ଡାଇରେକ୍ଟ ସେଲିଂ ଶିଳ୍ପ ପାଇଁ ଓଡିଶା 5ମ ସର୍ବ ବୃହତ୍ତ ବଜାର

0 218

ଭୁବନେଶ୍ୱର 14/05( ପ୍ରତ୍ୟୁଷା ବ୍ୟୁରୋ ):
ଡାଇରେକ୍ଟ ସେଲିଂ 79 ଲକ୍ଷରୁ ଅଧିକ ଭାରତୀୟଙ୍କୁ ଆତ୍ମନିର୍ଭର କରିଛି l ଓଡିଶାରେ ଏହି ଶିଳ୍ପରେ ଓଡିଶା 5ମ ସର୍ବବୃହତ୍ତ ବଜାର ହେଇପାରିଛି l 13% ରୁ ଅଧିକ ଅଭିବୃଦ୍ଧି ଓଡିଶାରେ ରହିଛି l ପଖାପାଖି 4 ଲକ୍ଷ ଳୋକ ଓଡିଶାରେ ଏଥିରେ ଆତ୍ମ ବିଶ୍ୱାସର ସହ କାମ କରୁଛନ୍ତି ଏଣୁ ଏଥିରେ ସୁଦୂର ଭବିଷ୍ୟତ ରହିଛି ବୋଲି କହିଛନ୍ତି ଆଇଡି ଏସ ଏ ର ଚେୟାରମ୍ୟାନ ରଜତ ବାନାର୍ଜୀ l

ମଇ 14 ତାରିଖ ଶନିବାର ପୂର୍ବାହ୍ନରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହୋଟେଲ ଲେମନ ଟ୍ରି ଠାରେ ଆୟୋଜିତ ଆସୋସିଏସନର ଏକ ବର୍ଣ୍ଣାଢ କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ବାଚସ୍ପତି ଡ଼. ସୂର୍ଯ୍ୟ ନାରାୟଣ ପାତ୍ର ଓ ଓଡିଶା ସରକାରରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ଆରମ୍ଭ କରିଥିଲେ l ଏହି ଅବସରରେ ପ୍ରତକ୍ଷ ବିକ୍ରୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା

Leave A Reply

Your email address will not be published.