ଓଡ଼ିଶାରେ ଶ୍ରବଣଯନ୍ତ୍ର ମାଗଣାରେ ବାଣ୍ଟିବେ ସୂର୍ଯ୍ୟୋଦୟ ଫାଉଣ୍ଡେସନର ସଭାପତି ସୁପ୍ରସିଦ୍ଧ ଗାୟିକା ଅନୁରାଧା ପଡୱାଲ୍

0 142

ଭୁନେଶ୍ୱର ତା ୨ରିଖ (ପ୍ରତ୍ୟୁଷା ବ୍ୟୁରୋ):ସୂର୍ଯ୍ୟୋଦୟ ଫାଉଣ୍ଡେସନ ଭାରତବର୍ଷର ଏକ ସୁପ୍ରସିଦ୍ଧ ସାମାଜିକ ସେବା ଅନୁଷ୍ଠାନ । ସ୍ୱାସ୍ଥ୍ୟ, ଶିକ୍ଷା, ଯୁବକଙ୍କୁ ରୋଜଗାର, ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତିକରଣ ଆଦି ଅନେକ କାର୍ଯ୍ୟ ବହୁ ବର୍ଷ ଧରି କରିଆସୁଛି । ସମାଜ ରେ ସମସ୍ତେ ରୋଜଗାର ଖ୍ୟମ ହୋଇ ସ୍ବାବଲମ୍ବୀ ହେବା ସହିତ ଉତ୍ତମ ଜୀବନ ଯାପନ କରିବା ଲକ୍ଷରେ ଫାଉଣ୍ଡେସନ ଅନେକ କାର୍ଯ୍ୟ କରିଆସୁଛି । ଏହି ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଗାୟିକା ପଦ୍ମଶ୍ରୀ ଅନୁରାଧା ପଡୱାଲ ଆଜି ଭୁନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ନୂଆ କଲ୍ୟାଣ କାରି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି କି ସୂର୍ଯ୍ୟୋଦୟ ଫାଉଣ୍ଡେସନ ଏକ ମିଳିତ ଉଦ୍ୟମରେ ୱାଇଡେକ୍ସ ଇଣ୍ଡିଆ ଓ ଶିଭୋନୁସ ଇଣ୍ଡିଆ ସହିତ ମିଶି ଓଡ଼ିଶା ରେ ବିଭିନ୍ନ ଅଞ୍ଚଳରେ ଶ୍ରବଣ ଶକ୍ତି ହରାଇଥିବା ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ମାଗଣା ରେ ଶ୍ରବଣ ଯନ୍ତ୍ର ଯୋଗାଇବା ସହିତ ଚିକିତ୍ସା ମଧ୍ୟ କରିବାକୁ ଯାଉଛି । ୱାଇଦେକ୍ସ ଇଣ୍ଡିଆ ଓ ସିଭୋ ନୋସ ଇଣ୍ଡିଆ ବିଶ୍ବରେ ସୁନାମ ଅର୍ଜନ କରିଥିବା ଶ୍ରବଣ ଯନ୍ତ୍ର ନିର୍ମାଣ କରୁଥିବା ଭାରତର ଏକ ବିଶ୍ବସ୍ମୀୟ ଅନୁଷ୍ଠାନ । ଓଡ଼ିଶାର ଅନୁନ୍ନତ, ଆଦିବାସୀ ବହୁଳ ଓ ଉପାନ୍ତ ଅଞ୍ଚଳ ରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ । ସାମ୍ବାଦିକ ସମ୍ମିଳନୀରେ ସୁନାମଧନ୍ୟ କେଶ ପ୍ରତିରୋପଣ ଡାକ୍ତର ଡ ପ୍ରଦୀପ ସେଠୀ, ଓଡ଼ିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ୱାଡେକ୍ଟ ଇଣ୍ଡିଆର ପ୍ରଜ୍ଞା ଜୈନ, ଗୌରବ Ralhan, ହେମରାଜ ଅଗ୍ରୱାଲ, ପ୍ରସନ୍ନ ବିଶୋଇ ଓ ଚିରଞ୍ଜୀବ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଏହି ଶ୍ରବଣ ଯନ୍ନ ବଣ୍ଟନ ଓ ଚିକିତ୍ସା କାର୍ଯକ୍ରମ ମହାପ୍ରଭୁ ଜଗନ୍ନାଥଙ୍କ ପୁଣ୍ୟଭୂମି ପୁରୀ ଠାରୁ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ମୟୂରଭଞ୍ଜ, କେନ୍ଦୁଝର, କଟକ, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ପ୍ରଦାନ କରିବା ପାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।

Leave A Reply

Your email address will not be published.