ଗଣସଚେତନତା ପାଇଁ ଓଏସଡମା ପକ୍ଷରୁ ମିନିମାରାଥନ୍ ।

0 121

ଭୁବନେଶ୍ଵର ୨୯/୧୦ ( ପ୍ରତ୍ୟୁଷା ଵ୍ୟୁରୋ ) :୧୯୯୯ ମସିହାରେ ଓଡ଼ିଶା ମହାବାତ୍ୟାରେ ଦୋହଲି ଯାଇଥିଲା l ଅଧା ଓଡ଼ିଶା ଏଥିରେ ପ୍ରଭାବିତ ହୋଇ ଯାଇଥିଲା ୧୨ ହାଜରରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇଲେ l ୫ ଲକ୍ଷ ଲୋକ ବିପନ୍ନ ହୋଇଥିଲେ l ସେତେବେଳେ ଥିବା ରାଜ୍ୟ ସରକାର ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇ ପାରିନଥିଲେ l ଏହି ସମୟ ବ୍ୟବଧାନରେ ଗୋଟିଏ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦାୟିତ୍ଵ ଗ୍ରହଣ କରିଥିଲେ l ଓଡ଼ିଶା ସବୁବେଳେ ବାତ୍ୟା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହେଉଛି ଏଣୁ ଏଥି ପାଇଁ ନିଜସ୍ଵ ସମ୍ୱଳରେ ସେ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇ ଗଲେ ବିପର୍ଯୟ ମୁକାବିଲା କରିବାକୁ ଆଉ ଏଥିରେ ଆମେ ସମର୍ଥ ହୋଇଛୁ ବିଶ୍ଵରେ ପ୍ରଶଂସା ପାଇଛୁ l ଆଉ ତାକୁ ସ୍ମରଣ କରି ଗଣ ସଚେତନତା ପାଇଁ ଓଡିଶା ସରକାରଙ୍କ ସହଯୋଗରେ ଓଡିଶା ବିପର୍ଯୟ ପ୍ରଶମନ ପରିଚାଳନା ବିଭାଗ ଆଜି ମିନି ମାରାଥନ ଆୟୋଜନ କରି ଥିଲେ l କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସମେତ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀମାନେ ଏବଂ ଏକ ମାରାଥନରେ ଯାଇଥିଲେ।

Leave A Reply

Your email address will not be published.