ଓଡ଼ିଆଙ୍କ ଭାବାବେଗ ବୁଝି ନାହାଁନ୍ତି ବିଜେଡ଼ି ସରକାର ।

0 77

ଭୁବନେଶ୍ୱର:ତା ୧୫.୦୧.୨୦୨୪ ( Pratyusha Bureau ): ଓଡ଼ିଶା ସରକାର ଅଣ ଓଡ଼ିଆ ଭାବଧାରା ଦ୍ୱାରା ପରିଚାଳିତ। ସେଥିପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିରକୁ କଳୁଷିତ କରୁଥିବାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ। ଏକ ସାମ୍ୱାଦିକ ସମ୍ମିଳନୀ ମଧ୍ୟମରେ ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ଯେ,ରାଜ୍ୟ ସରକାର ଶ୍ରୀମନ୍ଦିର ମାହାତ୍ମ୍ୟ ବିଷୟରେ ଜ୍ଞାନ ନାହିଁ। ଶ୍ରୀମନ୍ଦିରକୁ ଏକ ପର୍ଯ୍ୟଟନ ସ୍ଥଳି ଭାବେ ବିଚାର କରନ୍ତି। ତେଣୁ ପର୍ଯ୍ୟଟନ ସ୍ଥଳିକୁ ଯେପରି ସୌନ୍ଦର୍ଯ୍ୟ କରଣ କରାଯାଏ ଶ୍ରୀମନ୍ଦିରକୁ ମଧ୍ୟ ସେହିପରି କରାଯାଉଛି। ସେଥିପାଇଁ ମହାପ୍ରସାଦକୁ ରେଷ୍ଟ୍ରୁରାଣ୍ଟର ଖାଦ୍ୟ ଭାବେ ପ୍ରଚାର କରୁଛନ୍ତି । ଜଣେ ୟୁଟ୍ୟୁବର ମହିଳା ଯିଏ ଗୋମାଂସ ଭକ୍ଷଣ କରନ୍ତି ଏବଂ ଏହାର ପ୍ରଚାର ପ୍ରସାର କରନ୍ତି ,ତାଙ୍କୁ କିଭଳି ଶ୍ରୀମନ୍ଦିର କୁ ପ୍ରଵେଶ କରାଯାଉଛି ଏବଂ ମହାପ୍ରସାଦକୁ ତାଙ୍କ ମଧ୍ୟମରେ ପ୍ରଚାର ପ୍ରସାର କରାଯାଉଥିବାର ଏକ ଫଟୋ ଚିତ୍ର ମଧ୍ୟମରେ ଗଣମାଧ୍ୟମ ନିକଟରେ ଏହାର ପ୍ରମାଣ ଦେଇଥିଲେ ଶ୍ରୀଯୁକ୍ତ ପଟ୍ଟନାୟକ। ମହାପ୍ରସାଦ ରେଷ୍ଟ୍ରୁରାଣ୍ଟର ଏକ ଖାଦ୍ୟ ନୁହେଁ ଯେ ଏହାକୁ ଏଭଳି ପ୍ରଚାର ପ୍ରସାର କରାଯିବ ।

ମହାପ୍ରସାଦକୁ ପ୍ରଚାର କରିବାକୁ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ ଆଣିବେ ତାହାଠାରୁ ବଡ଼ ଲଜ୍ଜ୍ୟାର ବିଷୟ ଅନ୍ୟ କିଛି ନୁହେଁ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ଅଭିଯୋଗ କରିବା ସହ ଏହା ଧର୍ମଭାବ ପ୍ରତି କୁଠାରଘାତ ବୋଲି କହିଥିଲେ। ଅନ୍ୟ ଏକ ଅଭିଯୋଗରେ ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ, ପରିକ୍ରମା ପ୍ରକଳ୍ପ ପାଇଁ ଗୁଆ ଏବଂ ଅରୁଆ ଚାଉଳ ଭିକ୍ଷା ମଗାଯାଇଛି। ମନ୍ଦିର ଚାରିପଟେ ୪ ଟି ଶୌଚାଳୟ ନିର୍ମାଣ ଓ ଉଦ୍ଘାଟନ ପାଇଁ ଗୁଆ ଓ ଚାଉଳ ଦେବା କେଉଁ ଶାସ୍ତ୍ରରେ ଉଲ୍ଲେଖ ଅଛି । ଓଡିଆଙ୍କ ଭାବାବେଗ ଓ ଅସ୍ମିତା ବିଷୟରେ ଏହି ସରକାର କେବେ ବୁଝିନାହାନ୍ତି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବହୁ ବିଜ୍ଞ ବ୍ୟକ୍ତି ମଧ୍ୟ ଏଭଳି ବ୍ୟବସ୍ଥାକୁ ବିରୋଧ କରୁଛନ୍ତି । ପ୍ରତ୍ୟେକ ହିନ୍ଦୁଙ୍କ ଆଧ୍ୟାତ୍ମିକ ଭାବାବେଗକୁ ପର୍ଯ୍ୟଟନ ସ୍ଥଳରେ ପରିଣତ ନ କରାଯାଉ। ତୃତୀୟ ଅଭିଯୋଗରେ ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ, ଅର୍ପଣ ରଥ ମାଧ୍ୟମରେ ମହାପ୍ରଭୂଙ୍କ ସୋଲାର ମୂର୍ତ୍ତି କରି ଟ୍ରକ୍, ଅଟୋ କିମ୍ବା ରିକ୍ସାରେ ବସାଇ ଘରକୁ ଘର ବୁଲି ଭିକ ମଗାଯାଇଛି। ଯଦି ପ୍ରକୃତରେ ଏହି ସରକାର ମହାପ୍ରଭୂ ଏବଂ ଓଡ଼ିଆ ଅସ୍ମିତା ବିଷୟରେ ବୁଝିଥାନ୍ତେ ସେ କେବେହେଲେ ଏଭଳି ଭିକ୍ଷା ବୃତ୍ତି ରେ ବ୍ୟବହାର କରିନଥାନ୍ତେ। ଓଡିଆଙ୍କ ଠାକୁର ଲୋକଙ୍କ ଭୋକ ମେଣ୍ଟାଏ ସେ କେବେହେଲେ ଏହିଭଳି ଚାନ୍ଦା ଆଦାୟ କରିବା କିମ୍ୱା ଭିକ୍ଷା ବୃତ୍ତି କରିବାର ଦେଖାଯାଏ ନାହିଁ। ଲୋକ ମାନେ ଭକ୍ତିର ସହ ଯେଉଁ ଚାଉଳ ଦେଇଛନ୍ତି ବିଜେଡି କର୍ମୀ ମାନେ ସେହି ଚାଉଳକୁ ସନ୍ଧ୍ୟାବେଳେ ଭୋଜି କରି ଖାଉଛନ୍ତି । ବିଜେଡି ସରକାର ମହାପ୍ରଭୂ କାଳିଆ ଠାକୁର୍ ଙ୍କ ନାଁରେ କିପ୍ରକାର ପ୍ରହସନ କରୁଛନ୍ତି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଶୌଚାଳୟ ଉଦ୍ଘାଟନକୁ ମହାଯଜ୍ଞ ରୂପ ଦେବା, ଗୋମାଂସ ଭକ୍ଷଣ କାରୀଙ୍କୁ ଶ୍ରୀମନ୍ଦିରରରେ ପ୍ରଵେଶ କରାଇବା ଏବଂ ମହାପ୍ରଭୂଙ୍କ ନାଁରେ ଭିକ୍ଷା ବୃତ୍ତି କରାଯାଉଛି । ଏହିସବୁ ଘଟଣା ଓଡିଆ ଭାବାବେଗକୁ ସମ୍ପୂର୍ଣ୍ଣ ଭାବେ ପଦାଘାତ ଓ କୁଠାରଘାତ କରିଚାଲିଛି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ତାରିଖ ଦିନ ଉଦ୍ଘାଟନ ଉତ୍ସବକୁ ଯିବା ପୂର୍ବରୁ ସରକାର ଓ ନିଜର ବାଚଳତା ଓ ଧୃଷ୍ଟତା ପାଇଁ କ୍ଷମା ପ୍ରାର୍ଥନା କରିବାରୁ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ଆଜିର ସାମ୍ୱାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.