ଆଦିବାସୀ ମେଳା ୨୦୨୪ ଉଦଘାଟିତ ।

0 92

ଭୁବନେଶ୍ଵର ୨୬/୦୧ ( ପ୍ରତ୍ୟୁଷା ବ୍ୟୁରୋ ) : ଓଡ଼ିଶା ଜନଜାତିଙ୍କ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଦାନ ହୋଇ ଉଠିଥିବା ଆଦିବାସୀ ମେଳା ୨୦୨୪ ଜନ ରାଜ୍ୟ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭାସି କରକମଳରେ ଉଦଘାଟିତ ହୋଇଛି l ପ୍ରତ୍ୟହ ଅପରାହ୍ନ ୨.୩୦ ରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଏହି ମେଳା ଫେବୃଆରୀ ୦୫ ଯାଏ ୟୁନିଟ୍ ୧ ଆଦିବାସୀ ମେଳା ପଡ଼ିଆରେ ଏହା ଚାଲିବ l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଥିଲେ ବିଭାଗୀୟ ମନ୍ତ୍ରୀ, ଶାସନ ସଚିବ, ନିର୍ଦ୍ଦେଶକ ଓ ଅନ୍ୟମାନେ lଚଳିତ ବର୍ଷ ୧୦୭ ସମ୍ଭ ବାୟ ଗୋଟି ସ୍କୁଲ ନିର୍ମିତ ହୋଇଅଛି। ଏଠାରେ ITDA ତଥା MPA ଙ୍କ ଦ୍ଵାରା ପ୍ରାୟୋଜିତ ସ୍ଵୟଂ ସହାୟକ ଗୋଷ୍ଠୀ ଜନଜାତି ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୀ କରିବେ । ଏତଦ୍‌ବ୍ୟତୀତ TDCCOL, OFSDC, SDC, ମିଶନ ଶକ୍ତି, ଓର୍‌ମାସ୍, ମିଲେଟ ମିଶନ, ହ୍ୟାଣ୍ଡଲୁମ୍ ଓ ଟେକ୍ସଟାଇଲ, ହସ୍ତତନ୍ତ ବିଭାଗ ଯୋଜନା ଓ ସମନ୍ବୟ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ସେମାନଙ୍କ ଦ୍ଵାରା ପ୍ରାୟୋଜିତ ଜନଜାତି ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ଜନଜାତି କଳା ଓ କଳାବସ୍ତୁ ବିଭାଗରେ ୧୫ ଗୋଟି ଷ୍ଟଲ ରହିଛି। ଉଲ୍ଲେଖ ଯେ ଓଡ଼ିଶାର ଜନଜାତିଙ୍କ ଜୀବନ, ଜୀବିକା, କଳା, ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବେଶିତ ଆଦିବାସୀ ମେଳା ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ବିଭାଗ ଆନୁକୂଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ, ଭୁବନେଶ୍ଵର ଦ୍ଵାରା ଆୟୋଜିତ ହୋଇଥାଏ। ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ରାଜ୍ୟସ୍ତରୀୟ ମେଳା ପ୍ରଥମେ ୧୯୫୧ ମସିହାରେ ତତ୍‌କାଳୀନ ଓଡ଼ିଶାର ରାଜଧାନୀ କଟକରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ କାଳରେ ୧୯୫୪ ମସିହାରେ ଏହା ଓଡ଼ିଶାର ନୂତନ ରାଜଧାନୀ ଭୁବନେଶ୍ବରକୁ ସ୍ଥାନାନ୍ତରିତ ହୋଇଥିଲା l

Leave A Reply

Your email address will not be published.