ଆକାଶ ବାଇଜୁସ୍ ଭୁବନେଶ୍ବରର ସ୍ବୟଂଶକ୍ତି ତ୍ରିପାଠୀ ଏଆଇଆର୍ ୮ ସହିତ ଏନ୍‌ଇଇଟି ୟୁଜି୨୦୨୩ରେ ଓଡ଼ିଶା ଟପ୍ପର ହୋଇଛନ୍ତି।

0 133

ଭୁବନେଶ୍ବର, ଜୁନ ୧୪, ୨୦୨୩ (ପ୍ରତ୍ୟୁଷା ବ୍ୟୁରୋ): ଆକାଶ ବାଇକ୍ଲସ୍ ଭୁବନେଶ୍ଵର ଶାଖାର ଛାତ୍ର ସ୍ଵୟଂଶକ୍ତି ତ୍ରିପାଠୀଙ୍କର ଜନସାଧାରଣଙ୍କୁ ସାହାଯ୍ୟ କରିବାର ଆଗ୍ରହ ରହିଛି ଏବଂ ସେ ତାଙ୍କ ସ୍ୱପ୍ନ ସାକାର କରିବାକୁ ଜଣେ ଡାକ୍ତରର ମହତ୍ ବୃତ୍ତି ଆପଣେଇବାକୁ ଚାହିଁଥିଲେ। ସେ ନିଷ୍ଠାର ସହିତ ପ୍ରସ୍ତୁତି କରିଥିଲେ ଏବଂ ୭୨୦ରୁ ୭୧୫ ସ୍କୋର କରି ଏଆଇଆର୍ ୮ ହାସଲ କରିବା ସହିତ ଏନ୍‌ଇଇଟି ୟୁଜି ୨୦୨୩ରେ ଓଡ଼ିଶା ଟପ୍ପର ହୋଇଛନ୍ତି। ତାଙ୍କ ବ୍ୟାଚରେ ଏକମାତ୍ର ଛାତ୍ର ଭାବରେ ତାଙ୍କୁ ଦିଆଯାଇଥିବା କାର୍ଯ୍ୟଭାର ଠାରୁ ଅଧିକ ମାଗିଥିଲେ। ଜାତୀୟ ମେଧା ଅନ୍ବେଷଣ ପରୀକ୍ଷା (ଏନ୍‌ଏସ୍‌ଇ) ନିମନ୍ତେ ପ୍ରସ୍ତୁତ ହେବାକୁ ସ୍ଵୟଂଶକ୍ତି ଆକାଶ ବାଇଜୁସରେ ଦଶମ ଶ୍ରେଣୀରେ ଯୋଗଦେଇଥିଲେ, ଯେଉଁଠାରେ ସେ ଉଭୟ ସେସନ୍‌ରେ ଉତ୍ତୀର୍ଣ୍ଣ ହୋଇ ଜଣେ ଛାତ୍ର ବୃଭିଧାରୀ ହୋଇଥିଲେ। କୋଭିଡ ମହାମାରୀ ସଂକ୍ରମଣ କାରଣରୁ କ୍ଲାସଗୁଡିକ ଅନ୍‌ଲାଇନରେ ହେଉଥିଲା, କିନ୍ତୁ ସ୍ଵୟଂଶକ୍ତି ଅନ୍‌ଲାଇନ କ୍ଲାସ୍ ସମୟରେ ବୃତ୍ତିଗତ ଶିକ୍ଷକ ଏବଂ ଆନ୍ତଃକ୍ରିୟାଶୀଳ ଶିକ୍ଷଣ ପଦ୍ଧତିକୁ ପସନ୍ଦ କରିଥିଲେ। ସେ ଏକାଦଶ ଶ୍ରେଣୀରେ ଦୁଇବର୍ଷ ପାଠ୍ୟକ୍ରମ ସହିତ ଏନ୍‌ଇଇଟି ପ୍ରସ୍ତୁତି କରିବାକୁ ସ୍ଥିର କରିଥିଲେ। ସେ ବାୟୋଲୋଜିରେ ଅଧିକ ମଜଭୁତ ଥିଲେ ଏବଂ ତାଙ୍କର ବୋର୍ଡ ପରୀକ୍ଷା ପରେ ସେ କିଛି ବିଶିଷ୍ଟ ଡାକ୍ତରଙ୍କ ସାକ୍ଷାତକାର ଅନ୍‌ଲାଇନରେ ଦେବାରେ ସମୟ ବିତାଇଥିଲେ। ଏହା ତାଙ୍କୁ ପ୍ରତ୍ୟକ୍ଷ ଭାବରେ ଜନସାଧାରଣଙ୍କ ସେବାରେ ନିୟୋଜିତ ହେବାକୁ ପ୍ରେରଣା ଯୋଗାଇଥିଲା ଏବଂ ସେ ଡାକ୍ତରୀ ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ସ୍ଵୟଂଶକ୍ତିଙ୍କ ବାପା ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରାଧ୍ୟାପକ ଥିବାବେଳେ ତାଙ୍କ ମା’ ଜଣେ ଗୃହିଣୀ । ସେ ତାଙ୍କ ନିଜସ୍ଵ ପସନ୍ଦର କାମ କରିବାକୁ ତାଙ୍କ ପରିବାର ତାଙ୍କୁ ସର୍ବଦା ଉତ୍ସାହିତ କରିଥିଲେ ଏବଂ ସେ ତାଙ୍କ ଜେଜେ ବାପାଙ୍କ ପଦାଙ୍କ ଅନୁସରଣ କରିବାକୁ ସେମାନେ ଚାହିଁଥିଲେ, ଯିଏ ଜଣେ ଡାକ୍ତର ଭାବରେ କାର୍ଯ୍ୟକରି ଅବସର ନେଇସାରିଛନ୍ତି।

ସ୍ଵୟଂଶକ୍ତିଙ୍କୁ ତାଙ୍କର ଚମତ୍କାର ଏନ୍‌ଇଇଟି ସ୍କୋର ପାଇଁ ଅଭିନନ୍ଦନ ଜଣାଇ ଶ୍ରୀ ଅଭିଷେକ ମାହେଶ୍ଵରୀ, ସିଇଓ , ଆକାଶ ବାଇଜୁସ୍ କହିଛନ୍ତି, “ଆକାଶରେ ଆମର ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ସମ୍ଭାବନାକୁ ଚିହ୍ନଟ କରିବା ଏବଂ ସେହି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରସ୍ତୁତିରେ ପୂର୍ଣାଙ୍ଗ ସମର୍ଥନ ଯୋଗାଇଦେବା। ସ୍ଵୟଂଶକ୍ତିଙ୍କ ପାଇଁ ଆମେ ଅତ୍ୟନ୍ତ ଆନନ୍ଦିତ ଯେ ସେ ଅନ୍‌ଲାଇନ କ୍ଲାସରୁ ରୂପାନ୍ତରଣ ପରବର୍ତ୍ତୀ ସମୟରେ କ୍ଲାସରୁମ୍ ପରିବେଶ ଅଧିକ ଲାଭଜନକ ବୋଲି ଲକ୍ଷ୍ୟ କରିଥିଲେ। ଆମେ ତାଙ୍କ ପ୍ରଦର୍ଶନ ନେଇ ଆନନ୍ଦିତ ଏବଂ ତାଙ୍କର ଭବିଷ୍ୟତ ପ୍ରଚେଷ୍ଟାଗୁଡିକରେ ତାଙ୍କର ସର୍ବସଫଳତା କାମନା କରୁଛୁ ।” ନିକଟରେ ପ୍ରକାଶ ପାଇଥିବା ଫଳାଫଳ ସମ୍ପର୍କରେ ଶ୍ରୀ ଅଜୟ ବାହାଦୂର ସିଂ, ରିଜିଓନାଲ ଡାଇରେକ୍ଟର, ଆକାଶ ବାଇଜୁସ୍‌ କହିଛନ୍ତି, “ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଅନନ୍ୟ ସଫଳତା ପାଇଁ ଆମେ ଆମର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛୁ। ଶ୍ରେଷ୍ଠ ସ୍କୋରଧାରୀ ଭାବରେ ସେମାନଙ୍କର ଉଲ୍ଳେଖନୀୟ ସଫଳତା ସେମାନଙ୍କ ନିରଳସ କଠିନ ପରିଶ୍ରମ ଏବଂ ଏକନିଷ୍ଠ ଉତ୍ସର୍ଗୀକୃତ ଭାବର ନିଦର୍ଶନ ହୋଇଛି। ସେମାନଙ୍କର ଭବିଷ୍ୟତ ପ୍ରୟାସଗୁଡିକରେ ଆମେ ଆନ୍ତରିକତାର ସହିତ ସେମାନଙ୍କ ସର୍ବୋତ୍ତମ ସଫଳତା କାମନା କରୁଛୁ । ଆକାଶ ବାଇଜୁସ୍‌ରେ ଥିବା ଅଧ୍ୟାପନା ମଣ୍ଡଳୀଙ୍କୁ ମଧ୍ୟ ଆମେ ଆମ ଅନ୍ତରର ଗଭୀରତମ ପ୍ରଦେଶରୁ ପ୍ରଶଂସା କରୁଛୁ, ଯେଉଁମାନେ ଛାତ୍ରଛାତ୍ରୀଙ୍କୁ ନିରଳସ ଭାବରେ ସମର୍ଥନ ଯୋଗାଇଦେଇ ସେମାନଙ୍କ ମନରେ ଥିବା ସମସ୍ତ ସନ୍ଦେହ ଓ ପ୍ରଶ୍ନର ସମାଧାନ କରିଛନ୍ତି। ଆକାଶ ବାଇଜୁସ୍ ପକ୍ଷରୁ ଯୋଗାଇ ଦିଆଯାଉଥିବା ସଫଳ ପାଠ୍ୟକ୍ରମ ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଆମର ଦୃଢ ପ୍ରତିବଦ୍ଧତା ଏହି ସଫଳତା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।”

Leave A Reply

Your email address will not be published.