମନ୍ତ୍ରଣାଳୟର ୧୩୦ କୋଟି ଟଙ୍କାର ସହାୟତାରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ପାର୍କ ନିଜ ପରିସରକୁ ବର୍ତ୍ତମାନର ୨୦,୦୦୦ ବର୍ଗଫୁଟ ଅଞ୍ଚଳରୁ ପ୍ରାୟ ୮୦,୦୦୦ ବର୍ଗଫୁଟକୁ ବିସ୍ତାର କରିବାକୁ ଯାଉଛି। ୦ ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର କହିଛନ୍ତି ଯେ ଓଡିଶାରେ ଏକ ସମୃଦ୍ଧ ଉଦ୍ୟୋଗୀ ପରିବେଶ ସୃଷ୍ଟି ପାଇଁ ମାନନୀୟ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉତ୍ସାହରେ ଏହି ପଦକ୍ଷେପ ପାଇଁ ପ୍ରେରଣା ମିଳିଛି, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଓ ଦୃଷ୍ଟିକୋଣ ଉପରେ ଆଧାରିତ। ଆଇଆଇଟି ଭୁବନେଶ୍ବର ଦ୍ବିତୀୟ ପିଢ଼ିର ଆଇଆଇଟି ମଧ୍ୟରୁ ଅନ୍ୟତମ, ଏବଂ ଏହାର ଖଣିଜ ଏବଂ ସାମଗ୍ରୀ, କୃତ୍ରିମ ବୁଦ୍ଧିମତା, ଜଳବାୟୁ ବିଜ୍ଞାନ, ସ୍ମାର୍ଟ ଭିତ୍ତିଭୂମି, ନବୀକରଣ ଯୋଗ୍ୟ ଶକ୍ତି, ସେମିକଣ୍ଡକ୍ଟର ଉପକରଣ ଏବଂ ଇଣ୍ଟିଗ୍ରେଟେଡ୍‌ ସର୍କିଟ୍ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେରେ ପାରଦର୍ଶୀତା ରହିଛି । ଆଇଆଇଟି ଭୂମିକାରେ ପରିବର୍ତ୍ତନ ଉପରେ ଆଲୋକପାତ କରି, ପ୍ରଫେସର କର୍ମାଲକର କହିଛନ୍ତି ଯେ, ପ୍ରାରମ୍ଭିକ ସମୟରେ ଆଇଆଇଟିଗୁଡ଼ିକୁ ଗବେଷଣା ଦସ୍ତାବିଜ ଆକାରରେ ଉପଯୋ କରାଯିବ ।

Leave A Reply

Your email address will not be published.