ମହିନ୍ଦ୍ରାର ସମ୍ପୂର୍ଣ୍ଣ ନୂଆ ବୋଲେରୋ ମ୍ୟାକ୍ସ ପିକ୍-ଅପ୍ ଉନ୍ମୋଚିତ।

0 122

ଭୁବନେଶ୍ବର, 2/05/23 (ପ୍ରତ୍ୟୁଷା ବ୍ୟୁରୋ):ଭାରତର ଏକ ନମ୍ବର ପିକ୍ ଅପ୍ ବ୍ରାଣ୍ଡ୍ ବୋଲେରୋର ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ବୋଲେରୋ ମ୍ୟାକ୍ସ ପିକ୍-ଅପ୍‌କୁ ଉନ୍ମୋଚନ କରାଯାଇଛି । ଏହାର ଏକ୍ସ ସୋ’ରୁମ୍ ଦାମ୍ ୭.୮୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଶକ୍ତିଶାଳୀ ସୁବିଧା ଓ ପ୍ରଦର୍ଶନ ଲାଗି ପ୍ରସ୍ତୁତ କରାଯାଇଥିବା ନୂଆ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଗ୍ରାହକ ଓ ଅପରେଟରମାନଙ୍କୁ ଅତୁଳନୀୟ ମୂଲ୍ୟ ଉପସ୍ଥାପନା ପ୍ରଦାନ କରୁଛି । ନୂଆ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ହେଉଛି ହାଲୁକା, ଅଧିକ ଛୋଟ ଓ ବିବିଧ ଯାହା ପେଲୋଡ୍ ଦକ୍ଷତା, ଇନ୍ଧନ ମିତବ୍ୟୟିତା ଓ ସାମଗ୍ରିକ ଗାଡ଼ିଚାଳନା ଅନୁଭୂତିରେ ନୂଆ ମାନଦଣ୍ଡ ଧାର୍ଯ୍ୟ କରିଛି । ପୂର୍ବାପେକ୍ଷା ଅଧିକ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବା ଲାଗି ଏଥିରେ ସ୍ମାର୍ଟ ଇଞ୍ଜିନିୟରିଂକୁ ବ୍ୟବହାର କରାଯାଇଛି ।

ଗ୍ରାହକମାନେ ୨୪,୯୯୯ ଟଙ୍କା ଦେଇ ନୂଆ ବୋଲେରୋ ମ୍ୟାକ୍ସ ପିକ୍‌ ଅପ୍‌ ବୁକିଂ କରିପାରିବେ ଏବଂ ନିରବଚ୍ଛିନ୍ନ କିଣିବା ଏବଂ ମାଲିକାନା ଅନୁଭୂତି ଲାଗି ଆକର୍ଷଣୀୟ ଫାଇନାନ୍ସ ସ୍କିମ୍ ପାଇପାରିବେ । ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଟୋମୋଟିଭ୍ ଡିଭିଜନ୍‌ର ସଭାପତି ବିଜୟ ନାକ୍ରା କହିଛନ୍ତି ଯେ, “ମେକ୍ ଇନ୍ ଇଣ୍ଡିଆ ଅଭିଯାନ ପାଇଁ ଗଭୀର ଭାବେ ପ୍ରତିବଦ୍ଧ ଥିବା ଏକ କଂପାନି ଭାବେ ଆମେ ଉତ୍ପାଦରେ ଆଗରେ ରହିବା ଓ ବିକାଶ କରୁଥିବାରୁ ଗର୍ବିତ ମନେ କରୁଛୁ ଯାହା ଗ୍ରାହକ କେନ୍ଦ୍ରୀକ ହୋଇଥିବା ବେଳେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଯୋଗଦାନ ଲାଗି ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ମହିନ୍ଦ୍ରା ଆଣ୍ଠୁ ମହିନ୍ଦ୍ରାରେ ଆମେ ବିବିଧ ଯାନ ଜରିଆରେ ଗ୍ରାହକଙ୍କ ଜୀବନକୁ ସମୃଦ୍ଧ କରିବା ଲାଗି ନିରନ୍ତର ଉଦ୍ୟମ କରୁଛୁ ଯାହା ଅଭିବୃଦ୍ଧି ଓ ସମୃଦ୍ଧିକୁ ସକ୍ଷମ କରିବ । ନୂଆ ବୋଲେରୋ ମ୍ୟାକ୍ସ ପିକ୍‌ ଅପ୍ ଅତ୍ୟାଧୁନିକ ସୁବିଧା ସୁଯୋଗ, ଅତୁଳନୀୟ ଶକ୍ତି, ସର୍ବାଧିକ ପେଲୋଡ୍ ଦକ୍ଷତା ଏବଂ ଅଧିକ ମାଇଲେଜ୍‌ ପ୍ରଦାନ କରୁଥିବା ବେଳେ ପ୍ରତି ଯାତ୍ରାରେ ଚାଳକଙ୍କ ପାଇଁ ଉତ୍ପାଦକତା ଓ କ୍ଲାନ୍ତି ମୁକ୍ତ ଯାତ୍ରାର ପ୍ରତିଶ୍ରୁତି ଦେଉଛି।

Leave A Reply

Your email address will not be published.