ରାମାୟଣର ଶ୍ରୀରାମ ଅରୁଣ ଗୋଭିଲଙ୍କ ଭୁବନେଶ୍ୱର ଆଗମନ ଓ ‘ଶୁଣ ଶ୍ରୀରାମ କାହାଣୀ’ର ଶୁଭାରମ୍ଭ

0 184

ଭୁବନେଶ୍ୱର,4.02.23 (ପ୍ରତ୍ୟୁଷା ବ୍ୟୁରୋ):

ଦୂରଦର୍ଶନରେ ସର୍ବାଧୂକ ଲୋକପ୍ରିୟ ହିନ୍ଦୀ ଧାରାବାହିକ ରାମାୟଣରେ ଶ୍ରୀରାମ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ପ୍ରିୟ ସାଜିଥିବା ଅଭିନେତା ଅରୁଣ ଗୋଭିଲ ଭୁବନେଶ୍ବରରେ ଶୁଭାରମ୍ଭ କରିବେ ‘ଶୁଣ ଶ୍ରୀରାମ କାହାଣୀ’ । ତାଙ୍କ ସହିତ ଉପସ୍ଥିତ ରହିବେ ପ୍ରାୟ ଚଉଦ ଜଣରୁ ଉର୍ଦ୍ଧ୍ବ ନାମୀ ଦାମୀ କଳାକାର। ରାମାୟଣର ବିଭିନ୍ନ କଥାବସ୍ତୁକୁ ଅଭିନୟ, ସଂଗୀତ ଓ ଚରିତ୍ର ଚିତ୍ରଣ ମାଧ୍ୟମରେ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯିବ । ଫେବୃୟାରୀ ୪ ତାରିଖ ସଂଧ୍ୟାରେ ଶ୍ରୀ ଗୋଭିଲ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କ କୃପା ନେଇ ଭୁବନେଶ୍ବର ଉତ୍କଳ ମଣ୍ଡପଠାରେ ଫେବୃୟାରୀ ୫ ତାରିଖ ସଂଧ୍ୟା ୫ ଘଟିକାରେ ଏହି ସାରସ୍ଵତ ଓ ଆଧ୍ୟାତ୍ମିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ । ଏଥରେ ୩ ହଜାରରୁ ଉର୍ଦ୍ଧ୍ବ ନିମନ୍ତ୍ରିତ ଅତିଥି ଯୋଗଦେବେ । ଏହି କାର୍ଯ୍ୟକ୍ରମକୁ ନିଲମ ମେମୋରିଆଲ ଟ୍ରଷ୍ଟ ଆୟୋଜନ କରୁଛି । ଟ୍ରଷ୍ଟର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମର ସଂଯୋଜନା କରିବେ । ଏହାର ଟ୍ରଷ୍ଟି ଗୌରବ ରାଲହନ, ବାସୁଦେବ ଭଟ୍ଟ, ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ, ସଞ୍ଜୟ ମହାନ୍ତି ଓ ରନି ଦାଶ ପ୍ରମୁଖ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି । ସମସ୍ତଙ୍କ ସୁବିଧା ନିମନ୍ତେ ଏହି କାର୍ଯ୍ୟକ୍ରମକୁ ୟୁଟୁବ, ଫେସବୁକ, ଇନଷ୍ଟାଗ୍ରାମ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଲାଇଭ କରାଯିବାର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ଆୟୋଜକମାନେ କହିଛନ୍ତି । ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ସମେତ ମୁଖ୍ୟମନ୍ତ୍ରୀ, ସାଂସଦ ଓ ମୁଖ୍ୟ ବିଚାରପତି ଏବଂ ବହୁ ମାନ୍ୟଗଣ୍ୟ ଅତିଥ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଯୋଗଦେଇ ପ୍ରଭୁ ଶ୍ରୀରାମ କଥା ଶୁଣି ରାମ ଲାଲାଙ୍କ କୃପାଲାଭ କରିବାକୁ ଟ୍ରଷ୍ଟ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.