ନଭେମ୍ବର ୨ରୁ ତିନି ଦିନ ହେମାଟୋକନ୨୦୨୩ ।

0 127

ଭୁବନେଶ୍ଵର ୩୧/୧୦( ପ୍ରତ୍ୟୁଷା ବ୍ୟୁରୋ ):ଆସନ୍ତା ନଭେମ୍ବର ୨ ତାରିଖରୁ ଇଣ୍ଡିଆନ ସୋସାଇଟି ଅଫ ହେମାଟୋଲୋଜି ଆଣ୍ଡ ବ୍ଲଡ ଟ୍ରାନସଫ୍ୟୁଜନ ଏହାର ୬୪ ତମ ବାର୍ଷିକ ସମ୍ମିଳନୀ ହେମାଟୋକନ ୨୦୨୩ ଭୁବନେଶ୍ବର ରେ ଆୟୋଜନ କରିବ lହେମାଟୋକନ୍ ୨୦୨୩ର ସଂଗଠନ ସମ୍ପାଦକ ତଥା ପ୍ରଫେସର ଏବଂ ହେଡ୍‌ ଅଫ କ୍ଲିନିକାଲ ହେମାଟୋଲୋଜି ଡିପାର୍ଟମେଣ୍ଟ, ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ, କଟକ, ପ୍ରଫେସର ରବିନ୍ଦ୍ର କୁମାର ଜେନା କହିଥିଲେ, “ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ଠାରେ ଦେଖାଦେଉଥିବା ରକ୍ତ ବିକାର ଓ ରୋଗଗୁଡିକ ଏବଂ ହେମାଟୋଲୋଜି କ୍ଷେତ୍ର ପରିସର ମଧ୍ୟରେ ଦେଖାଦେଉଥିବା ନୂଆ ନୂଆ ବିଷୟ ସମ୍ପର୍କରେ ଏକ ପୂର୍ଣାଙ୍ଗ ଆଲୋଚନା ଜାରିରଖୁବା। ରୋଗ ନିରୂପଣ ଏବଂ ଚିକିତ୍ସା କ୍ଷେତ୍ରରେ ଉପଲବ୍ଧ ସର୍ବାଧୁନିକ ଅଗ୍ରଗତି ସମ୍ପର୍କରେ ଅଂଶଗ୍ରହଣକାରୀ ଜ୍ଞାନ ଆଦାନପ୍ରଦାନରେ ନିଜକୁ ନିୟୋଜିତ କରିବେ ଏବଂ ତତ୍ସହିତ ସାମ୍ପ୍ରତିକ ଘଟଣାଗୁଡିକ ଆଧାରରେ ଚିକିତ୍ସା ବୃଦ୍ଧିଧାରୀଙ୍କ ସହିତ ନିଜକୁ ଅଧିକ ସୁସଂହତ କରିବେ । ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ଵ ରଖୁଥୁବା ରକ୍ତଜନିତ ରୋଗ ଯଥା ଆନେମିଆ ଏବଂ ସିକଲ ସେଲ୍ ରୋଗ ଆଦି ରୋଗଗୁଡିକର ସାମଗ୍ରିକ ପରିଚାଳନା ଉପରେ ମୁଖ୍ୟତଃ ଦୃଷ୍ଟି କେନ୍ଦ୍ରୀଭୂତ ହେବ। ଏସବୁ ସହିତ ଲ୍ୟୁକେମିଆ, ଲିମ୍ଫୋମାସ୍, ମାଇଲୋମାସ୍ ଏବଂ ଅନ୍ୟ ରକ୍ତ ସମ୍ପର୍କିତ ରୋଗ ସ୍ଥିତି ଭଳି ବିବିଧ ରକ୍ତ କର୍କଟ ରୋଗ ମୁକାବିଲା କ୍ଷେତ୍ରରେ ଘଟୁଥିବା ପ୍ରଗତି ଉପରେ ଆଲୋଚନା କରାଯିବ। ଭାରତର ବିଭିନ୍ନ ଭାଗ ଏବଂ ଆମେରିକା, କାନାଡା, ବ୍ରିଟେନ, ଫ୍ରାନ୍ସ, ଇଟାଲି ଆଦି ବିଦେଶୀ ରାଷ୍ଟ୍ରରୁ ୧୫୦୦ରୁ ଅଧିକ ଡାକ୍ତର ଏବଂ ତତ୍‌ସହିତ ଏଏସ୍ଏଚ, ଇଏଚ୍‌, ସିକଲ ଗ୍ଲୋବାଲ ନେଟୱର୍କ, ଭାରତ ସରକାର, ଓଡ଼ିଶା ସରକାର ଏବଂ ଅନ୍ୟ ସହଭାଗୀଙ୍କ ପକ୍ଷରୁ ପ୍ରତିନିଧ୍ଵଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । କର୍ମଶାଳାଏବଂ କଣ୍ଟିନ୍ୟୁଇଂ ମେଡିକାଲ ଏଜୁକେସନ (ସିଏମ୍‌ଇ) କାର୍ଯ୍ୟକ୍ରମରେ ବିଶ୍ବସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ୪୦ ଜଣ ହେମାଟୋଲୋଜିଷ୍ଟ ଏବଂ ଭାରତରୁ ଅନ୍ୟ ୧୦୦ ଜଣ ବିଶିଷ୍ଟ ବିଶାରଦ ଯୋଗଦେଇ ସେମାନଙ୍କର ଅମୂଲ୍ୟ ଜ୍ଞାନ ଏବଂ ବିଦ୍ଧତା ସମ୍ମିଳନୀରେ ଦେଶବିଦେଶରୁ ଆସିଥିବା ଡାକ୍ତର ବୁଦ୍ଧିଜିବୀ ମାନଙ୍କୁ ଯୋଗାଇ ଦିଆଯିବ ।

Leave A Reply

Your email address will not be published.