ଆକାଶ ବାଇଜୁସ୍‌ର ଭୁବନେଶ୍ଵର ଛାତ୍ରୀ ‘ପ୍ରିୟଙ୍କା ସର’ ଓଡ଼ିଶା ରାଜ୍ୟ ଟପ୍ପର ; ୯୯.୯୮ ପର୍ସେଣ୍ଟାଇଲ୍ ସହିତ ଜେଇଇ ମେନ୍ସ୍ ୨୦୨୩ରେ ଏଆଇଆର୍‌ ୨୪୩ ହାସଲ କଲେ ।

0 126

ଭୁବନେଶ୍ଵର, ୩୦ ଅପ୍ରେଲ ୨୦୨୩ ( ପ୍ରତ୍ୟୁଷା ବ୍ୟୁରୋ ): ଭୁବନେଶ୍ବର ଆକାଶ ବାଇଜୁସ୍‌ର ଛାତ୍ରୀ ପ୍ରିୟଙ୍କା ସର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ସ୍‌ ୨୦୨୩ରେ ୯୯.୯୮ ପର୍ସେଣ୍ଟାଇଲ ସହିତ ଏଆଇଆର୍ (ଅଲ୍ ଇଣ୍ଡିଆ ଗ୍ୟାଙ୍କ) ୨୪୩ ହାସଲ କରି ରାଜ୍ୟରେ ଟପ୍ପର ହୋଇଛନ୍ତି। ଏଥ୍‌ସହିତ ସେ ନିଜ ପିତା ମାତା ଏବଂ ପ୍ରତିଷ୍ଠାନର ସମସ୍ତ କର୍ମଚାରୀଙ୍କୁ ଗୌରବାନ୍ବିତ କରିଛନ୍ତି। ନ୍ୟାସନାଲ ଟେନିଂ ଏଜେନ୍ସି ପକ୍ଷରୁ ଶନିବାର ଏହି ଫଳାଫଳ ଘୋଷଣା କରାଯାଇଥିଲା । ମୋଟ ୩୪ ଜଣ ଛାତ୍ର ଛାତ୍ରୀ ୯୯ ପର୍ସେଣ୍ଟାଇଲରୁ ଅଧିକ ରଖୁଛନ୍ତି ।

ବିଶ୍ଵର ସବୁଠାରୁ କଠିନ ପ୍ରବେଶିକା ପରୀକ୍ଷା ଭାବରେ ବିବେଚିତ ଆଇଆଇଟି ଜେଇଇରେ ସଫଳତା ହାସଲ କରିବାକୁ ପ୍ରିୟଙ୍କା ଆକାଶ ବାଇକସ୍‌ର କ୍ଲାସ୍‌ରୁମ ପ୍ରୋଗ୍ରାମ୍‌ରେ ୨୦୧୯ରେ ଯୋଗଦେଇଥିଲେ। ସେ ବିଭିନ୍ନ ଚିନ୍ତାଧାରାକୁ ବୁଝିବା ନିମନ୍ତେ ନିଜର ଉଦ୍ୟମ ଜାରି ରଖିବା ସହିତ ନିଜର ଶିକ୍ଷା ଆହରଣ ସମୟ ସୂଚୀକୁ କଡାକଡି ଭାବରେ ଅନୁପାଳନ କରି ଜେଇଇରେ ଶୀର୍ଷ ପର୍ସେଣ୍ଟାଇଲ ହାସଲ କରି ଏଲିଟ୍ ତାଲିକାରେ ନିଜକୁ ସ୍ଥାନିତ କରିଛନ୍ତି । “ ଆକାଶ ବାଇଜୁସ୍ ମୋତେ ଏହି ଉଭୟ ହାସଲ କରିବା ଦିଗରେ ସହାୟତା କରିଥିବାରୁ ମୁଁ କୃତଜ୍ଞ।

ପ୍ରତିଷ୍ଠାନର ବିଷୟବସ୍ତୁ ଏବଂ କୋଚିଂ ବିନା ସ୍ଵଚ୍ଛ ସମୟ ମଧ୍ୟରେ ବିଭିନ୍ନ ବିଷୟରେ ଅନେକ ଧାରଣା ମୁଁ ଗ୍ରହଣ କରିପାରିନଥାନ୍ତି, ” ବୋଲି ପ୍ରିୟଙ୍କା କହିଛନ୍ତି । ପ୍ରିୟଙ୍କାଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଅଜୟ ବାହାଦୂର ସିଂ, ରିଜିଓନାଲ ଡାଇରେକ୍ଟର ପୂର୍ବ, ଆକାଶ ବାଇଜୁସ୍ କହିଛନ୍ତି, “ଆମେ ପ୍ରିୟଙ୍କାଙ୍କୁ ତାଙ୍କର ଅନନ୍ୟ ସଫଳତା ନିମନ୍ତେ ଅଭିନନ୍ଦନ ଜଣାଉଛୁ। ଶୀର୍ଷ ପର୍ସେଣ୍ଟାଇଲ ହାସଲକାରୀ ଭାବରେ ତାଙ୍କର ସଫଳତା ତାଙ୍କର କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ଭାବକୁ ପ୍ରତିପାଦିତ କରୁଛି। ଆମେ ତାଙ୍କର ଭବିଷ୍ୟତର ସମସ୍ତ ପ୍ରୟାସରେ ସର୍ବକୁଶଳ କାମନା କରୁଛୁ ।” ଜେଇଇ (ମେନ୍) ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍କୋର୍‌ରେ ଉନ୍ନତି ଆଣିବା ସକାଶେ ଏକାଧିକ ଥର ସୁଯୋଗ ଦେବାକୁ ଦୁଇ ଥର ଆୟୋଜନ କରାଯାଉଛି।

Leave A Reply

Your email address will not be published.