ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଭଙ୍ଗୁଭୁ ଚେଞ୍ଜ୍ ଲିଡର ନେତ୍ରୀ ପ୍ରାଚୀ ମିଶ୍ର ଏବଂ ପ୍ରଣୟ ମଞ୍ଜରୀ ସାମଲ ।

0 68

ଭୁବନେଶ୍ବର, ଓଡ଼ିଶା (୩୦ ଜାନୁଆରୀ ୨୦୨୪): ( ପ୍ରତ୍ୟୁଷା ବ୍ୟୁରୋ) ଓଡିଶାର ପ୍ରାୟ ୭୦ରୁ ଅଧିକ ମହିଳା ଏବଂ ଟ୍ରାନ୍ସଜେଣ୍ଡର ଭୁବନେଶ୍ବରରେ ଏକ ‘ବସ ଯାତ୍ରା’ କରି ସରକାରୀ ପରିବହନ ବସରେ ମହିଳା ଏବଂ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ମାଗଣା ଯାତ୍ରା ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଗୀତ, ପ୍ଲାକାର୍ଡ ଏବଂ ପୋଷ୍ଟର ଦ୍ବାରା ଏହି କାର୍ଯ୍ୟକ୍ରମ ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲା । ବସରେ ମହିଳାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ସିଧାସଳଖ ଆବେଦନ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ ଯାତ୍ରା ପ୍ରୟାସ ଦେଶର ଅନ୍ୟ ୬ ଟି ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ତେଲେଙ୍ଗାନା ହେଉଛି ସର୍ବଶେଷ ରାଜ୍ୟ ଭାବେ ଲିଙ୍ଗଗତ ଅସମାନତାକୁ ଦୂର କରିବା, ଅନ୍ତର୍ଭୂକ୍ତିକୁ ବୃଦ୍ଧି କରିବା ଏବଂ ରାଜ୍ୟରେ ମହିଳାମାନଙ୍କ ସଶକ୍ତିକରଣ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି । ତାମିଲନାଡୁରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ୨୦୨୪ ମସିହାରେ ରାଜ୍ୟ ନିର୍ବାଚନ ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଥିବାବେଳେ ଏହି ଅଭିଯାନ, ଉଙ୍ଗୁଭୁ କଲେକ୍ଟିଭ ଚେଞ୍ଜ୍ ଲିଡର ପ୍ରାଚୀ ମିଶ୍ର ଏବଂ ପ୍ରଣୟ ମଞ୍ଜରୀ ସାମଲ, ଥାର୍ଡ ଜେଣ୍ଡର ୱେଲଫେୟାର ଟ୍ରଷ୍ଟ, ଆତ୍ମଶକ୍ତି ଟ୍ରଷ୍ଟ, ପ୍ରାକୃତିକ ତଥା ସାମାଜିକ ସମ୍ବଳର ଦୀର୍ଘ ନିରନ୍ତର ବ୍ୟବହାର କେନ୍ଦ୍ର, ଜନ ନୀତି ବିକଳ୍ପ କେନ୍ଦ୍ର, ମାନବିକତା, ଓଡିଶା ମହିଳା ଶ୍ରମଜୀବୀ ମଂଚ, ଓଡିଶା ଏକତା ପରିଷଦ ସମସ୍ତ ରାଜନୈତିକ ଦଳକୁ ଏହି କାରଣକୁ ସମର୍ଥନ କରିବାକୁ ଆହ୍ବାନ କରିଛନ୍ତି ।

Leave A Reply

Your email address will not be published.