ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ ଶିଶୁମାନଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ।

0 110

ଭୁବନେଶ୍ବର, 20/09/23 (ପ୍ରତ୍ୟୁଷା ବ୍ୟୁରୋ):ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ୨୦୨୩ ସେପ୍ଟେମ୍ବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର ଲଳିତ କଳା ଏକାଡେମିରେ ଓଡ଼ିଶାର ଦୁର୍ଗମ ଅଂଚଳର ଆଦିବାସୀ ଶିଶୁମାନଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି । ମୋଟ ୯୮ ଜଣ ଆଦିବାସୀ ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ୧୧୧ଟି ଚମତ୍କାର ଚିତ୍ରକଳାକୁ ପିପୁଲସ୍ ଆର୍କାଇଭ୍ ଅଫ ରୁରାଲ୍ ଇଣ୍ଡିଆ (ପିଏଆର୍‌ଆଇ) ସହଯୋଗରେ କରାଯାଇଥିବା ଟିଏସ୍ଏଫ୍ର ଏକୁକେସନ ସିଗ୍ନେଚର କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯାଇଛି । ପ୍ରଦର୍ଶନୀର ଅଂଶ ସ୍ଵରୂପ ଶେଷ ଦିବସ ୨୦୨୩ ସେପ୍ଟେମ୍ବର ୧୯ରେ ପିପୁଲସ୍ ଆର୍କାଇଭ୍ ଅଫ ରୁରାଲ୍ ଇଣ୍ଡିଆ (ପିଏଆର୍‌ଆଇ)ର ପ୍ରତିଷ୍ଠାତା ସମ୍ପାଦକ ପି ସାଇନାଥ ଓ ଟାଟା ଷ୍ଟିଲ୍‌ ଫାଉଣ୍ଡେସନର ସିଇଓ ସୌରଭ ରାୟଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଶିକ୍ଷଣୀୟ ଫଳାଫଳ ସମ୍ପର୍କରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବାଂଶପାଳ, ଚମ୍ପୁଆ, ଦାନଗଦି, ଘଟଗାଁ, ଝୁମ୍ପୁରା, ଯୋଡ଼ା ଓ ସୁକିନ୍ଦା ବ୍ଲକ୍‌ରେ ୫୭ଟି ସ୍କୁଲରୁ ଆସିଥିବା ଯୁବ ଚିତ୍ରଶିଳ୍ପୀମାନଙ୍କ ବୟସ ୯ରୁ ୧୫ ବର୍ଷ ଭିତରେ ରହିଛି ଏବଂ ସେମାନେ ତୃତୀୟରୁ ନବମ ଶ୍ରେଣୀ ଭିତରେ ପାଠ ପଢୁଛନ୍ତି । ଯୁବ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ୩୦ ଜଣ ବାଳକ ହୋଇଥିବା ବେଳେ ୬୮ ଜଣ ହେଉଛନ୍ତି ବାଳିକା । ବାଥୁଡି, ଭୁଇୟା, ଭୁମିଜ, ଗଣ୍ଡିଆ, ଗଣ୍ଡ, ହୋ, କୋହ୍ଲ, ମାଙ୍କିଡିଆ, ମୁଣ୍ଡା, ସାମ୍ପ୍ରତି, ସାନ୍ତାଳ ଓ ସୌନ୍ତ ଭଳି ୧୨ ପ୍ରକାର ଆଦିବାସୀ ସମୁଦାୟର ପିଲାମାନେ ପ୍ରଦର୍ଶନୀରେ ଭାଗ ନେଇଛନ୍ତି ।ସେମାନଙ୍କ ଚିତ୍ରକଳା ଯେଉଁ କାହାଣୀ କହୁଛି ତାହା ଏମିତିରେ ଅଣଦେଖା ହୋଇଯାଇଥାନ୍ତା, ଯେଉଁଥିପାଇଁ ଏହି ପ୍ରଦର୍ଶନୀ ଆହୁରି ମୂଲ୍ୟବାନ ହୋଇପାରିଛି । ଚିତ୍ରକଳା ଜରିଆରେ ସେମାନଙ୍କ କାହାଣୀ ଯେଉଁଭଳି ଭାବେ ପ୍ରଦର୍ଶିତ ହୋଇଛି ଶିକ୍ଷାର ଫଳାଫଳ ଜାଣିବା ପାଇଁ ସେମାନଙ୍କ ସହ ନିଶ୍ଚିତ ରୂପେ ପ୍ରତ୍ୟେକ୍ଷ ଭାବେ ଭାବବିନିମୟ କରିବାକୁ ପଡ଼ିବ । ଶିଶୁଙ୍କ ସାମଗ୍ରିକ ବିକାଶର ଏକ ଦୁନିଆ ପରିକଳ୍ପନା ଦିଗରେ ଶିକ୍ଷା ହେଉଛି ଏକ ପ୍ରମୁଖ ଶକ୍ତି । ଏଜୁକେସନ ସିଗ୍ନେଚର ପ୍ରୋଗ୍ରାମର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପୂର୍ଣ୍ଣ କ୍ଷମତା ବିଷୟରେ ଅବଗତ କରାଇବା ।”” ୨୦୨୩ ଏପ୍ରିଲ୍ ୧୨ରେ ବମ୍ବେ ହାଉସ୍‌ରେ ଏହି ପ୍ରଦର୍ଶନୀର ଅନଲାଇନ୍ ଭର୍ସନକୁ ଉଦ୍‌ଘାଟନ କରାଯାଇଥିଲା । ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏଜୁକେସନ ସିଗ୍ନେଚର ପ୍ରୋଗ୍ରାମ ହେଉଛି ଏକ ବ୍ୟାପକ କାର୍ଯ୍ୟକ୍ରମର ସମାହାର ଯେଉଁଥିରେ ଏକାଧିକ ଉପାଦାନ ରହିଛି ଯାହାକୁ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଲାଗି ପ୍ରସ୍ତୁତ କରାଯାଇଛି । ଓଡ଼ିଶା ଓ ଝାଡ଼ଖଣ୍ଡର ୫ଟି ଜିଲ୍ଲାର ୩୭ଟି ବ୍ଲକ୍‌ରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ବର୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ପିଲାମାନଙ୍କ ପାଖରେ ପହଂଚିପାରିଛି । ପିଲାଙ୍କ ପାଖରେ ପହଂଚିବା, ଶିକ୍ଷା ଏବଂ ପ୍ରଶାସନ ଭଳି ତିନିଟି ମୌଳିକ ଉପାଦାନ ଉପରେ ପର୍ଯ୍ୟବେସିତ ଏହି କାର୍ଯ୍ୟକ୍ରମ ଦୂରଦୂରାନ୍ତରେ ଥିବା ଶିଶୁ ଶ୍ରମିକ ଭଳି ସବୁଠୁ ଆହ୍ବାନପୂର୍ଣ୍ଣ ମାମଲାଗୁଡ଼ିକ ପାଖରେ ପହଂଚିଛି ଏବଂ ବସତିକୁ ଶିଶୁ ଶ୍ରମିକ ମୁକ୍ତ ଜୋନ୍ ରେ ପରିଣତ କରିବାରେ ସହାୟକ ହୋଇପାରିଛି ।

Leave A Reply

Your email address will not be published.