5 ରୁ ପଞ୍ଚାନନ ଜେନା ମେମୋରିଆଲ ଟ୍ରଫି

0 124

ଭୁବନେଶ୍ୱର 3/02( ପ୍ରତ୍ୟୁଷା ନ୍ୟୁଜ ):ପଞ୍ଚାନନ ଜେନା ମେମୋରିଆଲ ଟ୍ରଷ୍ଟ ଓ ଫ୍ରେଣ୍ଡସ୍ କ୍ରିକେଟ୍ କ୍ଲବ୍ କେଶୁରା, ଆନୁକୁଲ୍ୟରେ ସ୍ବର୍ଗତ ପଞ୍ଚାନନ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତୃତୀୟ ପଞ୍ଚାନନ ଜେନା ମେମୋରିଆଲ ଟ୍ରଫି ୨୦୨୩, କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି । ଏ ଏହା ତା- ୦୫ /୦୨ /୨୦୨୩ ରିଖ ଠାରୁ ତା-୧୨/୦୨ /୨୦୨୩ ପର୍ଯ୍ୟନ୍ତ ଚାଲିବ । ଏଥରେ Twin City ରୁ ବଛା ବଛା ୮ଟି ଦଳ ଯଥା: ଏମ୍.ସି.ସି, ସୋଲାର କ୍ଲବ୍, ପାରାମାଉଣ୍ଟ କ୍ଲବ୍, ରାଇଯିଙ୍ଗ୍ ଷ୍ଟୁଡେଟ, ରାମେଶ୍ବର ସ୍ପୋଟିଙ୍ଗ୍, ସହିଦ୍‌ ସ୍ପୋଟିଙ୍ଗ୍ , ପ୍ରଗତି ଷୋଟିଙ୍ଗ୍ ଏବଂ ଜୁଭିନାଇଲ୍ କ୍ଲବ୍ ଭାଗ ନେବେ । Quarter Final, Semi Final & Final କୁ ମିଶାଇ ମୋଟ ୭ଟି ମ୍ୟାଚ୍ ଖେଳାଯିବ । ଏହି ପ୍ରତିଯୋଗିତାର ଚମ୍ପିଆନ୍ ଦଳଙ୍କୁ ୩୦,୦୦୦/- ସହ ଟ୍ରଫି ଏବଂ ରନର୍ସଅପ୍ ଦଳକୁ ୨୦,୦୦୦/- ସହ ଟ୍ରଫି ପ୍ରଦାନ କରାଯିବ । ଏହାର ସମସ୍ତ ମ୍ୟାଚ୍ କେଶୁରା ଗ୍ରାମର ଖେଳ ପଡ଼ିଆରେ ଖେଳାଯିବ । ଏହାର ଉଦଘାଟନ ଉତ୍ସବରେ ମାନ୍ୟବର ବିଜ୍ଞାନ ଓ କାରିଗର କୌଷଳ ତଥା ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମହୋଦୟ ମୂଖ୍ୟ ଅତିଥ୍ ଏବଂ ଶ୍ରୀଯୁକ୍ତ ତୁଷାର କାନ୍ତୀ ବେହେରା, କ୍ରୀଡା ମନ୍ତ୍ରୀ, ଓଡ଼ିଶା ସରକାର, ସମ୍ମାନନୀୟ ଅତିଥୁ ରୂପେ ଯୋଗ ଦେବେ । ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବଛା ବଛା ଦଳକୁ ନେଇ ପ୍ରତିଯୋଗତା କରାଯିବ ବୋଲି ପଞ୍ଚାନନ ଜେନା ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଜେନା, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ଜେନା ଏବଂ Friends Cricket Club ର ସଭାପତି ଶ୍ରୀଯୁକ୍ତ କୃତାର୍ଥ ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.