ମସ୍ତିଷ୍କ ସୁରକ୍ଷା ପାଇଁ ସନ୍ ସାଇନ୍ ହସ୍ପିଟାଲର ସଚେତନତା କାର୍ଯ୍ୟକ୍ରମ ।

0 135

ଭୁବନେଶ୍ଵର ୩୦/୧୦ ( ପ୍ରତ୍ୟୁଷା ବ୍ୟୂରୋ ):ବିଶ୍ଵ ମସ୍ତିସ୍କ ଘାତକ ଦିବସ ଅବସରରେ ସ୍ଥାନୀୟ ସନ୍ ସାଇନ୍ ହସ୍ପିଟାଲରେ ଆଜି ଅପ ରାହ୍ନରେ ଏକ ସୁନ୍ଦର ଅନୁଭୂତି ପାଇବାକୁ କାର୍ଯ୍ୟକ୍ରମ ହେଇଥିଲା l କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର, ବୁଦ୍ଧିଜିବୀ ଓ ସାମ୍ୱାଦିକ lଉକ୍ତ କର୍ମଶାଳା ରେ ସନସାଇନ ହସ୍ପିଟାଲ୍ ର ସ୍ନାୟୁ ବିଭାଗର ମୁଖ୍ୟ ଡାକ୍ତର ପୟୋଦ କୁମାର ଜେନା, ଡାକ୍ତର ତନ୍ମୟ ପାଢୀ, ସ୍ନାୟୁ ସଲ୍ୟ ବିଭାଗର ମୁଖ୍ୟ ବ୍ରିଗେଡ଼ିଅର ପ୍ରୋଫେସର, ଡାଃ ପ୍ରଫୁଲ୍ଲ କୁମାର ସାହୁ ତଥା ଡକ୍ଟର ରୋଶନ ସାହୁ ପ୍ରମୂଖ ଯୋଗଦାନ ଦେଇଥିଲେ । ପ୍ରକାଶ ଥାଉ କି ଏହି କର୍ମଶାଳା ରେ ଡକ୍ଟର ଜେନା ସାମ୍ବାଦିକ ମାନଙ୍କୁ ସମ୍ବୋଧୃତ କରି ବ୍ରେନ ଷ୍ଟ୍ରୋକ ର ହସ୍ପିଟାଲ୍ ରେ ଉପଲବ୍ଧ ଆତ୍ୟାଧୁନିକ ଏବଂ ଅଗ୍ରଣୀ ଚିକିତ୍ସା ସମ୍ବନ୍ଧରେ ଅବଗତ କରି କହିଥିଲେ, ଯେ ବ୍ରେନ ଷ୍ଟ୍ରୋକ ଯାହା ବୟସ୍କ ବ୍ୟକ୍ତିଙ୍କ (40 ବର୍ଷ ଉର୍ଷ)କ୍ଷେତ୍ରରେ ଦେଖା ଦେଇଥାଏ ଥାଏ। ଏହାର ସାଧାରଣ କାରଣ ଯଥା: ଦୀର୍ଘ ଦିନ ଧରି ବ୍ଲଡ୍ ସୁଗାର ରେ ପୀଡିତ, ଅନିୟନ୍ତ୍ରିତ ରକ୍ତଚାପ, ଅସ୍ବାସ୍ଥ୍ୟକର ଖାଦ୍ୟ, ଅସମ୍ପୂର୍ଣ୍ଣ ନିଦ୍ରା, ବିଳାସବ୍ୟସନ ଜୀବନ ଯାପନ ତଥା ଅତ୍ୟଧିକ ମାନସିକ ଚାପ ରେ ପୀଡିତ ଇତ୍ୟାଦି ରୁ ଏହି ସମସ୍ୟା ଦେଖାଦେଇଥାଏ । ସେହି ପରି ଏହା ଏକ ଘାତକ ସମସ୍ୟା ଅଟେ ଯାହାକି ଅବିଳମ୍ବେ ରୋଗୀର ମୃତ୍ୟୁ ହୋଇଥାଏ। କୌଣସି ବ୍ୟକ୍ତିଙ୍କ ଭିଷଣ ମୁଣ୍ଡବିନ୍ଧା, କଥା କହିବା ବେଳକୁ ପାଟି ଖନିମାରିଯିବା, ଚାଲିବାରେ ସମସ୍ୟା, ଆଖ୍ କୁ ଠିକ ଭାବରେ ଦେଖାନଯିବା, ଗୋଡ ହାତ ବଧୂର ପରି ଲାଗିବ ଇତ୍ୟାଦି ଲକ୍ଷଣ ଅଟେ। ଉକ୍ତ ଲକ୍ଷଣ ଅନୁଭବ କରିଥିବା ବ୍ୟକ୍ତି ଙ୍କୁ ଯଦି ଅବିଳମ୍ବେ ୱିଣ୍ଡୋ ପିରିଅଡ଼ ମଧ୍ୟରେ (3 ରୁ 4 ଘଣ୍ଟା) ଏକ ସମ୍ପୂର୍ଣ ଷ୍ଟ୍ରୋକ ଚିକିତ୍ସା ସୁବିଧା ଥିବା ହସ୍ପିଟାଲକୁ ଆଣିପାରିଲେ ରୋଗୀଙ୍କୁ ଚିକିତ୍ସା କୁ ସଫଳ ମିଳିଥାଏ। ଯେତେ ଡେରି ରେ ରୋଗୀ ହସ୍ପିଟାଲରେ ପହଞ୍ଚିବେ, ସେତେ ଚିକିତ୍ସା ବିଳମ୍ବ ହୋଇ ବ୍ରେନ ରେ ଅକ୍ସିଜେନ ସଞ୍ଚାଳନ କମ ହୋଇଥାଏ ଯାହାଫଳରେ ରୋଗୀଙ୍କୁ ସୁସ୍ଥ ହେବା ପାଇଁ ହସ୍ପିଟାଲ୍ ରେ ଦୀର୍ଘ ଦିନ ଯାଏ ରହି ଥାଏ। ସେହିପରି, ସ୍ନାୟୁ ବିଭାଗର ଡାଃ ତନ୍ମୟ ପାଢୀ ଙ୍କ କହିବା ଅନୁଯାୟୀ, ଷ୍ଟ୍ରୋକ ରୋଗୀ ମାନଙ୍କୁ ଶୀଘ୍ର ଏବଂ ଉଗୀକୃତ ସେବା ଆବଶ୍ୟକ ଅଟେ । ସେହିପରି ସ୍ନାୟୁ ସଲ୍ୟ ବିଭାଗର ମୁଖ୍ୟ ବ୍ରିଗେଡ଼ିଅର ପ୍ରୋଫେସର, ଡାଃ ପ୍ରଫୁଲ୍ଲ କୁମାର ସାହୁ କହିବା ଅନୁସାରେ ଏହି ହସ୍ପିଟାଲ ସବୁବେଳେ ସମସ୍ତ ନାଗରିକମାନଙ୍କୁ ଆନ୍ତର୍ଜାତୀୟ ମାନର ସ୍ବାସ୍ଥ୍ୟ ସେବା ସୁଲଭ ମୁଲ୍ୟରେ ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.