ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍‌ରେ ଆକର୍ଷଣୀୟ ପୁରସ୍କାର କୁଜଙ୍ଗ ଓ ବଡ଼ଚଣାର ଗ୍ରାହକ ଜିତିଲେ ଦୁଇଟି କାର୍

0 145

ଭୁବନେଶ୍ୱର, ୨୫/୩ : ଓଡ଼ିଶାର ପ୍ରତିଷ୍ଠିତ ରୁଚି ମସଲା ପକ୍ଷରୁ ଦୁଇଜଣ ଗ୍ରାହକଙ୍କୁ ଦୁଇଟି ମାରୁଡି ବଲେନୋ କାର୍ ଉପହାର ପ୍ରଦାନ କରାଯାଇଛି । ଏହା ସହିତ ଦୁଇଜଣ ଗ୍ରାହକଙ୍କୁ ଆକ୍ଟିଭା ସ୍କୁଟର ଏବଂ ପାଂଚଳଣଙ୍କୁ ଏଲଇଡ଼ି ଟିଭି ପୁରସ୍କାର ପ୍ରଦାନ କରାଯାଇଛି । ଶନିବାର ଦିନ ଭୁବନେଶ୍ଵରର ଏକ ତାରକା ହୋଟେଲରେ ଏହି ପୁରସ୍କାର ସହିତ ମୋଟ ୨୯ ଜଣ ଗ୍ରାହକଙ୍କୁ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଲୋକପ୍ରିୟ ରୁଚି ମସଲା ଦୀର୍ଘ ୪୭ବର୍ଷ ଧରି ତା’ର ପ୍ରିୟ ଗ୍ରାହକମାନଙ୍କୁ ବିଭିନ୍ନ ସମୟରେ ବିଶେଷ ଉପହାର ଓ ରିହାତି ଦେଇ ଆସୁଥିଲା ବେଳେ ଗତବର୍ଷ ଜୁଲାଇରୁ ଚଳିତ ଫେବୃୟାରୀ ମଧ୍ୟରେ ରୁଚି କରି ପାଉଡ଼ର, ଚିକେନ ମସଲା, ମିଟ୍ ମସଲା ଓ ଗରମ ମସଲା, ଫିସ୍ ମସଲା, ଡାଲ୍‌ମା ମସଲା, ଆଳୁଦମ୍ ମସଲା ଓ ଚାଟ୍ ମସଲା ଉପରେ ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଜରିଆରେ ଏହି ପୁରସ୍କାର ଯୋଜନା ରଖାଯାଇଥିଲା । ଏହା ସହିତ ଗ୍ରାହକମାନଙ୍କୁ ସ୍ଵର୍ଣ, ରୌପ୍ୟମୁଦ୍ରା ଓ ସ୍ମାର୍ଟୱାଚ୍ ଉପହାର ପ୍ରଦାନ କରିଥିଲା । ଚଳିତବର୍ଷ ଲକିତ୍ର କରିଆରେ ଏହାର ଉଠାଣ କରାଯାଇ ବମ୍ପର ପୁରସ୍କାର ଭାବେ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଜଣେ ଟେଲର୍ ବିଜୟ ଦାସ ଓ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ବାଉଁଶପୁଟ ଗ୍ରାମରେ ହୋଟେଲ କରିଥିବା ମନୋଜ ସାହୁ ପ୍ରଥମ ପୁରସ୍କାର ଭାବେ ପାଇଛନ୍ତି ଏହି ମୂଲ୍ୟବାନ କାର । ଶନିବାର ଦିନ ଆୟୋଜିତ ଏକ ବର୍ଷାଜ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ‘ସମ୍ବାଦ’ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ସମାଳ ସଂପାଦକ ନିରଞ୍ଜନ ରଥ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ଶିଦ୍ଧ କ୍ଷେତ୍ରରେ ଗ୍ରାହକମାନଙ୍କ ପାଇଁ ଓଡ଼ିଶାରେ ଏହା ଏକ ବଡ଼ ପୁରସ୍କାର ବୋଲି ଘୋଷଣା କରାଯାଇଛି ।

Leave A Reply

Your email address will not be published.