ଡାଲମିଆ ଭାରତ ଫାଉଣ୍ଡେସନ୍‌ ଭାରତରେ ଶୁଭାରମ୍ଭ କଲା ତାହାର ୧୯ତମ ଦୀକ୍ଷା କେନ୍ଦ୍ର ।

0 105

ଭୁବନେଶ୍ଵର, ୪ ଡିସେମ୍ବର ୨୦୨୩ ( ପ୍ରତ୍ୟୁଷା ବ୍ୟୁରୋ): କୁଶଳତାର ବିକାଶ ଏବଂ ସାମାଜିକ ରୂପାନ୍ତରଣ ନିମନ୍ତେ ନିଜର ପ୍ରତିବଦ୍ଧତାକୁ ଅଧ୍ଵକ ସୁଦୃଢ କରିବାକୁ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍)ର କର୍ପୋରେଟ ସାମାଜିକ ଦାୟିତ୍ଵ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିପିଏଫ) ଓଡ଼ିଶାର ଲାଞ୍ଜିବେର୍ଣ୍ଣା ଠାରେ ଏହାର ୧୯ତମ ଦୀକ୍ଷା (ଡାଲମିଆ ଇନ୍‌ଷ୍ଟିଚ୍ୟୁଟ ଅଫ ନଲେଜ ଆଣ୍ଡ ସ୍କିଲ୍ ହାର୍‌ନେସିଂ) କେନ୍ଦ୍ର ଶୁଭାରମ୍ଭ କରିଛି। ପୂର୍ଣ୍ଣାଙ୍ଗ କୁଶଳତାର ତାଲିମ ଏବଂ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନରେ ବିକାଶ ଜରିଆରେ ଗ୍ରାମାଞ୍ଚଳ ଯୁବବର୍ଗଙ୍କୁ ସଶକ୍ତ କରିବା ନିମନ୍ତେ ଉତ୍ସର୍ଗୀକୃତ ନୂତନ ଦୀକ୍ଷା କେନ୍ଦ୍ର ଉକ୍ତ ଅଞ୍ଚଳର ପାରିପାର୍ଶ୍ବକ ୧୦୬ଟି ଗ୍ରାମକୁ ଫାଇଦା ପହଞ୍ଚାଇବା ଲକ୍ଷ୍ୟ ରଖୁଛି। ବାର୍ଷିକ ୩୬୦ ଜଣ ଶିକ୍ଷାନବୀଶ କ୍ଷମତା ରଖୁଥିବା ଏହି କେନ୍ଦ୍ର ପ୍ରାକ୍ଟିକାଲ କର୍ମଶାଳା ଅଧ୍ଵବେଶନ ଜରିଆରେ ବେରୋଜଗାର ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରି ବର୍ଦ୍ଧିତ ଆୟ ନିମନ୍ତେ ସେମାନଙ୍କର ଭବିଷ୍ୟତର ନିଯୁକ୍ତିବତ୍ତା ଏବଂ ଔଦ୍ୟୋଗିକ ସାମର୍ଥ୍ୟରେ ବୃଦ୍ଧି ଘଟାଇବ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର, ଡିସିବିଏଲ୍‌- ରାଜଗାଙ୍ଗପୁର, ଡଃ. ନୀଳାଦ୍ରି ଭୂଷଣ ପାଢୀ, ଏଇଡି, ଡିସିବିଏଲ୍‌-ରାଜଗାଙ୍ଗପୁର, ଶ୍ରୀ ଓମ୍‌ପ୍ରକାଶ ଖେଲକର, ମାଇନ୍ସ ହେଡ, ଲାଞ୍ଜିବେର୍ଣ୍ଣା, ଶ୍ରୀ ଜ୍ୟୋତି ପ୍ରକାଶ ସେଠୀ, ଜିଲା ନିୟୋଜନ ଅଧିକାରୀ-ରାଉରକେଲା, ଶ୍ରୀ କେଶବ ଚନ୍ଦ୍ର ଝା, ଡେପୁଟି ସିଇଓ–ଓର୍‌ମାସ, ସୁନ୍ଦରଗଡ ଏବଂ ସେମାନଙ୍କ ସହିତ ପାରିପାର୍ଶ୍ବକ ଗ୍ରାମଗୁଡିକରୁ ୯ଜଣ ଗ୍ରାମ ପ୍ରଧାନ ଉପସ୍ଥିତ ଥିଲେ। ଓଡ଼ିଶାରେ ଏହା ୭ମ ଦୀକ୍ଷା କେନ୍ଦ୍ର ଭାବରେ ସ୍ଥାପିତ ହୋଇଛି।

Leave A Reply

Your email address will not be published.