ଫେବୃଆରୀ ୨୩ ରୁ ତିନି ଦିନ ନିଗମାନନ୍ଦ ଭକ୍ତ ସମ୍ମିଳନୀ ।

0 1,543

ଭୁବନେଶ୍ବର, 4/12/23 ( ପ୍ରତ୍ୟୁଷା ବ୍ୟୁରୋ ):ନୀଳାଚଳ ସାରସ୍ବତ ସଂଘ, ପୁରୀ ତତ୍ତ୍ବାବଧାନରେ ୭୩ତମ ଉତ୍କଳ ପ୍ରାଦେଶିକ ଭକ୍ତିସମ୍ମିଳନୀ ପୁନେ ଠାରେ ଫେବୃୟାରୀ ୨୩, ୨୪, ୨୫ ତାରିଖରେ ଅନୁଷ୍ଠିତ ହେବା ଉପଲକ୍ଷେ ପୁନେଠାରେ ଏକ ବ୍ୟାପକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାନୁୟାରୀ ୨୬, ୨୦୨୪ ତାରିଖରେ ସଦଗୁରୁ ନିଗମାନନ୍ଦ ସରସ୍ବତୀ ଦେବ ସ୍ମୃତି ମନ୍ଦିର, ପୁରୀଠାରୁ ଶୋଭାଯାତ୍ରାରେ ବାହାରି ଭୁବନେଶ୍ବରସ୍ଥ ଏକାମ୍ର ସାରସ୍ବତ ସଂଘରେ ମଧ୍ୟାହ୍ନ ଭୋଗ ଗ୍ରହଣ କରି ଉଡ଼ାଜାହାଜ ଯୋଗେ ବେଙ୍ଗାଲୁରୁ ପହଞ୍ଚି ସେଠାର ଆସନ ମନ୍ଦିରରେ ରାତ୍ରିଯାପନ କରିବେ । ୨୭ ତାରିଖରେ ସେଠାରୁ ରେଳଗାଡି ଯୋଗେ ହାଇଦ୍ରାବାଦ ତଥା ମୁମ୍ବାଇ ପହଞ୍ଚି ସେଠାକାର ଆଶ୍ରମରେ ରାତ୍ରିଯାପନ କରିବାର ସ୍ଥିର ହୋଇଛି । ୩୧ ଜାନୁୟାରୀ ଦିନ ଏକ ବିରାଟ ପଟୁଆରରେ ମୁମ୍ବାଇଠାରୁ ପୁନେ ଯାତ୍ରା କରି ପୁନେ ଆସନ ମନ୍ଦିରରେ ଶୁଭବିଜେ କରି ଭକ୍ତମାନଙ୍କର ସେବା ପୂଜା ଗ୍ରହଣ କରିବେ । ତିନିଦିନ ଧରି ଏହି ବିରାଟ ଭକ୍ତିସମ୍ମିଳନୀ ମହାଲକ୍ଷ୍ମୀ ଲନ୍ସ, ନଗର ରୋଡ଼ରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ସମଗ୍ର ବିଶ୍ବରୁ ୧୦,୦୦୦ରୁ ଅଧିକ ଭକ୍ତ ଯୋଗଦେଇ ସଦଗୁରୁଙ୍କ ଆଶୀର୍ବାଦ ଗ୍ରହଣ କରିବାର ଅଟକଳ କରାଯାଇ ସେହି ଉପଲକ୍ଷେ ଭକ୍ତମାନଙ୍କର ରହିବା, ପ୍ରସାଦ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ନୀଳାଚଳ ସାରସ୍ବତ ସଂଘର ପରିଚାଳକ ଶ୍ରୀ ଶରତ ଚନ୍ଦ୍ର ସିଂଦେଓ ଓ ଉପସଭାପତି ଶ୍ରୀ କମ୍ବୁଚରଣ ଧରଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ବସିଥିଲା । ସମସ୍ତ ସେବା ବିଭାଗର ମୁଖ୍ୟମାନେ ତାଙ୍କ ମତାମତ ପ୍ରଦାନ କରି ସମ୍ମିଳନୀର ସାଫଲ୍ୟମଣ୍ଡିତ ପାଇଁ ଗୁରୁମହାରାଜଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଥିଲେ । ଅଭ୍ୟର୍ଥନା ସମିତି ପାଇଁ ଏକ ୨୫ ଜଣିଆ କମିଟି ଗଠନ କରାଯାଇଥିଲା । ମାନ୍ୟବର ବିଧାୟକ ଶ୍ରୀ ଅଶୋକ ପାୱାରଙ୍କୁ ଏହି ସମିତିର ସଭାପତି ରୂପେ ଚୟନ କରାଯାଇଥିଲା । ସମସ୍ତ ସଦସ୍ୟଗଣ ସମାଜର ବିଭିନ୍ନ ବର୍ଗଙ୍କୁ ପ୍ରତିନିଧୁତ୍ୱ କରୁଛନ୍ତି । ସେମାନେ ସମସ୍ତେ ସମ୍ମିଳନୀର ସାଫଲ୍ୟ ମଣ୍ଡିତ ପାଇଁ ସମସ୍ତ ସହଯୋଗର ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.